ETV Bharat / state

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଟାଙ୍ଗୀ ଥାନାରେ ମାମଲା ରୁଜୁ - ଖୋର୍ଦ୍ଧାରେ ସାମ୍ବାଦିକଙ୍କୁ ଆକ୍ରମଣ

ଖୋର୍ଦ୍ଧା ଜିଲ୍ଲାରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଟାଙ୍ଗୀ ଥାନାରେ ମାମଲା ରୁଜୁ

author img

By

Published : May 15, 2022, 10:07 PM IST

ଖୋର୍ଦ୍ଧା: ଖବର ପ୍ରସାରଣ କରିବା ସାମ୍ବାଦିକଙ୍କୁ ମହଙ୍ଗା ପଡିଛି । ଏକ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଜିଲ୍ଲାର ଟାଙ୍ଗୀ ବ୍ଲକର ଗଣମାଧ୍ୟମ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଆକ୍ରମଣକାରୀଙ୍କ ବିରୋଧରେ ଟାଙ୍ଗୀ ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, କୋଭିଡ କଟକଣା ସମୟରେ ଟାଙ୍ଗୀ ଥାନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟର ନିୟମ ଉଲ୍ଲଘଂନ କରୁଥିବାର ଅଭିଯୋଗ ହେଉଥିଲା । ଏହାକୁ ନେଇ ସାମ୍ବାଦିକ ବିକ୍ରମ ଖବର ପ୍ରସାରଣ କରିଥିଲେ । କିନ୍ତୁ ଆଜି ସାମ୍ବାଦିକ ଜଣକ ଚିକିତ୍ସିତ ହେବା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଏହାର ସୁଯୋଗ ନେଇ ପୂର୍ବରୁ ରାଗ ରଖିଥିବା କିଛି ଯୁବକ ସାମ୍ବାଦିକ ବିକ୍ରମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଖବର ପାଇ ମେଡିକାଲରେ ପୋଲିସ ଟିମ ପହଞ୍ଚିଥିଲା । ସେଠାରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇ ଯାଇଛନ୍ତି । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କଲେଜ ଅଧ୍ୟାପକ ଥିବା ବେଳେ ଜଣେ ସ୍କୁଲ ଶିକ୍ଷକ ହୋଇଥିବା ଜଣାପଡିଛି । ସେମାନଙ୍କ ବିରୋଧରେ କେସ ନଂ ୨୩୫ / ୨୨ ରେ ମାମଲା ରୁଜୁ କରି ଟାଙ୍ଗୀ ପୋଲିସ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.