ETV Bharat / state

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା: ଓଡ଼ିଶା କଂଗ୍ରେସ ଭବନରେ ଷ୍ଟିକରିଂ କାର୍ଯ୍ୟକ୍ରମ - Bharat Jodo Nyay Yatra stickering

Bharat Jodo Nyay Yatra: ମଣିପୁରରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ଏପଟେ ଓଡ଼ିଶା କଂଗ୍ରେସ ଭବନ ମଧ୍ୟ ଉତ୍ସବମୁଖର ହୋଇଛି । କଂଗ୍ରେସ ଭବନରେ ଷ୍ଟିକରିଂ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ନିଜ ଗାଡ଼ିରେ ନ୍ୟାୟ ଯାତ୍ରାର ଷ୍ଟିକର ମାରିଛନ୍ତି କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା
ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା
author img

By ETV Bharat Odisha Team

Published : Jan 14, 2024, 5:31 PM IST

Updated : Jan 14, 2024, 7:39 PM IST

ଓଡ଼ିଶା କଂଗ୍ରେସ ଭବନରେ ଷ୍ଟିକରିଂ କାର୍ଯ୍ୟକ୍ରମ

ଭୁବନେଶ୍ବର: ମଣିପୁରରୁ ଆରମ୍ଭ ହୋଇଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଏପଟେ ଓଡ଼ିଶା କଂଗ୍ରେସ ଭବନ ଚଳଚଞ୍ଚଳ । ଆଜି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଓଡ଼ିଶା କଂଗ୍ରେସ ଭବନରେ ଷ୍ଟିକରିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡ଼ିଶା କଂଗ୍ରେସର ନେତାମାନେ ଭାରତ ନ୍ୟାୟ ଯାତ୍ରାର ଷ୍ଟିକର ନିଜ ନିଜ ଗାଡ଼ିରେ ମାରିଛନ୍ତି । ଏହି ଷ୍ଟିକରରେ ରାହୁଲ ଗାନ୍ଧୀଙ୍କ ଫଟୋ ସହ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା' ଲେଖା ରହିଛି ।

ଦେଶରେ ମୋଦି ସରକାର ଏକଛତ୍ରବାଦ ଶାସନ ଚଳାଇଥିବା ଅଭିଯୋଗରେ ଏଭଳି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମୋଟ ୬ ହାଜର ୭୧୩ କିଲୋମିଟର ଅତିକ୍ରମ କରି ମହାରାଷ୍ଟ୍ରର ମୁମ୍ବାଇରେ ଶେଷ ହେବ । ୬୬ ଦିନରେ ୧୧୦ଟି ଜିଲ୍ଲା ୧୫ଟି ରାଜ୍ୟରେ ସାଧାରଣ ଜନତାଙ୍କୁ ଧରି ବୁଲିବେ କଂଗ୍ରେସ ନେତା ଓ କର୍ମୀ । ଆଜି ଓଡ଼ିଶା କଂଗ୍ରେସ ଭବନରେ ଆୟୋଜିତ ଷ୍ଟିକରିଂ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ୪ ଜିଲ୍ଲା ବୁଲିବ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା'

କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଭାରତ ନ୍ୟାୟ ଯାତ୍ରାକୁ ଆମେ ସ୍ବାଗତ କରୁଛୁ । ଭାରତବର୍ଷରେ ରାହୁଲ ଗାନ୍ଧୀ ଅଦ୍ବିତୀୟ ନେତା । ଭାରତ ଯୋଡୋ ଯାତ୍ରା ସମୟରେ କାଶ୍ମୀରରୁ କନ୍ୟାକୁମାରୀ ଚାଲିଲେ । ସେଥିରେ ତାଙ୍କୁ ବିପୁଳ ସମର୍ଥନ ମିଳିଥିଲା । ଏବେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ହଜାର ହଜାର କିଲୋମିଟର ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀ ଓଡ଼ିଶାରେ ପହଞ୍ଚିବା ପରେ ହଜାର ହଜାର କଂଗ୍ରେସ କର୍ମୀ ଏକାଠି ହୋଇ ତାଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଭୁବନେଶ୍ବରରେ ଏକ ସାଧାରଣ ସଭା କରିବାକୁ ଆମେ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

ତେବେ ରାହୁଲ ଗାନ୍ଧୀଙ୍କ ଏହି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆସନ୍ତା ଫେବୃଆରୀ ୧୪ରେ ଓଡ଼ିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଫେବୃଆରୀ ୧୪ରେ ରାହୁଲ ଗାନ୍ଧୀଙ୍କ ଏହି ନ୍ୟାୟ ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଓଡ଼ିଶାର ମୟୂରଭଞ୍ଜରେ ପହଞ୍ଚିବ । ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ୪ ଦିନ ଧରି ଓଡ଼ିଶାର ୪ଟି ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କିମି ଅତିକ୍ରମ କରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 14, 2024, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.