ETV Bharat / state

ଚାନ୍ଦା ଆଦାୟ କରି ରାସ୍ତା କାମ କରୁଥିଲେ କଲୋନୀବାସୀ: ବିଧାୟକଙ୍କର ନଜର ପଡିଲା, କହିଲେ ଏଥର ଖର୍ଚ୍ଚ ତାଙ୍କର - ଓସ୍କାରସିଟି କଲୋନୀବାସୀଙ୍କୁ ମିଳୁନି ମୌଳିକ ସୁବିଧା

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର କେନାଲ ରୋଡରେ ଗଢ଼ି ଉଠିଥିବା ଓସ୍କାର ସିଟି କଲୋନୀରେ ରାସ୍ତା, ଡ୍ରେନ୍‌ କି ଆଲୋକର ନାହିଁ ସୁବିଧା । ବିଏମ୍‌ସି ଅଞ୍ଚଳରେ ଥାଇ ବିକାଶଠୁ ଅପହଞ୍ଚ । ସମାଧାନ ପାଇଁ ବିଧାୟକ ଦେଲେ ପ୍ରତିଶ୍ରୁତି । ଅଧିକ ପଢ଼ନ୍ତୁ

ଚାନ୍ଦା ଆଦାୟ କରି ରାସ୍ତା କାମ କରୁଥିଲେ କଲୋନୀବାସୀ

author img

By ETV Bharat Odisha Team

Published : Aug 29, 2023, 6:20 AM IST

Updated : Aug 29, 2023, 8:20 AM IST

ଚାନ୍ଦା ଆଦାୟ କରି ରାସ୍ତା କାମ କରୁଥିଲେ କଲୋନୀବାସୀ

ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳରେ ଥାଇ ବିକାଶଠୁ ଅପହଞ୍ଚ । ରାସ୍ତା, ଡ୍ରେନ୍‌ କି ଆଲୋକର ନାହିଁ ସୁବିଧା । ନିର୍ବାଚନ ଆସିଲେ ନେତାଏ ଦେଖାନ୍ତି ବିକାଶର ସ୍ବପ୍ନ । ହେଲେ ଭୁବନେଶ୍ବର ଭିତରେ ଥାଇ ମଧ୍ୟ ଅପହଞ୍ଚ ଇଲାକା ଭଳି ସରକାରୀ ସୁବିଧାରୁ ବଞ୍ଚିତ ୩୦୦ରୁ ଅଧିକ ପରିବାର । ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର କେନାଲ ରୋଡରେ ଗଢି ଉଠିଥିବା ଓସ୍କାରସିଟି କଲୋନୀର ଦୟନୀୟ ଚିତ୍ର । ଯେଉଁଠି କଲୋନୀରେ ୯ରୁ ଊର୍ଦ୍ଧ୍ୱ ଲେନ୍‌ ରହିଛି । ହେଲେ କଲୋନୀକୁ ପଶିବାକୁ ନାହିଁ ପକ୍କା ରାସ୍ତାର ସୁବିଧା । ଫଳରେ ଦୀର୍ଘ ବର୍ଷ ଧରି ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ନିର୍ମାଣ କରୁଛନ୍ତି ରାସ୍ତା । ଯେତେ ଥର ମରାମତି କରୁଥିଲେ ମଧ୍ୟ ବର୍ଷାଦିନେ ବର୍ଷା ଯୋଗୁଁ ଧୋଇଯାଇ ନାନାଦି ସମସ୍ୟାର ସାମ୍ନା କରନ୍ତି କଲୋନୀର ଏହି ୩୦୦ରୁ ଅଧିକ ପରିବାର ।

ଏନେଇ ସରକାରୀ ଅର୍ଥରେ ବିକାଶ ପାଇଁ ଅନେକ ଥର ବିଏମ୍‌ସି ଦୌଡ଼ିବା ପରେ ନିରଶ ହୋଇଥିଲେ । ଶେଷରେ ଏଥର ଖବର ପାଇ ପହଞ୍ଚିଥିଲେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଏକ ଜନଶୁଣାଣି କରି ଲୋକଙ୍କ ସମସ୍ୟା ବୁଝିବା ବେଳେ ଲୋକେ ଝାଡିଥିଲେ କ୍ଷୋଭ । ଏନେଇ ଜନଶୁଣାଣୀ ବେଳେ ପ୍ରତିଶୃତି ଦେଇ ବିଧାୟକ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣି କହିଛନ୍ତି, "ଆଗକୁ ଆସୁଥିବା ପୂଜା ପୂର୍ବରୁ ଅସ୍ଥାୟୀ ରାସ୍ତା ମରାମତି କାମ ସହ ୧୫ ଦିନ ଭିତରେ କର୍ପୋରେଟର ଜରିଆରେ ଷ୍ଟ୍ରିଟ୍‌ ଲାଇଟ୍ ଲଗାଯିବ । ଖୁବଶୀଘ୍ର ମୁଖ୍ୟ ରାସ୍ତାର ଟେଣ୍ଡର କରି ରାସ୍ତା କାମ ଆରମ୍ଭ ହେବ । ଏନେଇ ଲେନ୍‌ ବାଇ ଲେନ୍‌ ସହ ଓସ୍କାରସିଟିର ପ୍ରବେଶ ଓ ପ୍ରସ୍ଥାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ । ଏଥିସହ ବିଧାୟକ ଲ୍ୟାଡ୍‌ରୁ ଜାଗା ଥିଲେ ମନ୍ଦିର କାମ ସହ କମ୍ୟୁନିଟି ହଲ ଓ ପାର୍କ ନିର୍ମାଣ କାର୍ଯ୍ୟ କରାଯିବ । ଡ୍ରେନ୍‌ କାମ ପାଇଁ ଇଞ୍ଜିନିୟର ଡକାଇ ତାଙ୍କର ଉପସ୍ଥିତିରେ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ୍‌ କରି ସିଧା ଗଙ୍ଗୁଆରେ କନେକ୍ସନ କରାଯିବ ।" ଫଳରେ ପାଣି ଜମିବା ବା ଡ୍ରେନ୍‌ ସମସ୍ୟା ଦୂର ହେବ ବୋଲି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିଶୃତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରିବାକୁ ବସିଲାଣି ପ୍ରଶସ୍ତିକରଣ: ରାସ୍ତା ମଝିରୁ ହଟିନି ନଳକୂପ ଓ ପୋଲ୍, ପ୍ରଶାସନିକ ବିଭାଗର ରହୁନି ତାଳମେଳ

ସେପଟେ କଲୋନୀରେ ପ୍ରାୟ ସମସ୍ତ ଲୋକ ଉପସ୍ଥିତ ରହି ବିଧାୟକଙ୍କ ସହ ଆଲୋଚନା ପରେ ପ୍ରତିଶୃତି ପାଇ ବେଶ ଖୁସି ହୋଇଛନ୍ତି । ଏନେଇ ଓସ୍କାରସିଟି ଆସୋସିଏସନ୍ ସଭାପତି ଦେବେନ୍ଦ୍ର ମହାପାତ୍ର କହିଛନ୍ତି, "ଲୋକେ ଅନେକ ଦିନ ଧରି ସମସ୍ୟାର ସାମ୍ନା କରୁଥିଲେ । ବିଧାୟକ ପ୍ରତିଶୃତି ଦେଇଛନ୍ତି । ଆଶା କରୁଛୁ ଲୋକଙ୍କ ସ୍ବାର୍ଥ ଓ ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗ ପରି ସବୁ ପ୍ରକାର ସମସ୍ୟାର ସମାଧାନ ହେବ ।" ତେବେ କେନାଲ ରୋଡରେ ଗଢି ଉଠିଥିବା ଓସ୍କାରସିଟି କଲୋନୀରେ ଅନେକ ଲୋକ ଘର କରି ବସବାସ କରୁଥିବାବେଳେ ଏଠାକାର ବିଲ୍ଡର ସଂସ୍ଥା ଅଞ୍ଚଳର ରାସ୍ତା, ଡ୍ରେନେଜ୍‌, ଷ୍ଟ୍ରିଟ୍‌ ଲାଇଟ୍ ଆଦିର ପ୍ଲାନ୍‌ ଷ୍ଟ୍ରକ୍‌ଚର ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିବା କଥା । ଯେହେତୁ ସେଥିରେ ବିଳମ୍ବ ହୋଇଛି, ସେନେଇ ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ତେବେ ଆଗକୁ ଦଶହରା ସାଙ୍ଗକୁ ସାଧାରଣ ନିର୍ବାଚନ ଆସୁଛି । ଏସବୁ ଭିତରେ ନେତାଙ୍କ ନଜରକୁ ଆସିଥିବା ଓସ୍କାରସିଟି ସମସ୍ୟା କେବେ ଦୂର ହେଉଛି, ତାହା ଉପରେ କଲୋନୀବାସୀଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2023, 8:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.