ETV Bharat / state

ଶିକ୍ଷା ବିରୋଧୀ ନୀତି ବିରୋଧରେ ଅଣ୍ଟା ଭିଡ଼ିବ ABVP, ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତି

ଶିକ୍ଷା, ସୁରକ୍ଷା ଓ ରୋଜଗାର କ୍ଷେତ୍ରରେ ଫେଲ ହୋଇଥିବା ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ଏବିଭିପି। ଅଧିକ ପଢନ୍ତୁ

student union  elections
student union elections
author img

By

Published : May 8, 2023, 8:01 PM IST

student union elections

ଭୁବନେଶ୍ବର: ଶିକ୍ଷା, ସୁରକ୍ଷା ଓ ରୋଜଗାର କ୍ଷେତ୍ରରେ ଫେଲ୍‌ ହୋଇଥିବା ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ଏବିଭିପି । କ୍ୟାମ୍ପସରୁ ଆରମ୍ଭ କରି ସାଧାରଣ ଜନସାଧାରଣ ମାନଙ୍କୁ ମଧ୍ୟ ଜାଗରଣ କରିବ ସଙ୍ଗଠନ । ଏହାସହ ରାଜ୍ୟରେ ଗତ ୫ ବର୍ଷ ଧରି ବନ୍ଦ ରହିଥିବା ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବ ଏବିଭିପି ।

ଏହା ମଧ୍ୟ ପଢନ୍ତୁ- The Kerala Story: ପଶ୍ଚିମବଙ୍ଗରେ ହେଲା ବ୍ୟାନ, ମମତା କହିଲେ ବିକୃତ ସିନେମା

ସାରା ଦେଶ ଯେତେବେଳେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିଛି। ସେହିଭଳି ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମଧ୍ୟ ୭୫ ବର୍ଷର ପ୍ରତିଷ୍ଠା ପୂର୍ତ୍ତି ପାଳନ କରିଛି । ଏହିଭଳି ସମୟରେ ଆସନ୍ତା କିଛି ମାସ ଭିତରେ ସାରା ରାଜ୍ୟରେ ABVP ପ୍ରତିଷ୍ଠା ଦିବସର ପୂର୍ତ୍ତି ପାଳନ କରିବ । ଏଥିପାଇଁ ରାଜ୍ୟର ସମସ୍ତ କଲେଜଗୁଡିକରେ ଏବିଭିପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା । ତା ସହିତ ସଦସ୍ୟତା ଅଭିଯାନ ଆରମ୍ଭ କରିବ । ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ୧ ଲକ୍ଷରୁ ଅଧିକ ସଦସ୍ୟତା ଆରମ୍ଭ କରିବ ।

ସେହିଭଳି ସମସ୍ତ ସରକାରୀ ଓ ବେସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ସଦସ୍ୟତା ଅଭିଯାନକୁ ତ୍ବରାନ୍ବିତ କରିବ ଏବିଭିପି । ୮୫୦ରୁ ଊର୍ଦ୍ଧ୍ଵ କ୍ୟାମ୍ପସରେ କ୍ୟାମ୍ପସ୍ ୟୁନିଟ୍ କରିବା ସହ ସମସ୍ତ ବ୍ଲକରେ ପହଞ୍ଚିବ ଏବିଭିପି । ଏହା ସହିତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ରାଜ୍ୟରେ ଗତ ୫ ବର୍ଷ ଧରି ବନ୍ଦ ରହିଥିବା ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଅଭିଯାନ ଆରମ୍ଭ କରାଯିବ ।

ଏହା ମଧ୍ୟ ପଢନ୍ତୁ- Anand Mohan release case: କେନ୍ଦ୍ର ଓ ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଛାତ୍ର ସଂସଦ ନିର୍ବାଚନ ବନ୍ଦ କାରଣରୁ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତାକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯିବ। ଏହା ସହ ରାଜ୍ୟରେ ଶିକ୍ଷା, ସୁରକ୍ଷା ଓ ରୋଜଗାର କ୍ଷେତ୍ରରେ ଫେଲ୍‌ ହୋଇଥିବା ସରକାର ବିରୋଧରେ ବିଶାଳ ଆନ୍ଦୋଳନ କରିବ ABVP । କ୍ୟାମ୍ପସରୁ ଆରମ୍ଭ କରି ସାଧାରଣ ଜନସାଧାରଣ ମାନକୁ ମଧ୍ୟ ଜାଗରଣ କରିବ ସଙ୍ଗଠନ । ସମାଜର ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ହକ୍‌ ମାଗିବ ପରିଷଦ। ଏକ ଗାଁ ଏକ ତ୍ରିରଙ୍ଗା ମାଧ୍ୟମରେ ବିଭିନ୍ନ ଗ୍ରାମାଞ୍ଚଳରେ ଅଗଷ୍ଟ ୧୫ ତାରିଖରେ ପତକା ଉତ୍ତୋଳନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.