ETV Bharat / state

ଡକାୟତି ଉଦ୍ୟମ ବେଳେ ବାଘମାରି ପୋଲିସର ଚଢ଼ାଉ, ପାଞ୍ଚ ଗିରଫ

author img

By

Published : Nov 20, 2020, 1:49 AM IST

ଡକାୟତି ଉଦ୍ୟମ ବେଳେ ବାଘମାରି ପୋଲିସ ଚଢ଼ାଉ କରି ପାଞ୍ଚଜଣଙ୍କୁ ଗିରଫ କରିଛି । ପୋଲିସ ଗିରଫ ଡକାୟତମାନଙ୍କଠାରୁ ଦୁଇଟି ଛୁରୀ, ଲୁହା ରଡ଼, ଲଙ୍କା ଗୁଣ୍ଡ ଓ ଦୁଇଟି ମୋଟର ସାଇକେଲ ଜବତ କରିଛି । ଅଧିକ ପଢନ୍ତୁ...

ଡକାୟତି ଉଦ୍ୟମ ବେଳେ ବାଘମାରି ପୋଲିସର ଚଢ଼ାଉ, ପାଞ୍ଚ ଗିରଫ
ଡକାୟତି ଉଦ୍ୟମ ବେଳେ ବାଘମାରି ପୋଲିସର ଚଢ଼ାଉ, ପାଞ୍ଚ ଗିରଫ

ଖୋର୍ଦ୍ଧା : ଡକାୟତି ଉଦ୍ୟମ ବେଳେ ବାଘମାରି ପୋଲିସ ଚଢ଼ାଉ କରି ପାଞ୍ଚଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ସାରୁଅଠାରେ ଥିବା ଭଙ୍ଗା ମିଲ ନିକଟରେ ଡକାୟତି ପାଇଁ ଉଦ୍ୟମ କରୁଥିବା ଖବର ପାଇ ବାଘମାରି ପୋଲିସ ଚଢ଼ାଉ କରିଥିଲା । ଘଟଣାରେ ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ତିନି ଜଣ ଫେରାର ହୋଇଯାଇଥିବା ଜଣାପଡିଛି ।

ପୋଲିସ ଗିରଫ ଡକାୟତମାନଙ୍କଠାରୁ ଦୁଇଟି ଛୁରୀ, ଲୁହା ରଡ଼, ଲଙ୍କା ଗୁଣ୍ଡ ଓ ଦୁଇଟି ମୋଟର ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୋଡାଡିହ ଗ୍ରାମର ପ୍ରଭାତ ସେଠୀ, ପ୍ରସନ୍ନ ସେଠୀ ,ରମେଶ ଜଗଦେବ, ଗିରିଷ ଜଗଦେବ ଓ କୁମାରବସ୍ତ ଗ୍ରାମର ଅର୍ଜୁନ ସାମନ୍ତରାୟ । ଅଭିଯୁକ୍ତମାନେ ନିଶା ସେବନ କରନ୍ତି ଏବଂ ନିଶା ଖର୍ଚ୍ଚ ଉଠାଇବା ପାଇଁ ଡକାୟତି କରନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.