ETV Bharat / state

ଗଳିରେ ଆତଙ୍କ ରଚୁଛନ୍ତି ଗଲିବୟ, ଏୟାରପୋର୍ଟ ଛକରେ ହଣାକଟା ମାମଲାରେ ୮ଗିରଫ

author img

By ETV Bharat Odisha Team

Published : Dec 25, 2023, 10:05 PM IST

5 Arrested for Airport Incident: ଏୟାରପୋର୍ଟରେ ହଣାକଟା ମାମଲାରେ ୮ ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ମଧ୍ୟରୁ ଅନେକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଅଧିକ ପଢନ୍ତୁ

ହଣାକଟା ମାମଲାରେ ୮ଗିରଫ
ହଣାକଟା ମାମଲାରେ ୮ଗିରଫ
ହଣାକଟା ମାମଲାରେ ୮ଗିରଫ

ଭୁବନେଶ୍ବର: ଗଳିରେ ଆତଙ୍କ ଖେଳାଉଛନ୍ତି ଦୁବୃର୍ତ୍ତ । ଏୟାରପୋର୍ଟରେ ହଣାକଟା ମାମଲାରେ ୮ ଜଣଙ୍କୁ ଗିରଫ କଲା ପୋଲିସ । ଭୁବନେଶ୍ବରର ହାଇପ୍ରୋଫାଇଲ ଏରିଆ କୁହାଯାଉଥିବା ଏୟାରପୋର୍ଟ ଅଞ୍ଚଳରେ ଆତଙ୍କ ରଚିଥିଲେ ଅସାମାଜିକ ଯୁବକ । ଗଳି ଗଣ୍ଡଗୋଳରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଏୟାରପୋର୍ଟ ଥାନା ପାଖରେ ଜମି ଗଣ୍ଡଗୋଳକୁ ନେଇ ହଣାକଟା ହୋଇଥିଲା । ଏଥିରେ ୨ ଯୁବକ ଆକ୍ରମଣର ଶିକାର ହୋଇଥିଲେ ।

ସୁଚନା ମୁତାବକ, ପୋଲିସ ଗିରଫ କରିଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ପୋଲିସ ଇନଫର୍ମର ମହେଶ ନାୟକ ଓରଫ ବାପି । ସେହିପରି ପାଖରେ ଏକ ହୋଟେଲରେ କାମ କରୁଥିବା ଶିବରାମ ପ୍ରଧାନ, ବିଏମସିରେ କାମ କରୁଥିବା ଆଲୋକ ଦାସ ଓରଫ ମୁନା ଏବଂ ଅକ୍ଷୟ ବେହେରା । ଏହାସହ ଏହି ଗଣ୍ଡଗୋଳରେ ସାମିଲ ଥିବା ବାବଦେବ ମହାପାତ୍ର ଓରଫ ନାନ ଏବଂ ରାଜେଶ ନାୟକ ଓରଫ ଦିନୁ, କାହ୍ନା ଓରଫ କୃଷ୍ଣ ବାରିକ ଫେରାର ଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ, କିଛି ଦିନ ହେବ ଏହି ଗୋଷ୍ଠୀର ରାକା ଓ ଶିବାଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । କେଦାରପଲ୍ଲୀ ବସ୍ତିରେ ଏମାନେ ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି କରୁଥିଲେ। ସନ୍ଧ୍ୟା ହେଲେ ଏକାଠି ହୋଇ ଖଟି ଜମାଉଥିଲେ। ଏୟାରପୋର୍ଟ ଅଞ୍ଚଳରେ ଆତଙ୍କ ରଚିଥିଲେ ଏହି ଦୁଇ ଗୋଷ୍ଠୀ । ଏନେଇ ରାଜେଶ ଗୋଷ୍ଠୀର ଯୁବକମାନେ ମିଳି ମିଶି ଶିବା ଓ‌ ରାକାଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ। ଶିବା ହସ୍ପିଟାଲରେ ଭର୍ତ୍ତି ହେବା ପରେ ଖବର‌ପାଇ ପୋଲିସ ପହଞ୍ଚି ଦୁଇ ଗୋଷ୍ଠୀର ୮ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି ।

ଏହା ମଧ୍ୟ ପଢନ୍ତୁ...ଜମି ବିବାଦରୁ ପ୍ରାଣାନ୍ତକ ଆକ୍ରମଣ, ରାଜଧାନୀ ହାଇସିକ୍ୟୁରିଟି ଜୋନ୍‌ରେ ହଣାକଟା

ଏହା ମଧ୍ୟ ପଢନ୍ତୁ...ଡକାୟତଙ୍କୁ ଧରାଇଲା ସନ୍ଧାନୀ କୁକୁର, 6 ଗିରଫ, ଲୁଟ୍ ସାମଗ୍ରୀ ଉଦ୍ଧାର

ଜୋନ ୨ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, "ଏଥର‌ ଖଟି ହେଲେ ପୋଲିସ ଥାନାକୁ ଉଠାଇନେବ। ଭେରିଫିକେସନ ପରେ ପୋଲିସ ପରବର୍ତ୍ତୀ ନିଷ୍ପତ୍ତି ନେବ ।" ସେପଟେ ଅପରାଧୀ ରୋକିବା ପାଇଁ ବିଭିନ୍ନ ବସ୍ତିରେ ପୋଲିସ ଇନଫର୍ମର ରଖିଥିଲେ ବି ପୋଲିସ ଇନଫର୍ମର ହିଁ ଏହି ଗୋଷ୍ଠୀ ସଂଘର୍ଷରେ ସାମିଲ ହୋଇ‌ ଆତଙ୍କ ଖେଳାଉଛନ୍ତି। ଏବେଠୁ ଆକ୍ସନ ନନେଲେ ଆଗକୁ ନିର୍ବାଚନ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବା ନେଇ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.