ETV Bharat / state

୨୦୨୨ ରାଜଭବନ ଚନ୍ଦୁ ହତ୍ୟା ଘଟଣା, ହତ୍ୟାକାରୀ କାହ୍ନାକୁ ଆଜୀବନ କାରାଦଣ୍ଡ

author img

By ETV Bharat Odisha Team

Published : Dec 7, 2023, 4:38 PM IST

Updated : Dec 7, 2023, 10:45 PM IST

Chandu murder case: ୨୦୨୨ ସେପ୍ଟେମ୍ବର ୯ ଚନ୍ଦୁ ହତ୍ୟା ଘଟଣା । ହତ୍ୟାକାରୀ କାହ୍ନାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

Raj Bhawan Chandu Murder case
Raj Bhawan Chandu Murder case

୨୦୨୨ ରାଜଭବନ ଚନ୍ଦୁ ହତ୍ୟା ଘଟଣା, ହତ୍ୟାକାରୀ କାହ୍ନାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ରାଜଭବନ ପଛପଟେ ଚନ୍ଦୁ ହତ୍ୟାକାଣ୍ଡର ଆସିଲା ରାୟ । ହତ୍ୟାକାରୀ କାହ୍ନା ନାୟକକୁ ଆଜୀବନ ସଜ୍ଜା ଶୁଣାଇଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟଙ୍କ ଶୁଣାଇଲେ ରାୟ । ୫୦ ହଜାର ଜୋରିମାନା ସହ ଆଜୀବନ ରାୟ ଶୁଣାଇଛନ୍ତି କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ସରକାରୀ ଓକିଲ ସଲିଳ ପ୍ରଧାନ ।

ଗତ ୨୦୨୨ ସେପ୍ଟେମ୍ବର ୯ ତାରିଖରେ ରାଜଭବନ ପଛପଟେ ଥିବା ୟୁନିଟ ୮ ସ୍କୁଲ ପାଖ ବସ୍ତିରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ଖବର ପାଇବା ପରେ ରାତି ଅଧିଆ ଘଟଣା ସ୍ଥଳରେ ପହଞ୍ଚିଥିଲା । ୟୁନିଟ ୮ ଡିଏଭି ପବ୍ଲିକ ସ୍କୁଲ ପାଖରେ ଚନ୍ଦୁକୁ ରକ୍ତାକ୍ତ ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହତ୍ୟା ଘଟଣାରେ ଦୁଇ ହତ୍ୟାକାରୀ ରଞ୍ଜୁ ଓ ତାର ସ୍ବାମୀ କାହ୍ନାକୁ ସେପ୍ଟେମ୍ବର ୧୪ ତାରିଖରେ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ନାସିକରୁ ଗିରଫ କରିଥିଲା କମିଶନରେଟ ପୋଲିସ । ତେବେ କାହ୍ନା ଏବେ ଜେଲରେ ଥିବା ବେଳେ ସଜ୍ଜା ଶୁଣାଣି ହୋଇଛି ।

ଏହା ବି ପଢନ୍ତୁ- ରାଜଧାନୀରେ ବୀଭତ୍ସ ହତ୍ୟା, DCP ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ

ଏହି ଘଟଣାରେ ଏବେ ମାସେ ହେବ ରଞ୍ଜୁ ଫେରାର ଅଛି । ଠିକ ପୂଜା ପୁର୍ବରୁ ସହରରେ ଏଭଳି ଏକ ହତ୍ୟା ଘଟଣା ଘଟିଥିଲା। କ୍ୟାପିଟାଲ ଥାନା ୟୁନିଟ ୮ ଅଞ୍ଚଳରେ ବୀଭତ୍ସ ଭାବେ ହତ୍ୟା ନେଇ ତୀବ୍ର ଉତ୍ତେଜନା ସେତେବେଳେ ଦେଖିବାକୁ ମିଳିଥିଲା । ଶୁକ୍ରବାର ରାତିରେ ଘଟିଥିଲା ଘଟଣା । ଯେତେବେଳେ ରାଜଭବନ ପଛପଟେ ନାରାୟଣି ବସ୍ତିର ପି ସୁବ୍ରତ ରାଓ ଓରଫ ଚନ୍ଦୁ ନାମକ ଯୁବକର ଜୀବନ ନେଇଥିଲେ ରଞ୍ଜୁ ଓ କାହ୍ନା ସହ ଆଉ କିଛି ଅଭିଯୁକ୍ତ । ବ୍ରାଉନସୁଗାର ବିକ୍ରି କାରବାରକୁ ନେଇ ରଞ୍ଜୁ ଓ କାହ୍ନା ସେଠାରେ ରକ୍ତପାତ କରୁଥିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାକୁ ନେଇ ଚନ୍ଦୁ ଓରଫ ପି ସୁବ୍ରତ ରାଓ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେଦିନ ରାତିରେ ଚନ୍ଦୁ ସେଠାକୁ ଯାଇଥିବା ବେଳେ ରଞ୍ଜୁ ଓ କାହ୍ନା ଏବଂ ସହଯୋଗୀ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ପରେ ଏହାର ଚାର୍ଜସିଟ୍ ଦାଖଲ ହେବା ସହ ୧ ବର୍ଷ ପରେ ଏହି ଘଟଣାରେ ରାୟ ପ୍ରକାଶ ପାଇଛି । କୋର୍ଟ ସମସ୍ତ ସାକ୍ଷ୍ୟ, ମେଡିକାଲ ରିପୋର୍ଟ ଓ ଅନ୍ୟ ପ୍ରମାଣ ଆଧାରରେ ସରକାରୀ ଓକିଲ ସଲିଳ ପ୍ରଧାନଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ଅପରାଧୀ କାହ୍ନା ନାୟକକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ । ଏନେଇ ତ୍ବରିତ ନ୍ୟାୟିକ ଶୁଣାଣି ବୋଲି କୁହାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 7, 2023, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.