ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରଭାବ କମିବାରେ ଲାଗିଛି । ନୂଆବର୍ଷରେ ରହିବନି ଶୀତର ପ୍ରଭାବ। ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାଜ୍ୟରେ ବିଶେଷ ଶୀତ ଅନୁଭୁତ ହେବନି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି ସହ କିଛି ସ୍ଥାନରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିିଛି ।
ରାତ୍ରି ତାପମାତ୍ରା ୨ ଡିଗ୍ରୀ କମିବା ସହ ୨୪ ଘଣ୍ଟା ପରେ ପୁଣି ବଢିବ ତାପମାତ୍ରା । ଯାହାଫଳରେ ଶୀତ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର୍ ବିଶ୍ବାସ କହିଛନ୍ତି, "24 ଘଣ୍ଟା ମଧ୍ୟରେ ଶୁଖିଲା ପାଗ ଦେଖିବାକୁ ମିଳିଥିଲା । କଳାହାଣ୍ଡି , କନ୍ଧମାଳ, ଗଞ୍ଜାମ, ଗଜପତି ଆଦିରେ ସକାଳ ସମୟରେ କୁହୁଡି ଦେଖିବାକୁ ମିଳିଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ରେ ରହିଥିଲା । ଏଥିସହ ଆଗାମୀ 5 ଦିନ ମଧ୍ୟ ଶୁଖିଲା ପାଗ ରହିବ।"
ଇଟିଭି ଭାରତ, ଭୁବନେଶ୍ବର