ETV Bharat / state

ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଲୋକ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

author img

By

Published : May 7, 2023, 6:26 PM IST

Updated : May 7, 2023, 9:33 PM IST

ଭତ୍ତା ପାଇଁ ଲୋକ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ । କ୍ଷତି ପୂରଣ ବାବଦକୁ ୧ ଲକ୍ଷ ୭୦ ହଜାର ଦେବାକୁ କଲେ ଦାବି । ଅଧିକ ପଢ଼ନ୍ତୁ

ଭତ୍ତା ପାଇଁ ଲୋକ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

ଖୋର୍ଦ୍ଧା: ସରକାର ଗରିବ ଜନସାଧାରଣଙ୍କ ପାଇଁ ମାଳମାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ସେହି ସବୁ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ପାଉ ନାଁହାନ୍ତି । ଯାହାର ସଠିକ ଭାବେ ତଦାରଖ କରାଯାଉ ନଥିବା ଅଭିଯୋଗ ହୋଇଛି । ସରକାର ୬୦ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କୁ ଭତ୍ତା ଦେବାକୁ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ, ବିଭିନ୍ନ କାରଣରୁ ବହୁ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି କୁଞ୍ଜୁରୀ ପଞ୍ଚାୟତ ମଶାଣିଆ ଗ୍ରାମର ଜୟକୃଷ୍ଣ ସାହୁ ।

ସୂଚନା ମୁତାବକ ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ମଶାଣିଆ ଗ୍ରାମର ଜୟକୃଷ୍ଣ ସାହୁ ଜଣେ ସାମାଜିକ କର୍ମୀ । ଲୋକମାନଙ୍କ ହିତପାଇଁ ଦୀର୍ଘ ବର୍ଷ ଧରି କାମ କରି ଆସୁଛନ୍ତି । ହେଲେ ନିଜ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପ୍ରଶାସନ ନିକଟରେ ଆବେଦନ କରି ନିରାଶ ହୋଇ ଶେଷରେ କୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜୟକୃଷ୍ଣ ସାହୁ କହିଛନ୍ତି, ‘‘ତାଙ୍କର ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ୧୯୬୧ମସିହା । ବର୍ତ୍ତମାନ ତାଙ୍କୁ ୬୩ ବର୍ଷ । ସେ ଗତ ୨୦୨୧ ମସିହାରେ ଅନ ଲାଇନରେ ଭତ୍ତା ପାଇଁ ଆବେଦନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଗତ ୨୦୨୨ ମେ' ମାସରେ ଭେଟି ଭତ୍ତା ପାଇଁ ଅନୁରୋଧ କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ ଖୋର୍ଦ୍ଧା ଡିଏସଏସଓଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ଶେଷରେ ଖୋର୍ଦ୍ଧା ସିନିଅର ସିଭିଲ ଜଜ୍‌ଙ୍କ ନିକଟରେ ଅଭିଯୋଗ କରିବା ପରେ ସିନିଅର ସିଭିଲ ଜଜ୍‌ ଜିଲ୍ଲାପାଳଙ୍କୁ ଏହି ମାମଲାର ବିଚାର କରିବା ପାଇଁ ଜଣାଇଥିଲେ ।’’

ଦୀର୍ଘ ୬ମାସ ମଧ୍ୟରେ ପ୍ରଶାସନ ନିକଟରୁ କୌଣସି ସୁଫଳ ନମିଳିବାରୁ କି ତଦନ୍ତ ନହେବାରୁ ଶେଷରେ ସ୍ଥାୟୀ ଲୋକ ଅଦାଲତଙ୍କ ଆଶ୍ରୟ ନେଇଛନ୍ତି ଜୟକୃଷ୍ଣ । ଜୟକୃଷ୍ଣ ଗତ ଫେବୃଆରୀ ୧୬ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଏସଏସଓଙ୍କ ସହିତ ବେଗୁନିଆ ବିଡିଓଙ୍କ ନାଁରେ କେସ ରୁଜୁ କରିଛନ୍ତି । ଏହାସହ ତାଙ୍କୁ ମାନସିକ ଦୁଶ୍ଚିନ୍ତା ବାବଦକୁ ୧ଲକ୍ଷ ୨୦ ହଜାର ଟଙ୍କା ଏବଂ ହଇରାଣ ହରକତ ବାବଦକୁ ୫୦ହଜାର ଟଙ୍କା ମୋଟ ୧ ଲକ୍ଷ ୭୦ ହଜାର ଦେବାକୁ ଲୋକ ଅଦାଲତଙ୍କ ଦ୍ବାରସ୍ତ ହୋଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚାରେ ଜୟକୃଷ୍ଣ ସାହୁ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : May 7, 2023, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.