ETV Bharat / state

Monsoon Session: ଚାଲି ପାରୁନି ଗୃହ, ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ - ବିଧାନସଭା ଖବର

ବିଧାନସଭା ମୌସୁମୀ ଅଧିବେଶନ ତୃତୀୟ ଦିନରେ ବି ଚାଲି ପାରିଲା ନାହିଁ ଗୃହ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ନେଇ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

Monsoon Session
Assembly monsoon session
author img

By ETV Bharat Odisha Team

Published : Sep 26, 2023, 11:09 AM IST

Updated : Sep 26, 2023, 12:36 PM IST

ଅପରାହ୍ନ 12ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଯାହା ଅନୁମାନ କରାଯାଉ ଥିବା ତାହା ହେଲା । ଆରମ୍ଭରୁ କମ୍ପିଲା ଗୃହ । ଦ୍ବିତୀୟ ଦିନ ଭଳି ତୃତୀୟ ଦିନ ସମାନ ଅବସ୍ଥା । ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ବିଧାନସଭା ମୌସୁମୀ ଅଧିବେଶନ ତୃତୀୟ ଦିନରେ ବି ଚାଲି ପାରିଲା ନାହିଁ ଗୃହ । ପୁଣି ଧୋଇଗଲା ପ୍ରଶ୍ନକାଳ । ବାଚସ୍ପତିଙ୍କ କଥା ଖୁଣିବାକୁ ନାରାଜ ଥିଲେ ବିରୋଧୀ । ପୋଡିୟମ ପାଖକୁ ଆସି ହୋ ହାଲ୍ଲା କରିଥିଲେ । ଗୋଟିଏ ବି ପ୍ରଶ୍ନ ଉପରେ ଆଲୋଚନା ହୋଇପାରନଥିଲା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ନେଇ ପ୍ରଥମେ ଅପରାହ୍ନ 12ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ସମସ୍ତ ବିରୋଧୀ ଦଳ ନେତାଙ୍କୁ ଗୃହ ସୁରୁଖୁରୁରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ସର୍ବଦଳୀୟ ବୈଠକ ପରେ ବି କିଛି ସୁଫଳ ମିଳି ନଥିଲା । 12ଟା ପରେ ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ବିରୋଧୀ ହଙ୍ଗାମା କରିଥିଲେ ଫଳରେ ପୁଣି ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।

ବିଧାନସଭା ପ୍ରଶ୍ନକାଳରେ ଆଜି ବି ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧୀ । ହାତରେ କଳା ବ୍ୟାଚ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ ବିଜେପି ବିଧାୟକ । ତୃତୀୟ ଦିନ ମୌସୁମୀ ଅଧିବେଶନରେ ଗୃହ ଚଳାଇବା ମୁସ୍କିଲ୍‌ ହୋଇ ପଡିଥିଲା । ବାଚସ୍ପତି ଆସନ ଗ୍ରହଣ କରି ନଥିଲେ ବିରୋଧୀଙ୍କ ହୋ ହାଲ୍ଲା ଆରମ୍ଭ ହୋଇଥିଲା । ପ୍ରଶ୍ନ ଉପରେ ଆଲୋଚନା କରିବାକୁ ବାଚସ୍ପତି କହିବା କ୍ଷଣି ବିରୋଧୀ ଆହୁରି ଜୋରରେ ହୋ ହଲ୍ଲା କରିଥିଲେ । ହାତରେ କଳା ବ୍ୟାଚ ପିନ୍ଧି ବିଧାନସଭା ଆସିଥିବା ବିଜେପି ବିଧାୟକ ପୋଡିୟମ ପାଖକୁ ଆସି ହୋ ହାଲ୍ଲା କରିଥିଲେ । ସିଟ ପାଖକୁ ଯିବାକୁ ବାଚସ୍ପତି କହିବା ପରେ ବି କେହି ଶୁଣି ନଥିଲେ । ଏମଏସ୍‌ପି ଦାବି କରି ବିଜେଡି ହଟ୍ଟଗୋଳ କରିଥିଲା । ଗୃହ କାର୍ଯ୍ୟ ଚଳାଇବା ମୁସ୍କିଲ୍‌ ହୋଇଥିଲା ।

ଏହା ବି ପଢନ୍ତୁ...Monsoon Session: ଦ୍ବିତୀୟ ଦିନରେ ଗୃହରେ ରୋଚକ ଚିତ୍ର, ପଢନ୍ତୁ ବିଧାନସଭାର ଏପାଖ ସେପାଖ

ଗୃହରେ ଉଭୟ ବିଜେଡି ଓ ବିଜେପି ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ଆରମ୍ଭରୁ ହଙ୍ଗାମା ହେବାରୁ ଗୃହକୁ 12ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଗୃହରେ ଉଭୟ ବିଜେଡି ଓ ବିଜେପି ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ଓ ସରକାରୀ ମୁଖ୍ୟ ସଚେତକଙ୍କ ସହ ଆଲୋଚନା କରିବାକୁ ବୈଠକ ଡାକିଛନ୍ତି । ସର୍ବଦଳୀୟ ବୈଠକ ପରେ ବି ଗୃହ କାର୍ଯ୍ୟ ଚାଲି ପାରିନଥିଲା । ପରେ ପୁଣି ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 26, 2023, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.