ETV Bharat / state

ବେଗୁନିଆରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା - ବେଗୁନିଆ

ଅସୁସ୍ଥ ହୋଇପଡ଼ିଛି ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ର । ଅର୍ଥାତ୍ ଜଣେ ଡାକ୍ତର ଆଉ 6ଟି ବେଡ଼ରେ ଏଠାରେ ଚାଲିଛି ରୋଗୀସେବା । ତାହା ପୁଣି ଦୟନୀୟ ସ୍ଥିତିରେ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 22, 2019, 8:40 PM IST

ଖୋର୍ଦ୍ଧା: ଜଣେ ଡ଼ାକ୍ତରରେ ଚାଲିଛି ରୋଗୀ ସେବା । ତାହା ପୁଣି ତାଙ୍କ ମନଇଚ୍ଛା । ରାତିରେ ତ ଏଠାକୁ ରୋଗୀଙ୍କୁ ଆଣିବା ଅପେକ୍ଷା ନଆଣିବା ଆହୁରି ଭଲ । କାରଣ ରାତିରେ ଆଟେଣ୍ଡାଣ୍ଟଙ୍କ ଦ୍ବାରା ଚାଲେ ସ୍ବାସ୍ଥ୍ୟ ସେବା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବସା ବାନ୍ଧିଛି ତୀବ୍ର ଅସନ୍ତୋଷ ।

1988 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ 10 ଶଯ୍ୟା ବିଶିଷ୍ଟ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ୍ କରିଥିଲେ । କିନ୍ତୁ ବାସ୍ତବିକ ସ୍ଥିତି କିଛି ଅଲଗା । ମାତ୍ର 6ଟି ଶଯ୍ୟା ଥିବାବେଳେ ତାହା ମଧ୍ୟରୁ ଅନେକ ଭାଙ୍ଗି ନଷ୍ଟ । ଯାହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ବିଡ଼ିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସେହିପରି ଦୀର୍ଘ 20 ବର୍ଷ ଧରି ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଦାବି ହୋଇଆସୁଛି । ଏଥିପାଇଁ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ଟିମ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିବା ସହ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ସେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଅସନ୍ତୋଷ ବେଗୁନିଆ ବାସୀ

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାହା ଉପରେ ପ୍ରତିଦିନ ସହ ସହ ଲୋକ ନିର୍ଭର କରିଥାନ୍ତି । କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।

Body:ମାତ୍ର ଜଣେ ଡାକ୍ତର ଏଠାରେ କରୁଛନ୍ତି ରୋଗୀ ସେବା । ତାହା ପୁଣି ତାଙ୍କ ମନଇଚ୍ଛା । ରାତିରେ ତ ଏଠାକୁ ଆସିଲେ ମୃତ୍ୟ କୁ ସାଙ୍ଗରେ ଆଣି ଆସିବାକୁ ପଡିଥାଏ କାରଣ ରାତିରେ ଏଠାରେ ଭରସା ଆଟେଣ୍ଡାଣ୍ଟ । 1988 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି 10 ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉଦଘାଟିତ କରିଥିଲେ । କିନ୍ତୁ ବାସ୍ତବିକ ସ୍ଥିତି କିଛି ଅଲଗା । ଶଯ୍ୟା ମାତ୍ର 6ଟି ତାମଧ୍ୟରେ ଅନେକ ଭାଙ୍ଗିରୁଜି ଯାଇଛି । ଯାହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ସେହିପରି ଦୀର୍ଘ 20 ବର୍ଷ ଧରି ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଦାବି ହୋଇଆସୁଛି ।

Conclusion:ଏଥିପାଇଁ ରାଜ୍ୟ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ଟିମ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିବା ସହ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହା କେବଳ ପ୍ରତିଶ୍ରୁତିରେ ରହିଯାଇଥିବା ଅଭିଯୋଗ ହେଉଛି ।

ବାଇଟ 1- ଶରତ ମହାପାତ୍ର ,ରୋଗୀଙ୍କ ସମ୍ପର୍କୀୟ
2- ଶିବ ମୁନି,ସ୍ଥାନୀୟ ଲୋକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.