ETV Bharat / state

ଆହୁରି ୩ ଦିନ ରହିବ କାଳବୈଶାଖୀ ପ୍ରଭାବ, ସତର୍କ କରାଇଲା ପାଣିପାଗ କେନ୍ଦ୍ର - ଆଞ୍ଚଳିକ ପାଣିପାଗ କେନ୍ଦ୍ର

ରାଜ୍ୟରେ ଆହୁରି ୩ ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିବ । ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନାକୁ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

ଆହୁରି ୩ ଦିନ ରହିବ କାଳବୈଶାଖୀ ପ୍ରଭାବ
ଆହୁରି ୩ ଦିନ ରହିବ କାଳବୈଶାଖୀ ପ୍ରଭାବ
author img

By

Published : Apr 23, 2023, 4:49 PM IST

ଆହୁରି ୩ ଦିନ ରହିବ କାଳବୈଶାଖୀ ପ୍ରଭାବ

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଆହୁରି ୩ ତିନି ଦିନ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା । ଫଳରେ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ, ଅର୍ଥାତ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ ରହିବ । ଏହାକୁ ନେଇ ତାତିରୁ ଅଶ୍ବସ୍ତି ମିଳିବା ସହ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏନେଇ ଅଧିକ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ ।

ସେ କହିଛନ୍ତି, "ବର୍ତ୍ତମାନର ପାଣିପାଗ ନିୟାମକ ଅନୁସାରେ ଚାପ ରେଖା ହିମାଳୟ ପାଦଦେଶରେ ପଶିମବଙ୍ଗ ଉପତ୍ୟକାରୁ ସିକିମ ଓ ଛତିଶଗଡ଼ ଯାଏଁ ଲମ୍ବିଛି । ଏହାସହ ଆଉ ଏକ ନିମ୍ନ ଚାପ ରେଖା ୦.୯ କିଲୋମିଟର ଯାଏଁ ବାୟୁମଣ୍ଡଳରେ ବ୍ୟାପିଛି । ସେହିପରି ବଙ୍ଗୋପ ସାଗରରରେ ଏକ ଗୁରୁବଳୟ ମଧ୍ୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଜଳୀୟବାଷ୍ପର ମାତ୍ରା ରାଜ୍ୟରେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି ।" ଏହାକୁ ନେଇ ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଓ ପବନର ବେଗ ରହିବ ବୋଲି କହିଛି ପାଣିପାଗ ବିଭାଗ । କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଯାଜପୁର, ଭଦ୍ରକ, ଅନୁଗୋଳ ଜିଲ୍ଲାରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରହିଥିବା ବେଳେ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବା ବେଳେ ଆଗାମୀ ୩ ଦିନ ଯାଏଁ ବର୍ଷା ଲାଗି ରହିବ । ବିଶେଷ ଭାବେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୭୦ ମିମି ବର୍ଷା ରେକର୍ଡ କରାଯାଇଛି । କାଳ ବୈଶାଖୀ ଯୋଗୁଁ ଆଗାମୀ ୩ରୁ ୪ ଦିନ ତାପମାତ୍ରାରେ ପରିବର୍ତ୍ତନ ଆସିବା ସହ ପରବର୍ତ୍ତୀ ସମୟରେ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ବିଜୁଳି ଘଡ଼ଘଡ଼ି ସହ ପବନ ଓ କୂଆପଥର ବର୍ଷା ରହିଥିବା ବେଳେ ଲୋକମାନଙ୍କୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବିଶେଷ ଭାବେ ଚେତାବନୀ ଦିଆଯାଇଥିବା ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ ସହ ଚାଷୀଙ୍କୁ ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.