ETV Bharat / state

ଅଟୋରେ ସଚେତନତା ବାର୍ତ୍ତା - ଜଳ ସଂରକ୍ଷଣ

ଅଟୋକୁ ଏକ ଭିନ୍ନ ଶୈଳୀରେ ସୁସଜ୍ଜିତ କରି ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ଗଛ ଲଗାଇବା ଓ ପରିବେଶକୁ ସ୍ବଚ୍ଛ ରଖିବା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଅଟୋ ଚାଳକ । ଅଧିକ ପଢନ୍ତୁ...

ଅଟୋରେ ସଚେତନତା ବାର୍ତ୍ତା
ଅଟୋରେ ସଚେତନତା ବାର୍ତ୍ତା
author img

By

Published : Sep 10, 2021, 3:02 PM IST

ଖୋର୍ଦ୍ଧା: ଅଟୋରେ ସଚେତନତା ବାର୍ତ୍ତା । ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ଗଛ ଲଗାଇବା ଓ ପରିବେଶକୁ କିପରି ସ୍ବଚ୍ଛ ରଖିବା ସେନେଇ ସଚେତନତାର ବାର୍ତ୍ତା ଲେଖାଯାଇଛି ଅଟୋରେ । ଖାଲି ସଚେତନ ନୁହେଁ ବରଂ ଅଟୋରେ ଭଳିକି ଭଳି ଗଛ ମଧ୍ୟ ରହିଛି । ଅଟୋ ଆଗରେ ଗଛ ଲଗାଯିବା ସହ ଅଟୋ ଭିତରେ ଶୁଭୁଛି ପକ୍ଷୀଙ୍କ କିଚିରି ମିଚିରି ସ୍ବର । ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ସଚେତନାତାର ବାର୍ତ୍ତା ମଧ୍ୟ ଦେଉଛି ।

ଅଟୋରେ ସଚେତନତା ବାର୍ତ୍ତାଅଟୋରେ ସଚେତନତା ବାର୍ତ୍ତା

ଅଟୋରେ ଗ୍ରାହକଙ୍କ ପାଇଁ ୱାଇଫାଇ ସହ ରହିଛି କମ୍ପ୍ୟୁଟର ସୁବିଧା । ଏନେଇ ଅଟୋଚାଳକ ସୁଜିତ ଦିଗଲ କହିଛନ୍ତି ଯେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ଅଟୋଟିକୁ ମୁଁ ଏଭଳି ସଜାଇଛି । ଯାହା ଦ୍ବାରା ଯେଉଁ ଗ୍ରାହକ ମୋ ଅଟୋକୁ ଆସୁଛନ୍ତି ସେମାନେ ସଚେତନ ହେବା ସହ ଖୁସି ମଧ୍ୟ ହେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.