ETV Bharat / state

ଆସିଲାନି ଆମ୍ବୁଲାନ୍ସ: ପମ୍ପ ହାଉସରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରସୂତି - ଜନନୀ ଯନ୍ତ୍ରଣା

ନୟାଗଡ଼ ଜିଲ୍ଲା ରାଜସୁନାଖଳା ବସଷ୍ଟାଣ୍ଡରେ ଥିବା ଏକ ପମ୍ପ ହାଉସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ପ୍ରସୂତି l 102 ଆମ୍ବୁଲାନ୍ସକୁ ଡକାଇବା ପରେ ବି ପ୍ରସୂତିଙ୍କୁ ଡାକ୍ତରଖାନା ନେଇ ନଥିଲେ ଡ୍ରାଇଭର । ଅଧିକ ପଢନ୍ତୁ...

ଆସିଲାନି ଆମ୍ବୁଲାନ୍ସ, ପମ୍ପ ହାଉସରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରସୂତି

author img

By

Published : Jul 29, 2020, 6:33 PM IST

ଖୋର୍ଦ୍ଧା: ଜନନୀ ସୁରକ୍ଷା ପାଇଁ ସରକାର ଅନେକ ଯୋଜନା କରିବା ସତ୍ତ୍ବେ ଥମୁନାହିଁ ଏମାନଙ୍କ ଯନ୍ତ୍ରଣା । କେତେବେଳେ ବୁଦା ମୂଳରେ ତ ଆଉ କେତେବେଳେ ରାସ୍ତା ମଝିରେ ପ୍ରସବ କରିବାକୁ ବାଧ୍ୟ ହେଉଛି ଗର୍ଭବତୀ । ଏପରିସ୍ଥିତିରେ ଆମ୍ବୁଲାନ୍ସ ନେବାକୁ ମନା କରିବାରୁ ବସଷ୍ଟାଣ୍ଡ ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ପ୍ରସୂତି । ନୟାଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଏକ ଘଟଣା ।

ଆସିଲାନି ଆମ୍ବୁଲାନ୍ସ, ପମ୍ପ ହାଉସରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରସୂତି

ନୟାଗଡ଼ ଜିଲ୍ଲା ରାଜସୁନାଖଳା ବସଷ୍ଟାଣ୍ଡରେ ଥିବା ଏକ ପମ୍ପ ହାଉସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ପ୍ରସୂତି l 102 ଆମ୍ବୁଲାନ୍ସକୁ ଡକାଇବା ପରେ ବି ପ୍ରସୂତିଙ୍କୁ ଡାକ୍ତରଖାନା ନେଇ ନଥିଲେ ଡ୍ରାଇଭର l ତାଙ୍କର ମାନବିକତା ହଜିଯାଇଥିଲା ସେଠାରେ l ଅନ୍ୟପକ୍ଷେ କୋରୋନା ହୋଇଥିବା ସନ୍ଦେହ କରି ପ୍ରସୂତିଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନକରି ଫେରାଇ ଦେଇଥିବା ଅଭିଯୋଗ ହୋଇଛି l

ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଫେରିବା ପରେ ବସଷ୍ଟାଣ୍ଡରେ ପ୍ରସୂତି ଜଣକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ l ପରେ କିଛି ସ୍ଥାନୀୟ ଲୋକ ଓ ସାମ୍ବାଦିକ 108କୁ ଫୋନ କରି ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.