ETV Bharat / state

AIIMSରେ ଦଲାଲଗିରି ପ୍ରସଙ୍ଗ, ସହଯୋଗୀଙ୍କ ନେଇ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ସୁପରିଟେଣ୍ଡେଣ୍ଟ

author img

By

Published : Nov 5, 2022, 7:50 PM IST

ଭୁବନେଶ୍ବର ଏମ୍ସରେ ଦଲାଲଗିରି ପ୍ରସଙ୍ଗ । ଦଲାଲଙ୍କୁ ଏପରି କାର୍ଯ୍ୟରେ କିଏ ସହଯୋଗ କରୁଥିଲା ସେ ନେଇ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ । ଅଧିକ ପଢନ୍ତୁ

AIIMSରେ ଦଲାଲଗିରି ପ୍ରସଙ୍ଗ, ସହଯୋଗୀଙ୍କ ନେଇ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ସୁପରିଟେଣ୍ଡେଣ୍ଟ
AIIMSରେ ଦଲାଲଗିରି ପ୍ରସଙ୍ଗ, ସହଯୋଗୀଙ୍କ ନେଇ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ସୁପରିଟେଣ୍ଡେଣ୍ଟ

ଭୁବନେଶ୍ବର: ଏମ୍ସ ହସ୍ପିଟାଲ (Bhubaneswar AIIMS)ରୁ ୧୩ ଜଣ ଦଲାଲ ଗିରଫ ଘଟଣା । ପ୍ରତିକ୍ରିୟା ରଖିଲେ ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି । କେଉଁ ମାନଙ୍କ ସହଯୋଗ ରେ ଦଲାଲ ସକ୍ରିୟ ଥିଲେ ତଦନ୍ତ କରାଯିବ। ଇଣ୍ଟରନାଲ କମିଟି ଗଠନ କରି ତଦନ୍ତ ହେବ। ଯେଉଁ ମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳିବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, "ପୋଲିସ ତଦନ୍ତରେ ଟିକେଟ କାଉଣ୍ଟରରେ ଥିବା କୌଣସି ଷ୍ଟାଫଙ୍କ ଲିଙ୍କ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଦଲାଲଙ୍କ ଉପରେ କଡା ନଜର ରଖାଯିବ" ବୋଲି ସୂଚନା ଦେଇଛନ୍ତି ଏମ୍ସ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ । ସୂଚନା ଥାଉ କି ଏମ୍ସରେ ଟିକେଟ ଦଲାଲ କରୁଥିବା ଅଭିଯୋଗରେ ପଶ୍ଚିମବଙ୍ଗ ଦଲାଲଙ୍କ ସହ ୧୩ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ।

ଏହା ବି ପଢନ୍ତୁ- 10 ଟଙ୍କାର OPD ଟିକେଟ ହଜାରରେ ବିକ୍ରି, AIIMSରୁ ୧୩ ଦଲାଲଙ୍କୁ ଧରିଲା ପୋଲିସ

ଦଲାଲଙ୍କୁ ଧରିବା ପାଇଁ ଏକ ସ୍ପେଶାଲ ଡ୍ରାଇଭ ଚାଲିଛି। ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ରୋଗୀ ହନ୍ତସନ୍ତ ହେଉଥିଲେ । ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାରେ ବିକୁଥିଲେ। ଘଟଣାରେ ଧରପଗଡ଼ ଜାରି ରହିଥିବା ବେଳେ ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ପୋଲିସ ଏ ନେଇ ଖବର ପାଇବା ପରେ ସାଧା ପୋଷାକରେ ଚଢାଉ କରିଥିଲା । ୧୦ ଟଙ୍କାକୁ ୧୦୦୦ ଟଙ୍କାରେ ବିକ୍ରି କରୁଥିବା ଦଲାଲଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ।

ଏହାର ସିସିଟିଭି ଫୁଟେଜ ମଧ୍ୟ ସାମନାକୁ ଆସିଛି । ପୋଲିସ ହାତରେ ଧରାପଡ଼ିବା ପରେ ଜଣେ ଦଲାଲ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଧରିବାରେ ସକ୍ଷମ ହୋଇଥିଲା । ରାଜ୍ୟରେ ରୋଗୀଙ୍କ ଅପେକ୍ଷା ଏହି ଦଲାଲ ଗୋଷ୍ଠୀ ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କୁ ଗୁରୁତ୍ବ ଦେଉଥିଲେ। ଯେଉଁମାନେ ଚାହୁଁଥିଲେ ସେମାନଙ୍କ ଲାଗି ବୁକିଂ ପାଇଁ ସ୍ବତନ୍ତ୍ର ନେଟୱର୍କ ଚଳାଇଥିଲେ। ଏଥିପାଇଁ କୋଲକାତାରୁ ଭୁବନେଶ୍ବର ଯାଏଁ ଲମ୍ବିଥିଲା ଚେର । କୋଲକାତାରେ ଥାଇ ରୋଗୀଙ୍କ ପାଇ ଏମ୍ସରେ ହେଉଥିଲା ଓପିଡି ବୁକିଂ । ଏଥିପାଇଁ ଦଲାଲ ଲଗାଉଥିଲେ ସେମାନଙ୍କ ପାଇଁ ଲାଇନ । ୧୦ଟଙ୍କାର ଓପିଡି ବୁକ୍‌ କରି ୧୦୦୦ଟଙ୍କାରେ ବିକ୍ରି କରୁଥିଲେ।

ଏଥିପାଇଁ ଦଲାଲ ମାନେ ରାତି ୨ଟାରୁ ଏମ୍ସ ବାହାରେ ଲମ୍ବା ଲମ୍ବା ଲାଇନ ଲଗାଇ ଏପରି ଓପିଡ ଟିକେଟରେ ଦଲାଲଗିରି କରୁଥିଲେ । ଏପରିକି ଏଭଳି ଭାବେ କିଛି ଲୋକଙ୍କୁ ଡାକ୍ତରଙ୍କ ସହ ଚିହ୍ନା ପରିଚୟ ମଧ୍ୟ ରଖିଥିଲେ । ବଡ ଅପରେସନ ପାଇଁ ମଧ୍ୟ ଖୁବଶୀଘ୍ର କରାଇଦେବାର ପ୍ରତିଶୃତି ଦେଇ ଏପରି ଠକାମି କରୁଥିଲେ । ଯାହାର ଆଧାରରେ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ମେଡ଼କାଲକୁ ଦଲାଲ ମୁକ୍ତ କରିବା ପାଇଁ ଏହିଭଳି ଅପରେସନ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.