ETV Bharat / state

ବାହାନଗା ଟ୍ରେନ ଟ୍ରାଜେଡି: ମନରେ କୋହକୁ ଚାପି ମୃତଦେହକୁ ବୋହି ଆଣିଲେ ଏମାନେ - ଟ୍ରେନ ଦୁର୍ଘଟଣା

ବାଲେଶ୍ୱର ମୁନିସିପାଲିଟିର ପ୍ରତ୍ୟୁଷ ସଦସ୍ୟମାନେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହକୁ ଉଠାଇବା ଦାୟିତ୍ବ ତୁଲାଇଛନ୍ତି । ଅଧିକ ପଢନ୍ତୁ

pratusha Organization member
ପ୍ରତ୍ୟୁଷ ସଦସ୍ୟଙ୍କ ସେବା
author img

By

Published : Jun 5, 2023, 5:01 PM IST

ପ୍ରତ୍ୟୁଷ ସଦସ୍ୟଙ୍କ ସେବା

ବାଲେଶ୍ବର: ଭୟଙ୍କର ଛାତିଥରା ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ବକୁ ସ୍ତବ୍ଧ କରି ଦେଇଛି । ଦୁର୍ଘଟଣା ପରର ଦୃଶ୍ୟ ଯେ କେହି ବି ଦେଖିଛି ତା ଆଖିରେ ଲୁହ ଆସିଛି । କୁଢ କୁଢ ମୃତଦେହ ଭିତରେ ପରିଚୟଙ୍କ ମୁହଁ ଖୋଜୁଥିଲେ ସମ୍ପର୍କୀୟ । ଅତ୍ୟନ୍ତ ହୃଦୟବିଦାରକ ଥିଲା ସେ ଦୃଶ୍ୟ । ବାହାନଗା ବେଦନା ବଖାଣିବାକୁ ଶଦ୍ଦ ନିଅଣ୍ଟ । ଭୁବନେଶ୍ବର ଏମ୍ସରେ ଶତାଧିକ ମୃତଦେହ ଚିହ୍ନଟ ପାଇଁ ରଖାଯାଇଛି । ସମ୍ପର୍କୀୟ ଆସୁଛନ୍ତି ଫଟୋ ଦେଖି ଆତ୍ମୀୟଙ୍କୁ ଚିହ୍ନଟ କରୁଛନ୍ତି । ଏହି ସମୟରେ ସେବାରେ ଲାଗିଛନ୍ତି ପ୍ରତ୍ୟୁଷ ସଦସ୍ୟ । ବାଲେଶ୍ୱର ମ୍ୟୁନସିପାଲିଟିର ପ୍ରତ୍ୟୁଷ ସଦସ୍ୟମାନେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହକୁ ଉଠାଇବା ଦାୟିତ୍ବ ତୁଲାଇଛନ୍ତି । ଶହ ଶହ ମୃତଦେହ ଦେଖି ଯେ କେହି ବି ଧୈର୍ଯ୍ୟହରା ହୋଇପଡିବ ମାତ୍ର ସେମାନେ ଧୈର୍ଯ୍ୟର ସହ ଦାୟିତ୍ବ ତୁଲାଇଛନ୍ତି ।

ମୃତଦେହକୁ ଠିକଣା ସ୍ଥାନରେ ପରିଚୟ ପାଇଁ ରଖିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ସମୟରେ ମୃତଦେହ ଗୁଡିକୁ ଉଠାଇବା ଦାୟିତ୍ୱ ନିର୍ବାହ କରୁଛନ୍ତି ଦେବଦୂତ ରୂପୀ ମଣିଷମାନେ । ନିଜ କାନ୍ଧରେ ଅନାୟାସରେ ବୋହି ନେଉଥିବା ଲୋକମାନେ ହେଉଛନ୍ତି ବାଲେଶ୍ୱର ମ୍ୟୁନିସିପାଲଟିର ପ୍ରତ୍ୟୁଷ କର୍ମଚାରୀ । କୁଢ଼ କୁଢ଼ ମୃତଦେହକୁ ନିଜ ହାତରେ ବୋହି ନେଇ nocci ସେଣ୍ଟରରେ ରଖୁଛନ୍ତି । ଯେତେବେଳେ ନିଜର ଲୋକଟିଏ ପାଇଁ ମୃତଦେହରୁ ବାହାରୁଥିବା ଦୁର୍ଗନ୍ଧକୁ ସହ୍ୟ କରିବା କଷ୍ଟକର ମନେ ହୁଏ ସେତେବେଳେ ଏମାନେ ହସି ହସି ମୃତଦେହକୁ ଉଠାଇ ନେଉଛନ୍ତି । ନା ଅଛି ଘୃଣା ନା କୌଣସି ଅବଶୋଷ । ହସି ହସି ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପ୍ରତ୍ୟୁଷର 20ଜଣ ସଦସ୍ୟ ଏହି କାର୍ଯ୍ୟରେ ଲାଗିଛନ୍ତି । ଚିହ୍ନଟ ହେଉଥିବା ମୃତଦେହକୁ ସେମାନଙ୍କ ପରିବାର ହାତକୁ ଟେକି ଦେଉଛନ୍ତି ପ୍ରତ୍ୟୁଷର ସଦସ୍ୟମାନେ ।

ଏହା ବି ପଢନ୍ତୁ...ଚାଲିଛି ମୃତଦେହ ଚିହ୍ନଟ ପ୍ରକ୍ରିୟା, 50 ଜଣଙ୍କର ମିଳିଛି ପରିଚୟ

ଜୁନ 2 ତାରିଖ ସଂଧ୍ୟା 7ରେ ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ଖାଲି ଓଡିଶା କି ଭାରତରେ ସୀମିତ ନାହିଁ । ବିଶ୍ବକୁ ଦୋହଲାଇ ଦେଇଛି ଏ ଦୁର୍ଘଟଣା । ଏହି ଦୁର୍ଘଟଣା କେତେ ଯେ କୋଳ ଖାଲି କରିଛି ତାର ହିସାବ ନାହିଁ । ଦୁର୍ଘଟଣା ଘଟିବା ତୁରନ୍ତ ସମୟରେ ଅନେକ ସ୍ଥାନୀୟ ଯୁବକ ଲୋକଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ କିଟମିଟ ଅନ୍ଧାର ଭିତରୁ ଓଲଟିପଡିଥିବା ବଗିରୁ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରେଳ ଦୁର୍ଘଟଣାରେ ଦୁର୍ଗତଙ୍କ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକ । ଖାଲି ସେତିକି ନୁହେଁ ଆହତଙ୍କୁ ରକ୍ତଦାନ କରିବାକୁ ମଧ୍ୟ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା । ଦୁର୍ଘଟଣାକୁ 3 ଦିନ ବିତିଛି । ଏବେ ବି ଘା ତାଜା ଅଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.