ETV Bharat / state

Train Accident: କରମଣ୍ଡଳ ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ, ପଶ୍ଚିମବଙ୍ଗ ମୃତଦେହ ପଳେଇଛି ବିହାର - ପଶ୍ଚିମବଙ୍ଗ ମୃତଦେହ ପଳେଇଛି ବିହାର

ପଶ୍ଚିମବଙ୍ଗର ଜଣେ ମୃତକଙ୍କ ମରଶରୀରରକୁ ବିହାର କେହି ଜଣେ ନେଇଥିବା ଅଭିଯୋଗ କରିଛନ୍ତି ଜଣେ ବାପା । ଏ ହେଉଛି କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରର ସ୍ଥିତି । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ମୃତଦେହ ପଳେଇଛି ବିହାର
balasore train Accident
author img

By

Published : Jun 8, 2023, 3:40 PM IST

balasore train Accident

ଭୁବନେଶ୍ବର: ଏମିତି ଫଟା କପାଳ କାହାର ନ ହେଉ । ଭଗବାନ ଏ କି ପରୀକ୍ଷା ନେଉଛନ୍ତି । 22 ବର୍ଷର ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡିଥିବା ବାପା ପାଇଁ ପୁଅର ମୃତଦେହକୁ ପାଇବାକୁ କେତେ ଯେ କଷ୍ଟ ସହିବାକୁ ପଡ଼ିଲାଣି । କଥା କହୁ କହୁ ଆଖିରେ ଲୁହ ଜକେଇ ଆସୁଥିବା ବାପା ଛାତିକୁ ପଥର କରି 4 ଦିନ ହେବ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ପୁଅକୁ ଖୋଜୁଛନ୍ତି । ହେଲେ ପୁଅର ମୃତଦେହକୁ କେହି ଜଣେ ବିହାର ଲୋକ ନେଇ ଯାଇଛଥିବା ଜଣାପଡିଛି । ପୁଅକୁ ନେବାକୁ ଆହୁରି 7ଦିନ ରହିବାକୁ ପଡିବ ବୋଲି ବାଲେଶ୍ବର ଟ୍ରେନ ଦୁର୍ଘଟଣାର ଜଣେ ମୃତକଙ୍କ ବାପା କାନ୍ଦିକାନ୍ଦି କହିଛନ୍ତି ।

ପଶ୍ଚିମବଙ୍ଗର ଶିବକାନ୍ତ ରାୟଙ୍କ ପୁଅ ବିପୁଲ୍ ରାୟ ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଖବର ମିଳିବା ପରେ ପୁଅକୁ ଖୋଜିବାକୁ ଭୁବନେଶ୍ବର ଧାଇଁ ଆସିଥିଲେ ଶିବକନ୍ତା । 4 ଦିନ ହେବ ହାତରେ ଫଟୋ ଧରି ପୁଅକୁ ଖୋଜିଥିଲେ । ପୁଅର ମୃତଦେହକୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ । ପୁଅ ତ ମିଳିଲାନି ହେଲେ ଶେଷରେ ଜାଣିବାକୁ ପାଇଥିଲେ ତାଙ୍କ ପୁଅର ମୃତଦେହକୁ ବିହାରର କେହି ଜଣେ ବ୍ୟକ୍ତି ନେଇ ଯାଇଛନ୍ତି । ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ଏ ଦୃଶ୍ୟ ଯେ କେହି ବି ଦେଖୁଛି ତା ଆଖିର ଲୁହ ଓ ଛାତିର କୋହ ବୋଲ ମାନୁନାହିଁ । ପୁଅର ମୃତଦେହ ପାଇବାକୁ ଆହୁରି 7 ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ପଶ୍ଚିମବଙ୍ଗର ଶିବକାନ୍ତ ରାୟ ।

4 ଦିନ ହେବ ମୃତଦେହ ଖୋଜୁଥିଲି । ଯାହାକୁ ଚିହ୍ନଟ କଲି ତାକୁ ଆଉ କିଏ ନେଇଯାଇଛି । ରହିବାକୁ ଜାଗା ନମିଳିଲେ ରାସ୍ତାରେ ଶୋଇ ପଡିବି ହେଲେ ମୃତଦେହ ଘରକୁ ନେଇକି ଯିବି ବୋଲି କୋହଭରା କଣ୍ଠରେ କହିଛନ୍ତି ପଶ୍ଚିମବଙ୍ଗର ଶିବକାନ୍ତ ରାୟ । ମୋ ପୁଅର ମୃତଦେହ ମୋତେ ଦିଆଯାଉ ବୋଲି କହିଛନ୍ତି ଶିବକାନ୍ତ ।

ଏହା ବି ପଢନ୍ତୁ...Train Accident: ଚାକିରି ଆଶାରେ ଚେନ୍ନାଇ ଯାଉଥିଲେ, ସାଙ୍ଗକୁ ନପାଇ ଚେତାଶୂନ୍ୟ ହେଉଛନ୍ତି ହିମାଂଶୁ

ଖାଲି ପଶ୍ଚିମବଙ୍ଗର ଶିବକାନ୍ତ ରାୟ ନୁହଁନ୍ତି ଆଉ 2ରୁ 3ଟି ଏପରି ଘଟଣା ସାମ୍ନାକୁ ଆସିଛି । ଏବେ ବି 82ଟି ମୃତଦେହ ଚିହ୍ନଟ ହୋଇନାହିଁ । ଭୁବନେଶ୍ବର ଏମ୍ସରେ ସ୍ବତନ୍ତ୍ର କଣ୍ଟେନରରେ ରଖାଯାଇଛି । ୫୦ଟି ମୃତ ଶରୀର ନମୂନା ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି । ଡିଏନଏ ଟେଷ୍ଟ କରାଯାଇ ପ୍ରକୃତ ମୃତଦେହ ଦାବିଦାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.