ETV Bharat / state

କେନ୍ଦ୍ରର ଶିକ୍ଷା ମାରଣା ନୀତି ବିରୋଧରେ ଆନ୍ଦୋଳନ କରିବ ଛାତ୍ର ବିଜେଡି

author img

By

Published : Jul 15, 2023, 12:00 PM IST

ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଦିଗ୍‌ଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ
ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଛାତ୍ର ଜନତା ଦଳର(BCJD) ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଓ ଦିଗଦର୍ଶନ ଦେଇଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନର କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହୋଇଛି । ସନ୍ଧ୍ୟାରେ ଛାତ୍ର ଜନତା ଦଳର ତୁଙ୍ଗ ନେତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏନେଇ ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ସ୍ଥିତିକୁ ଲୋକାଭିମୁଖୀ ଓ ମଜବୁତ କରିବା ପାଇଁ ଛାତ୍ର ବିଜେଡିର ଏହି କାର୍ଯ୍ୟକାରିଣୀ ବୈଠକ ବସିଛି । BCJD ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ରକ୍ତଦାନ, ବୃକ୍ଷରୋପଣ କରୁଥିବାରୁ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଆଦର୍ଶ ବିଦ୍ୟାଳୟ ନିର୍ମାଣ କରି ୫ ହଜାର ହଷ୍ଟେଲ ନିର୍ମାଣ ସହିତ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସ୍କଲାରସିପ ହ୍ରାସ କରୁଛି । ସେଥିପାଇଁ ଛତ୍ର ଜନତା ଦଳ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଖରେ ସଚେତନ ବାର୍ତ୍ତା ପହଞ୍ଚାଯିବ । ଟ୍ରାଇବଲ ୟୁନିଭରସିଟି ସ୍ଥାପନ ପାଇଁ ଦାବି କରାଯିବ । କେନ୍ଦ୍ର ସରକାର ଦାବି ପୂରଣ ନକଲେ ଜୋରଦାର ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି । ଏହାସହ କାର୍ଯ୍ୟକାରିଣୀ ବୈଠକରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ର ଶୁଭାରମ୍ଭ: ଖର୍ଚ୍ଚ ହେବ ୧୨୫ କୋଟି

ବିଭିନ୍ନ ପ୍ରସ୍ତାବ କାର୍ଯ୍ୟକରିଣୀରେ ଅନୁମୋଦନ ହୋଇଛି । ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ଆଗାମୀ ଦିନରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ପଥ ପରିଷ୍କାର କରିବ । ଏଥି ସହିତ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ କେମିତି ସଚେତନ କରାଯାଇପାରିବ, ସେଥିରେ ବିଜୁ ଛାତ୍ର ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଛାତ୍ର ସଂଗଠନ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ନବୀନ ଓଡ଼ିଶା ଗଠନ ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା କ'ଣ ରହିବ ସେନେଇ ଉଦବୋଧନ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହି ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ପ୍ରେରିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.