ETV Bharat / state

କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇନାହିଁ DPR: ପୂର୍ତ୍ତ ମନ୍ତ୍ରୀ

author img

By ETV Bharat Odisha Team

Published : Sep 29, 2023, 9:02 AM IST

କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇନାହିଁ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । ଅଧିକ ପଢନ୍ତୁ

କୋଷ୍ଟାଲ ହାଇୱେ ନିର୍ମାଣ ନେଇ ମନ୍ତ୍ରୀଙ୍କ ସୂଚନା
Assembly Monsoon Session

ଭୁବନେଶ୍ବର: ଅନ୍ଧାରରେ ରାଜ୍ୟରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ କୋଷ୍ଟାଲ ହାଇୱେ ପ୍ରକଳ୍ପ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପାଇଁ ଡିପିଆର ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ କିମ୍ବା ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିନାହିଁ ବୋଲି ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ଏହା ବି ପଢନ୍ତୁ...ଯେଉଁଠି ଖେଳାଳି, ସେଇଠି ଷ୍ଟାଡିୟମ; କ୍ରୀଡାର ବିକାଶ ପାଇଁ ଅର୍ଥ ହେବନି ପ୍ରତିବନ୍ଧକ: କ୍ରୀଡା ମନ୍ତ୍ରୀ

ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ,"କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାଜପଥ ଦୁଇ ଭାଗରେ ବିଭକ୍ତ ହୋଇଛି । ଯାହାକି ଟାଙ୍ଗିରୁ ରତନପୁର ଓ ରତନପୁରରୁ ଦିଘା ପର୍ଯ୍ୟନ୍ତ ନିର୍ମାଣ ହେବ । ତେବେ ଟାଙ୍ଗିରୁ ରତନପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଭୂମି ଅଧିଗ୍ରହଣ କମିଟିର ଅନୁମୋଦନ ଲାଭ କରିଛି । ପ୍ରକଳ୍ପ ପାଇଁ ମୋଟ ୪୮୨ ହେକ୍ଟର ଜମି ଅଧିଗ୍ରହଣ ହେବ । ଏଥିପାଇଁ ଥ୍ରୀ-ଡି ବିଜ୍ଞପ୍ତି ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାଉଥିବା ଆଲାଇନ୍‌ମେଣ୍ଟ୍‌ର ଅନୁମୋଦନ ଏବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଛି । ଉକ୍ତ ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୪୮୭୩ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ହେଲେ ଡିପିଆର ପ୍ରସ୍ତୁତି ପରେ ଏହା ନିର୍ଦ୍ଦିଷ୍ଟ ହୋଇପାରିବ । ପ୍ରକଳ୍ପ ଅନୁମୋଦନ ହେଲା ପରେ ହିଁ ଏହାର ନିର୍ମାଣ ସମୟ ସୀମା ଧାର୍ଯ୍ୟ ହେବ ।"
ଏହା ବି ପଢନ୍ତୁ...Assembly Monsoon Session: ବିରୋଧୀଙ୍କ କ୍ଷୋଭ, ଉଠାଇ ପାରୁନାହୁଁ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ

ସେହିପରି ରତନପୁରରୁ ଦିଘା ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥର ଅନୁମୋଦନ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଭୂମି ଅଧିଗ୍ରହଣ କମିଟିର ବିଚାରାଧୀନ ରହିଛି । ଆବଶ୍ୟକ ଅନୁମୋଦନ ମିଳିବା ପରେ ବ୍ୟୟ ଅଟକଳ, ଜମି ଅଧିଗ୍ରହଣ ଓ ପ୍ରକଳ୍ପ ନିର୍ମାଣ ସମୟସୀମା ସ୍ଥିରୀକୃତ ହେବ । ଜାତୀୟ ରାଜପଥ ପ୍ରାଧିକରଣ ଗତ ଜୁଲାଇ ୩୧ ତାରିଖରେ ଏରସମା-ରତନପୁର, ପୁରୀ-କାକଟପୁର ଏବଂ ରାମେଶ୍ୱରରୁ ପୁରୀ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣର ଟେଣ୍ଡରକୁ ବାତିଲ କରି ଦେଇଛନ୍ତି । ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ପରିବହନ ପ୍ରସଙ୍ଗରେ ବିିଭିନ୍ନ ପ୍ରଶ୍ନୋତ୍ତରରେ ଆଲୋଚନା ହୋଇଥିଲା । ଏହି ସମୟରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.