ETV Bharat / state

ମହଙ୍ଗା ପଡିଲା ଅନ୍ୟ ଜମିରେ ଜବରଦଖଲ, ୨ ଭାଇଙ୍କୁ ଦଣ୍ଡିତ କଲେ କୋର୍ଟ

author img

By

Published : May 3, 2023, 9:52 AM IST

ଅନ୍ୟ ଜମିରେ ଜବରଦଖଲ କରିବା ପଡ଼ିଲା ମହଙ୍ଗା । ୨ ଭାଇଙ୍କୁ ଦଣ୍ଡିତ କଲେ JMFC(O)କୋର୍ଟ । ଅଧିକ ପଢନ୍ତୁ

Bhubaneswar JMFC court
Bhubaneswar JMFC court

ଭୁବନେଶ୍ବର: ମହଙ୍ଗା ପଡିଲା ଅନ୍ୟ ଜମିରେ ଜବରଦଖଲ । ପର ଜମିରେ ପଶି ଗଣ୍ଡଗୋଳ କରି ଧମକାଇବା ଭାରି ପଡ଼ିଛି । ଯାହାକୁ ନେଇ ଭୁବନେଶ୍ଵର ରଘୁନାଥପୁର ୨ଜଣଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏନେଇ ଗତକାଲି(ମଙ୍ଗଳବାର) ଭୁବନେଶ୍ବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ JMFC(O)କୋର୍ଟ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଘଟଣାରେ ନନ୍ଦନକାନନ ଥାନା ଅଞ୍ଚଳର ରଘୁନାଥପୁର ୨ ଭାଇ ସମ୍ବିତ ପଟ୍ଟନାୟକ ଓ ଅମିତ ପଟ୍ଟନାୟକଙ୍କୁ ପ୍ରତ୍ୟେକଙ୍କୁ ୨ମାସ ଜେଲ ଦଣ୍ଡ ସହ ୧୫୦ ଟଙ୍କା ଜୋରିମାନା ପାଇଁ ରାୟ ଦେଇଛନ୍ତି । ୧୫୦ଟଙ୍କା ନଦେଲେ ଆହୁରି ୧୫ଦିନ ଜେଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ସରକାରୀ ଚାକିରି ଥିବା ସମୟରେ ସରୋଜ ପଟ୍ଟନାୟକ ଓ ଜ୍ୟୋତିଷ ପଟ୍ଟନାୟକ ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ଥାନା ରଘୁନାଥପୁରରେ ଏକ ଜମି କିଣିଥିଲେ । ଅବସର ନେବା ପରେ ସେଠାରେ ଘର ତିଆରି ପାଇଁ ଜାଗା ଉପରକୁ ଯିବା ବେଳେ ଜାଣିବାକୁ ପାଇଥିଲେ କିଛି ସ୍ଥାନୀୟ ବାସିନ୍ଦା ଜାଗା ଉପରେ ଜବର ଦଖଲ କରିବାକୁ ସେଠାରେ ପୁରାଇ ଦେଉନାହାନ୍ତି ।

ତେବେ ଏନେଇ ସେ ସିଭିଲ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟ ଏନେଇ ଅନ୍ତରୀଣ ଭାବେ ଜମି ମାପ କରି ସେଠାରେ ବାଡ଼ ବୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ଗତ ୨୦୧୯ ଫେବୃଆରୀ ୨୨ତାରିଖରେ ବାଡ଼ କରିବାକୁ ୨ ଜଣ ଶ୍ରମିକ ନେଇ ପହଞ୍ଚିବା ପରେ ସେଠାରେ‌ ରଘୁନାଥପୁରର ୨ ଭାଇ ଅମିତ ଓ ସମ୍ବିତ ପଟ୍ଟନାୟକ ତାଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ଦେଶ୍ୟରେ ବାଉଁଶ ଧରି ଭୟଭୀତ କରାଇଥିଲେ । ଏନେଇ ନିଜ ଜମିରେ ନିଜେ ପଶିବାକୁ ଭୟ ସହ ଜବରଦଖଲକାରୀଙ୍କ ଏପରି ଆତଙ୍କ ନେଇ ନନ୍ଦନକାନନ ଥାନରେ ଅଭିଯୋଗ କରିଥିଲେ। ଶେଷରେ ଏନେଇ କୋର୍ଟରେ ଦୁଇ ଭାଇଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପରେ ତ୍ବରିତ ବିଚାର ପ୍ରକ୍ରିୟା ହୋଇଥିଲା ।

ଏହା ବି ପଢନ୍ତୁ- ଗିରଫ ହେଲା ଠକ ରାଜୀବ ଦାସ, LUMEX ମହାଠକେଇର ଥିଲା ମୁଖ୍ୟ କାର୍ପଟଦାର

୪ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପସ୍ଥିତ ଥିବା ଅଭିଯୋଗକାରୀ ଓ ଶ୍ରମିକ ଯାଇଥିବା କାମ କରିବାକୁ ସେମାନଙ୍କ ବୟାନ ଓ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଦଣ୍ଡବିଧାନ ନେଇ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ । ଉପଯୁକ୍ତ ପ୍ରମାଣ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଓ ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷୀ ଆଧାରରେ କୋର୍ଟ ଭୁବନେଶ୍ବରରେ ହେଉଥିବା ଜବରଦଖଲ ଓ ଜବରଦଖଲକାରୀଙ୍କ ଏପରି ଆତଙ୍କକୁ ଅନୁଭବ କରି ଜାଗାଟିଏ କିଣିଥିବା ଲୋକ କିପରି ନ୍ୟାୟ ପାଇବା ସେ ନେଇ ବିଚାରପତି ଶିଶିର କୁମାର‌ସାହୁ ଆଇପିସିର ଧାରା ୩୫୨ ଆଧାରରେ ୨ଜଣ ଜବରଦଖଲକାରୀଙ୍କୁ ୨ମାସ ସଶ୍ରମ କାରାଦଣ୍ଡ ସହ ୧୫୦ଟଙ୍କା ଲେଖାଏଁ ଜେଲ ଦଣ୍ଡ ଶୁଣାଇଥିଲେ।

ଏହି ମାମଲା ପରିଚାଳିତ କରୁଥିବା ସରକାରୀ ଓକିଲ କ୍ଷୀରୋଦ ଚନ୍ଦ୍ର ପଣ୍ଡା କହିଛନ୍ତି,"ରାଜଧାନୀ ଭୁବନେଶ୍ବରରେ ଏପରି ଜବରଦଖଲକାରୀଙ୍କ ପାଇଁ ଏହା ଏକ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ । ଅନ୍ୟ ଜମିରେ‌ କେହି ପଶିବା ପୂର୍ବରୁ ବା ଜବରଦଖଲ ପୂର୍ବରୁ ଅନ୍ତତଃ ଅନେକ ଥର ଭାବି ଓ ଭୟ କରିବେ । ଆଇନରେ ବି ଅନେକ ପ୍ରାବଧାନ ରହିଛି । ଫଳରେ ଏପରି ଜବରଦଖଲକାରୀଙ୍କ ମନରେ ଆଇନକାନୁନକୁ ନେଇ ଭୟ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.