ETV Bharat / state

Heat Wave Alert: ୧୫ରୁ ୧୯ତାରିଖ ଯାଏଁ ହିଟୱେଭ ନେଇ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗକୁ ଆହୁରି ତାପମାତ୍ରା ବଢିବ । ଆସନ୍ତା ୧୫ରୁ ୧୯ତାରିଖ ଯାଏଁ ହିଟ୍‌ୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 14, 2023, 6:47 PM IST

୧୫ରୁ ୧୯ତାରିଖ ଯାଏଁ ହିଟୱେଭ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ କରୁଛି ତାତି । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ଦିନର ତାପମାତ୍ରା ୩ରୁ ୫ଡିଗ୍ରୀ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆସନ୍ତା ୧୫ରୁ ୧୯ତାରିଖ ଯାଏଁ ହିଟ୍‌ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାବ ବିଭାଗ । ଗତ ଦୁଇଦିନ ହେବ ତାପମାତ୍ରା ସାମାନ୍ୟ କମ ଥିବା ବେଳେ ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସଞ୍ଜୀବ ଦିୱେଦି ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ୩ରୁ ୫ଡିଗ୍ରୀ ତାପମାତ୍ରା ବଢିବା ଦ୍ବାରା ପୁଣି ୪୦ଡିଗ୍ରୀ ଉପରକୁ ଯାଇପାରେ ହିଟ୍‌ୱେଭ୍ । ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼ ଝାରସୁଗୁଡ଼ା ସମ୍ବଲପୁର ସୋନପୁରରେ ହିଟୱେଭ ସ୍ଥିତି ଦେଖାଦେବ । ସେହିପରି ୧୬ ତାରିଖରେ ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀର । ସେହିପରି ୧୭ ତାରିଖରେ ୫ ଜିଲ୍ଲା ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି ବିଭାଗ ।

ଏହା ବି ପଢନ୍ତୁ- Cyclone Mocha: ମୋକାର ଲ୍ୟାଣ୍ଡଫଲ୍‌ ଜାରି, ମିଆଁମାର-ବାଂଲାଦେଶରେ ଛେଚୁଛି ବର୍ଷା ଭାସୁଛି ଯାନ

ବିଶେଷ ଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାର ପ୍ରଭାବ ଅଧିକ ରହିବ । ଏହାସହ ଅସହ୍ୟ ବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଲୋକଙ୍କୁ ସତର୍କତାର ସହ ବାହାରକୁ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । କାଳବୈଶାଖୀର ପ୍ରଭାବ ରାଜ୍ୟରେ କମିଥିବା ବେଳେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ ଓ ଶୁଷ୍କ ବାୟୁ ଏବଂ ସୂର୍ଯ୍ୟଙ୍କ ପ୍ରଖର ସୌର ଶକ୍ତି ଯୋଗୁଁ ରାଜ୍ୟରେ ତାପମାତ୍ରା ଆଗାମୀ ଦିନରେ ୪୫ ଡିଗ୍ରୀ ପାର କରିବ । ଫଳରେ ପ୍ରବଳ ଖରା ସହ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା 'ମୋକା' ଅପଡେଟ୍‌:- ବର୍ତ୍ତମାନ ବାତ୍ୟା ମୋକା ଭୟଙ୍କର ରୂପ ଧାରଣ କରିଛି । ବାତ୍ୟା ଓଡ଼ିଶାଠାରୁ ଦୂରେଇ ଯାଇଥିବା ବେଳେ ଅତି ଭୀଷଣ ବାତ୍ୟାର ରୂପ ନେଇ ମୋକା ମିଆଁମାର ଓ ବାଂଲାଦେଶ ସୀମାରେ ଲ୍ୟାଣ୍ଡ୍‌ଫଲ୍‌ କରିଛି । ଏହାର ପ୍ରଭାବରେ ବାଂଲାଦେଶର କକ୍ସବଜାର ଓ ମିଆଁମାରର କୟାଉକପୟୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି । ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁପାରେ ବୋଲି ଆକଳନ କରାଯାଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଧୀରେଧୀରେ ଦୁର୍ବଳ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.