ETV Bharat / state

ପଞ୍ଚଭୂତରେ ଲୀନ ହେଲେ ନବ ଦାସ, ଆତ୍ମାର ସଦ୍‌ଗତି କାମନା କରି ବିଜୁ ଛାତ୍ର ଜନତା ଦଳର ଦୀପଦାନ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ସାରା ରାଜ୍ୟ ମର୍ମାହତ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ସମୂହ ଦୀପଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ବିଜୁ ଛାତ୍ର ଜନତା ଦଳର ଦୀପଦାନ
ବିଜୁ ଛାତ୍ର ଜନତା ଦଳର ଦୀପଦାନ
author img

By

Published : Jan 30, 2023, 10:08 PM IST

ବିଜୁ ଛାତ୍ର ଜନତା ଦଳର ଦୀପଦାନ

ଭୁବନେଶ୍ବର: ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷ ହୋଇଛି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତରେ ମର୍ମାହତ ପୁରା ରାଜ୍ୟ । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ସମୂହ ଦୀପଦାନ କରାଯାଇଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ବର ରାମ ମନ୍ଦିର ନିକଟରେ ବିଜୁ ଛାତ୍ର ଜନତାଦଳର ସଦସ୍ୟମାନେ ଏକତ୍ରୀତ ହୋଇ ସମୂହ ଦୀପଦାନ କରିଥିଲେ ।

ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯାଉଥିବା ସମୟରେ ଜଣେ ପୋଲିସ ଏଏସ୍‌ଆଇଙ୍କ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଅଣାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୋମବାର ଭୁବନେଶ୍ବରରେ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଏହାପରେ ସକାଳ 10ଟା ସମୟରେ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

ଏହାପରେ ନବଙ୍କ ପାର୍ଥିବ ଶରୀରକୁ ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । କାର୍ଯ୍ୟାଳୟରେ ଦଳର ବିଧାୟକ, ଦଳୀୟ ସମର୍ଥକ ଓ ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥିବ ଶରୀରରେ ଦଳୀୟ ପତାକା ପକାଇଥିଲେ । ସେହିପରି ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ନିଆଯାଇ ନବଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସରିଛି ।

ସେପଟେ ସୋମବାର ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆତ୍ମାର ସଦ୍‌ଗତି କାମନା କରି ରାଜ୍ୟର ବିଭିନ୍ନ ସ୍ଥାନରେ ସମୂହ ଦୀପଦାନ କରାଯାଇଛି । ସେହି ଧାରାରେ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ନିକଟରେ ବିଜୁ ଛାତ୍ର ଜନତା ଦଳର ସଦସ୍ୟମାନେ ଏକତ୍ରିତ ହୋଇ ସମୂହ ଦୀପଦାନ କରିବା ସହ ନବ ଦାସଙ୍କ ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରିଥିଲେ । ପରେ ଛାତ୍ରଛାତ୍ରୀମାନେ ନବ ଦାସଙ୍କ ସ୍ମୃତିଚାରଣ କରିଥିଲେ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.