ETV Bharat / state

Mann ki Baat: ପ୍ରଧାନମନ୍ତ୍ରୀଙ୍କ ମନ କଥା ଶୁଣିଲେ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ - ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

106ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ବିଜେପି କର୍ମୀଙ୍କ ଗହଣରେ ନିଜ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଅଧିକ ପଢ଼ନ୍ତୁ

106ତମ ମନ୍ କି ବାତ୍ କାର୍ଯ୍ୟକ୍ରମ
106ତମ ମନ୍ କି ବାତ୍ କାର୍ଯ୍ୟକ୍ରମ
author img

By ETV Bharat Odisha Team

Published : Oct 29, 2023, 6:17 PM IST

106ତମ ମନ୍ କି ବାତ୍ କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେପି କର୍ମୀଙ୍କ ଗହଣରେ ନିଜ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣିଛନ୍ତି । ଆଜି କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡାଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କର ଜୀବନୀ ଦେଶବାସୀଙ୍କ ପାଇଁ ପ୍ରେରଣା ଦାୟୀ ଥିଲା ବୋଲି କହିଥିଲେ ମୋଦି ।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ‘‘କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ୟମ ଆଉ କେଉଁଠି ନାହିଁ । ପ୍ରତି ମାସ ମୋଦି ଅନେକ କଥା ନେଇ ଲୋକଙ୍କ ପାଖକୁ ଆସନ୍ତି । ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ଯାଉଛି । ଜନଜାତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନେକ କାମ କରିଛନ୍ତି । ସୌଭାଗ୍ୟକୁ ମହାମହିମ ରାଷ୍ଟ୍ରପତି ଜନଜାତିର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁ ମାନେ ଆଜି ଆଦର୍ଶ ହୋଇ ପାରିଛନ୍ତି । ଗାଁ ପାଇଁ ରାଜ୍ୟ ପାଇଁ ଦେଶ ପାଇଁ କିଛି କରିଛନ୍ତି ସେମାନଙ୍କ କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ଏମିତି ଉଦାହରଣ ଆମ ପାଇଁ ପ୍ରେରଣା । ମୋଦିଜୀ ଜନଜାତିଙ୍କ ବହୁତ କିଛି କରିଛନ୍ତି । ଦେଶ ଓ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦିଜୀ ସବୁବେଳେ ତତ୍ପର ।

ଏହା ମଧ୍ଯ ପଢନ୍ତୁ...Mann Ki Baat: ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ବପ୍ନ କହିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘‘ଆଜି ୧୦୬ ତମ ମନ କୀ ବାତରେ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ମାସରେ ଖଦି ବସ୍ତ୍ର ବିକ୍ରିରେ ରେକର୍ଡ ଭାଙ୍ଗିଛି ଭାରତ । ଆତ୍ମନିର୍ଭର ଭାରତ ବନାଇବା ଆମ ସ୍ବପ୍ନ । ମେକ୍ ଇନ୍ ଇଣ୍ଡିଆର ସମସ୍ତ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି ମୋଦିଜୀ । ଦେଶର କୋଣ ଅନୁକୋଣରୁ ଅମୃତ କଳସ ମାଟି ସଂଗ୍ରହ କରାଯାଇଛି । ମାଟି ଦିଲ୍ଲୀ ଅଣାଯାଇ ଅମୃତ ବାଟିକା ସ୍ଥାପନ ହେବ । ଏହିପରି ଅନନ୍ୟ ଓ ଯୁଗନ୍ତାକାରୀ କାର୍ଯ୍ୟ କେବଳ ପ୍ରଧାନମନ୍ତ୍ରୀ ମୋଦିଜୀ କରିପାରିବେ । 31 ଅକ୍ଟୋବରରେ ଏକ ବହୁତ ବଡ ରାଷ୍ଟ୍ରବ୍ୟାପୀ ସଂଗଠନର ଶୁଭାରମ୍ଭ ହେବାକୁ ଯାଉଛି । ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହା ସଂଗଠନ ଆରମ୍ଭ ହେବ ଯାହାର ନାମ ହେଉଛି 'ମୋ ଯୁବ ଭାରତ' ଅର୍ଥାତ MY BHARAT, MY BHARAT ସଂଗଠନ । ଏଥିରେ ସବୁ ଯୁବପିଢି ରେଜିଷ୍ଟର କରିବାକୁ ସେ ନିବେଦନ କରିଛନ୍ତି । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.