ETV Bharat / state

ଅସରଳାରେ ନିଆରା ଭାଗବତ ପ୍ରତିଯୋଗିତା, ଯୋଗ ଦେଲେ ସାଂସଦ ଅପରାଜିତା

author img

By

Published : Mar 6, 2021, 10:00 AM IST

ବୋଲଗଡ ବ୍ଳକ ଅସରଳା ଗ୍ରାମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି ମା କାଳିକା ଭାଗବତ ପ୍ରତିଯୋଗିତା। ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ନିଆରା ଭାଗବତ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ...

ଅସରଳାରେ ନିଆରା ଭାଗବତ ପ୍ରତିଯୋଗିତା ଉଦ୍‌ଘାଟିତ

ଖୋର୍ଦ୍ଧା:ବୋଲଗଡ ବ୍ଳକ ଅସରଳା ଗ୍ରାମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି ମା’ କାଳିକା ଭାଗବତ ପ୍ରତିଯୋଗିତା। ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ନିଆରା ଭାଗବତ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଘାଟନ ସନ୍ଧ୍ୟାରେ ଖଉରୁଣୀ ଭାଗବତ ମଣ୍ଡଳୀ ସହିତ ସାନସହରା ଭାଗବତ ମଣ୍ଡଳୀ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାଗବତ ଯାହାକୁ ନେଇ ଓଡିଆ ଜାତି ଗର୍ବ କରେ, ଯାହା ପ୍ରତ୍ୟେକ ଓଡିଆ ଜାତିର ହୃତପିଣ୍ଡ, ଯାହାକି ଓଡିଆ ସାହିତ୍ୟକୁ ପରିପୃଷ୍ଟ କରିବା ସହ ପ୍ରତିଟି ଓଡିଆ ମନରେ ଭାଗବତ ଚିନ୍ତା ଚେତନା ସୃଷ୍ଟି କରେ ।

ଏହି ନିଆରା ଭାଗବତ ପ୍ରତିଯୋଗିତାରେ ଭାଗବତର ସାରତତ୍ତ୍ବ ଉପରେ ଦୁଇ ପ୍ରତିଯୋଗୀକୁ ପ୍ରଶ୍ନ କରାଯାଇଥିଲା । ଯାହାକୁ ଦେଖିବାକୁ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.