ETV Bharat / state

ଅବପାତ ପ୍ରଭାବରେ ରାଜ୍ୟରେ ବଢ଼ିଛି ଶୀତ, ୨୪ଘଣ୍ଟା ପରେ କମିବ ଶୀତ - Temperature to increase after next 24 hours

ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଶୁଷ୍କ ଓ ଥଣ୍ଡା ଉତ୍ତରା ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ବଢିଛି ଶୀତ । ଆସନ୍ତା ୨୪ ଘଣ୍ଟା ପରେ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

୨୪ ଘଣ୍ଟା ପରେ ବଢ଼ିବ ରାତିର ତାପମାତ୍ରା
୨୪ ଘଣ୍ଟା ପରେ ବଢ଼ିବ ରାତିର ତାପମାତ୍ରା
author img

By

Published : Dec 23, 2022, 8:24 PM IST

ସୂଚନା ଦେଉଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌ଆର୍ ବିଶ୍ବାସ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଯାହାର ପ୍ରଭାବରେ ଶୁଷ୍କ ଓ ଥଣ୍ଡା ଉତ୍ତରା ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ବଢିଛି ଶୀତ । ତେବେ ଆସନ୍ତା ୨୪ ଘଣ୍ଟା ପରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ତାପମାତ୍ରା ୫ ଡିଗ୍ରୀ ଏବଂ କୋରାପୁଟର ସେମିଳିଗୁଡା ଠାରେ ରାତ୍ରି ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଟ୍ବିନ ସିଟି ଭୁବନେଶ୍ବର ଏବଂ କଟକରେ ୧୪ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏଥିସହ ଆଗାମୀ ୨୪ ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌ଆର୍ ବିଶ୍ବାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.