ETV Bharat / state

ଦୁର୍ନୀତିର ଗନ୍ତାଘର ବୋଲଗଡ଼ ବ୍ଲକ, ଗୁମର ଖୋଲିଲା ଅଡ଼ିଟ ରିପୋର୍ଟ

author img

By

Published : Aug 8, 2023, 12:03 PM IST

Updated : Aug 8, 2023, 1:02 PM IST

ସାମ୍ନାକୁ ଆସିଲା ବୋଲଗଡ଼ ପଞ୍ଚାୟତ ସମିତି ଅଡିଟ ରିପୋର୍ଟ । ଜିଲ୍ଲା ଯୋଜନା ବୋର୍ଡର ବିନା ଅନୁମତିରେ ବିଭିନ୍ନ ଯୋଜନାର ଅନୁଦାନ ଟଙ୍କାର ସୁଧ ଅର୍ଥରେ ପ୍ରକଳ୍ପ ନିର୍ମାଣ କରାଯାଇଛି । 56 ଲକ୍ଷ ଟଙ୍କାର ହିସାବ ସନ୍ଦେହ ଘେରରେ । ଅଧିକ ପଢନ୍ତୁ

audit report of bolgarh panchayat committee

ଖୋର୍ଦ୍ଧା: ଦୁର୍ନୀତିର ଗନ୍ତାଘର ବୋଲଗଡ଼ ବ୍ଲକ । ଗୁମର ଖୋଲିଲା ବୋଲଗଡ଼ ପଞ୍ଚାୟତ ସମିତି ଅଡିଟ୍‌ ରିପୋର୍ଟ । ହଜାରେ କି ଲକ୍ଷେ ନୁହେଁ ଏକ କୋଟି 56 ଲକ୍ଷ ଟଙ୍କାର ହିସାବ ସନ୍ଦେହ ଘେରରେ । ଜିଲ୍ଲା ଯୋଜନା ବୋର୍ଡର ବିନା ଅନୁମତିରେ ବିଭିନ୍ନ ଯୋଜନାର ଅନୁଦାନ ଟଙ୍କାର ସୁଧ ଅର୍ଥରେ ପ୍ରକଳ୍ପ ନିର୍ମାଣ କରାଯାଇଛି । 163 ପୃଷ୍ଠାର ଅଡିଟ୍‌ ରିପୋର୍ଟ ବୋଲଗଡ଼ ପଞ୍ଚାୟତ ସମିତିର ଆର୍ଥିକ କାରବାର ଓ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବୋଲଗଡ଼ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ

2022-23 ଅର୍ଥିକ ବର୍ଷରେ ବୋଲଗଡ଼ ପଞ୍ଚାୟତ ସମିତିର ଆର୍ଥିକ ପରିଚାଳନା ଆୟ ବ୍ୟୟ ସମ୍ପର୍କିତ ସମୀକ୍ଷାରୁ ଜଣାଯାଇଛି ଯେ, ଶ୍ରମିକଙ୍କୁ ମଜୁରୀ ଦେବାଠାରୁ ଆରମ୍ଭ କରି ସିମେଣ୍ଟ କିଣା , ସାଂସଦ ପାଣ୍ଠିର ବିନିଯୋଗରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି । ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ କେଉଁଠାରେ ଅଧିକ ପ୍ରଦାନ କରାଯାଇଛି ତ, ଆଉ କେଉଁଠାରେ ମାଟି ଖୋଳାର ନିୟମ ନଥାଇ ମାଟି ଖୋଳି ଅର୍ଥ ଖର୍ଚ୍ଚ କରାଯାଇଛି । ଏହା ସହ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ବ୍ୟାଙ୍କରେ ଥିବା ଅନୁଦାନ ଟଙ୍କାର ସୁଧ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି । କିନ୍ତୁ ସବୁ ନୀତି ନିୟମକୁ ଫୁ' କରି ଉଡାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ବୋଲଗଡ କଳାକାରଙ୍କୁ ଶୋଷଣ ଘଟଣା, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ବୋଲଗଡ଼ ପଞ୍ଚୟତ ସମିତିରେ 2021-22 ଆର୍ଥିକ ବର୍ଷରେ, ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଓ 13ତମ କେନ୍ଦ୍ରୀୟ ଅର୍ଥ କମିଶନର ସୁଧ ଟଙ୍କାରେ 14ଟି ପ୍ରକଳ୍ପ ନିମନ୍ତେ 16 ଲକ୍ଷ 98 ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ, ଚତୁର୍ଥ ରାଜ୍ୟ ଅର୍ଥ କମିଶନର ସୁଧ ଅର୍ଥରେ ବିଭିନ୍ନ ପ୍ରକଳ୍ପ ହୋଇଛି । ସେହିପରି 2015-16 ଆର୍ଥିକ ବର୍ଷ ଶେଷ ସୁଦ୍ଧା 26 କୋଟି 30ଲକ୍ଷଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନଥିବା ବେଳେ 2016-17ଠାରୁ 2021-22 ମଧ୍ୟରେ 3 କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନାହିଁ । ଏଭଳି 2016ଠାରୁ 2022 ମଧ୍ୟରେ ମୋଟ 64କୋଟି ଏକ ଲକ୍ଷ 61ହଜାର କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନାହିଁ । ଯାହା ଆଶ୍ଚର୍ଯ୍ୟଜନକ ବୋଲି ଅଡିଟ ରିପୋର୍ଟରେ ଦର୍ଶାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Aug 8, 2023, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.