ETV Bharat / state

Train Tragedy: 5ଦିନ ପରେ ବି ମୃତଦେହ ଚିହ୍ନଟରେ ସମସ୍ୟା, ଆପଣା ଲୋକଙ୍କୁ ଖୋଜି ନୟାନ୍ତ ଆତ୍ମୀୟ

ବାଲେଶ୍ବର ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ଏହାରି ଭିତରେ 5 ଦିନ ବିତିଛି । ଦୁର୍ଘଟଣାରେ ପ୍ରିୟ ପରିଜନଙ୍କୁ ଖୋଜି ଖୋଜି ନୟାନ୍ତ ହେଲେଣି ପରିବାର ଲୋକ । ଅଧିକ ପଢନ୍ତୁ

victim relatives struggling to get information
Train Tragedy
author img

By

Published : Jun 7, 2023, 4:47 PM IST

ଆପଣା ଲୋକଙ୍କୁ ଖୋଜି ନୟାନ୍ତ ଆତ୍ମୀୟ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ଦିନ ପରେ ଦିନ ଗଡ଼ି ଚାଲିଛି । ହେଲେ ଦୁଃଖ ସରୁନାହିଁ କି ଲୁହ ଶୁଖୁନାହିଁ । ଭୟଙ୍କର ଛାତିଥରା ଟ୍ରେନ୍‌ ଦୁର୍ଘଟଣାରେ ଶହଶହ ଜୀବନଦୀପ ଲିଭି ଲାଇଛି । ଅଧାବାଟରେ ଲୌହ ଦାନବ ଅନେକଙ୍କ ଜୀନବ ନେଇଛି । କିଏ ପୁଅକୁ ହରାଇଛି ତ କିଏ ବାପାକୁ ତ ପୁଣି କାହା ମଥାରୁ ସିନ୍ଦୁର ପୋଛିଛି କରମଣ୍ଡଳ ଟ୍ରେନ ଦୁର୍ଘଟଣା । ଅନେକ ସୁନା ପରିବାର ଚୁନା କରିଛି ବାହାନଗା ଟ୍ରେନ ଦୁର୍ଘଟଣା । ଏହି ଅଘଟଣକୁ 5 ଦିନ ବିତିଛି । ହେଲେ ଆଜି ବି ଅନେକ ଲୋକ ସେମାନଙ୍କ ନିଜ ଲୋକଙ୍କର କୌଣସି ଖୋଜ ଖବର ପାଇନାହାନ୍ତି । ସେମାନେ ବଞ୍ଚିଛନ୍ତି ନା ନାହିଁ ତାର ମଧ୍ୟ କୌଣସି ପତ୍ତା ମିଳୁ ନାହିଁ ।

ଦୁର୍ଘଟଣାରେ ହଜିଯାଇଥିବା ଆପଣାର ଲୋକଙ୍କୁ ଖୋଜିଖୋଜି ନୟାନ୍ତ ହେଲେଣି ଆତ୍ମୀୟ । ହାତରେ ଫଟୋ ଧରି ହସ୍ପିଟାଲରୁ ହସ୍ପିଟାଲ ଘୂରି ବୁଲୁଛନ୍ତି ହେଲେ କୌଣସି ଖବର ମିଳୁନାହିଁ । ରାତି ପାହିଲେ ମୃତଦେହ ରଖାଯାଇଥିବା ଭୁବନେଶ୍ବର ଏମ୍ସରେ ଆତ୍ମୀୟଙ୍କ ଧାଡି ଲାଗୁଛି । ଫଟୋରେ ପରିଚିତଙ୍କ ମୁହଁ ଖୋଜୁଛନ୍ତି ହେଲେ ପାଉନାହନ୍ତି । ଦୁର୍ଘଟଣା ପରର ସ୍ଥିତି ସମସ୍ତଙ୍କୁ ବିଚଳିତ କରିଛି । ଟ୍ରେନ୍‌ ଦୁର୍ଘଟଣା ପରେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭୁବନେଶ୍ବର ଏମ୍ସକୁ 123 ମୃତଦେହ ଆସିଥିଲା । 64 ମୃତଦେହ ଚିହ୍ନଟ ହୋଇଥିବା ବେଳେ 59 ହୋଇପାରିନାହିଁ ।

ବିଭିନ୍ନ ହସ୍ପିଟାଲରେ ନିଜ ଲୋକଙ୍କୁ ଖୋଜି ଥକି ପଡିଲେଣି ପ୍ରିୟ ପରିଜନ। କେତେବେଳେ ବାଲେଶ୍ଵର ହସ୍ପିଟାଲ ତ ଆଉ କେତେବେଳେ କଟକ ଭୁବନେଶ୍ଵରରେ ଥିବା ହସ୍ପିଟାଲକୁ ଯାଇ ନିଜ ଲୋକଙ୍କୁ ଖୋଜୁଛନ୍ତି ତଥାପି ପାଉନାହାନ୍ତି। ସେମାନେ ଜୀବିତ କି ମୃତ୍ୟୁ କିଛି ପତ୍ତା ମିଳୁ ନାହାନ୍ତି । ତାଥାପି ଅନେକ ଆଶା ନେଇ ନିଜ ଲୋକଙ୍କୁ ପରିବାର ସମ୍ପର୍କୀୟ ମାନେ ଖୋଜୁଛନ୍ତି । ଛାତିକୁ ପଥର କରି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପରିବାର ବର୍ଗ ନିଜ ନିଜ ସମ୍ପର୍କୀୟଙ୍କ ମୃତଦେହ ଖୋଜିବା ଲାଗି ଭୁବନେଶ୍ୱର ଆସୁଛନ୍ତି । ଦୁର୍ଘଟଣାର 5ଦିନ ବିତି ଯାଇତିଲେ ମଧ୍ୟ ଅଧିକାଂଶ ଲୋକେ ନିଜ ମୃତକ ମରଶରୀର ପାଇପାରୁନାହାନ୍ତି । ନିଜ ପ୍ରିୟଜନଙ୍କ ମରଶରୀର ନେବା ପାଇଁ ଆସିଥିବା ଲୋକଙ୍କ ଦୁର୍ଦ୍ଦଶା ବଢି ଚାଲିଛି । ବହୁ ମୃତଦେହ ବିକୃତ ହୋଇଯାଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବା ଉଭୟ ଡାକ୍ତରୀ ଦଳ ଓ ପରିବାର ଲୋକଙ୍କ ଲାଗି କଷ୍ଟକର ହୋଇପଡିଛି ।

ଏହା ବି ପଢନ୍ତୁ...Train Crash: କରମଣ୍ଡଳରେ ବସିଥିଲା ପୁଅ, ୩ ଦିନ ପରେ ହସ୍ପିଟାଲରେ ପାଇଲେ ନେପାଳ ଦମ୍ପତି

ବାଲେଶ୍ୱର ଓ ଭୁବନେଶ୍ୱର ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବ ଓ ଭୁଲ ନମ୍ବରିଂ ଲାଗି ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଏମ୍ସରେ ଅନେକ ମୃତକଙ୍କ ପରିବାର ଲୋକ ଶବ ଚିହ୍ନଟ ବେଳେ ହଟହଟା ହୋଇଥିବା ଦେଖିବାକୁ ମିଳିଛି । କିଏ କହୁଛି ସେମାନେ ମୋ ବାପାଙ୍କ ମୃତଦେହ ନେଇଯାଇଛନ୍ତି ତ ଆଉ କିଏ କିଏ ନିଜ ମୃତକଙ୍କ ରାଜଧାନୀର ବିଭିନ୍ନ ହସ୍ପିଟାଲରୁ ଖୋଜି ପାଉନାହାନ୍ତି । ବିହାର ପଶ୍ଚିମବଙ୍ଗ ଚେନ୍ନାଇରୁ ପ୍ରିୟଜନଙ୍କୁ ଖୋଜିବାକୁ ପରିବାର ବର୍ଗ ଆସୁଛନ୍ତି । ହସ୍ପିଟାଲରେ ଥିବା ଡିସ୍ପ୍ଲେ ଓ ଫଟୋକୁ ବାରମ୍ବାର ଦେଖିଛନ୍ତି । କାଳେ ମିଳିଯିବ ବୋଲି ଆଶା ରଖିଛନ୍ତି ହେଲେ ଅନେକଙ୍କୁ ନିରାଶ ହେବାକୁ ପଡୁଛି । ଦିନ ଗଡୁ ଥିବାରୁ ମୃତଦେହ ଚିହ୍ନିବା ଅଧିକ କଷ୍ଟକର ହୋଇପଡିଛି ତେଣୁ ଡିଏନଏ ଟେଷ୍ଟ ଏକମାତ୍ର ଭରସା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.