ETV Bharat / state

Monsoon Session: ଖଣି କାରବାରରେ ଲିପ୍ତ ଥିବା କମ୍ପାନୀ ଠାରୁ ଆଦାୟ ହୋଇନି ୨୯୬୫ କୋଟି ଜୋରିମାନା

ରାଜ୍ୟରେ ବେଆଇନ ଖଣି କାରବାରରେ ଲିପ୍ତ ଥିବା ଖଣି ଲିଜଧାରୀ କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଦରଦ । ଦୀର୍ଘ ପ୍ରାୟ ୭ ବର୍ଷ ପରେ ବି ଖିଲାପି କମ୍ପାନୀଠାରୁ ଆଦାୟ ହୋଇନାହିଁ ଜୋରିମାନା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 26, 2023, 9:30 AM IST

assembly monsoon session
assembly monsoon session

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଖଣି ଦୁର୍ନୀତି ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଯାହାର ଉତ୍ତର ରଖିଥିଲେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜ୍ୟରେ ବେଆଇନ ଖଣି କାରବାରରେ ଲିପ୍ତ ଥିବା ଖଣି ଲିଜଧାରୀ କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଦରଦ ଦେଖିବାକୁ ମିଳିଛି । ଏଥି ଯୋଗୁଁ ଦୀର୍ଘ ପ୍ରାୟ ୭ ବର୍ଷ ପରେ ବି ଖିଲାପି କମ୍ପାନୀଠାରୁ ଆଦାୟ ହୋଇନାହିଁ ଜୋରିମାନା । ୨୬ଟି ଖିଲାପୀ ଖଣି କମ୍ପାନୀଠୁ ୨୯୬୫.୨୮ କୋଟି ଟଙ୍କାର ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ଏପରିକି ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ ସତ୍ତ୍ୱେ କେବଳ ସାର୍ଟିଫିକେଟ କେସ ଦାଏର କରି ବସି ଯାଇଛନ୍ତି ରାଜ୍ୟ ସରକାର । ବିଧାନସଭାରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ହୋଇଥିବା ଖଣି ଦୁର୍ନୀତିର ତଦନ୍ତ କରିଥିଲେ ଜଷ୍ଟିସ୍‌ ଏମବି ଶାହାଙ୍କ କମିଶନ । କମିଶନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟିଙ୍କ ରିପୋର୍ଟ ଦେଇଥିଲେ । ଏହା ଆଧାରରେ ୨୦୧୭ ଅଗଷ୍ଟ ୨ ତାରିଖରେ ଚୂଡ଼ାନ୍ତ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ରାଜ୍ୟର ମୋଟ ୧୩୩ଟି ଲୁହା ଓ ମାଙ୍ଗାନିଜ ଖଣି ଲିଜଧାରୀଙ୍କଠାରୁ ୧୮୫୨୬.୪୭ କୋଟି ଟଙ୍କାର କ୍ଷତିପୂରଣ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆଦାୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୦-୦୧ରୁ ୨୦୧୦-୧୧ ମସିହା ମଧ୍ୟରେ ଖଣିଜ ପଦାର୍ଥ ଉତ୍ତୋଳନରେ ଅନିୟମିତତାର ପ୍ରମାଣ ଏହି ଲିଜ୍‌ଧାରୀ କରିଥିବାର ପ୍ରମାଣ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ-Monsoon Session: ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ, ଦୀପାଳିଙ୍କୁ କୁସୁମଙ୍କ ସମାଲୋଚନା

ଏହି ଖଣି ଲିଜଧାରୀଙ୍କ ମଧ୍ୟରୁ ୧୦୭ ଜଣ ନିଜର ଜୋରିମାନା ବାବଦ ଅର୍ଥ ୧୫,୫୬୧.୧୯ କୋଟି ଟଙ୍କା ପୈଠ କରିଛନ୍ତି । ୨୬ଟି ଖଣି ଲିଜଧାରୀ ନିଜର ଜୋରିମାନା ଅର୍ଥ ପ୍ରଦାନ କରିନାହାନ୍ତି । ତେବେ ଏହି ଜୋରିମାନା ଦେଇନଥିବା ଖଣି ଲିଜଧାରୀଙ୍କ ବିରୁଦ୍ଧରେ ସମ୍ପୃକ୍ତ ଜିଲ୍ଲାପାଳ ମାନେ ଓପିଡିଆର ଆକ୍ଟ-୧୯୬୨ର ପ୍ରାବଧାନ ଅନୁସାରେ ସାର୍ଟିଫିକେଟ କେସ ଦାଏର କରିଛନ୍ତି । ରାଜ୍ୟ ସରକାର ଏହି ସବୁ ମାମଲାରେ ଜୋରିମାନା ଅର୍ଥକୁ ତୁରନ୍ତ ଆଦାୟ କରିବା ପାଇଁ ଯଥାସାଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଗତ ୧୪ ତାରିଖରେ ଇସ୍ପାତ ଓ ଖଣି ବିଭାଗ ସମସ୍ତ ଜିଲ୍ଲାପାଳ ଓ ସାର୍ଟଫିକେଟ ଅଧିକାରୀଙ୍କୁ ଯଥାଶୀଘ୍ର ଏହି ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ମିଡଇଷ୍ଟ୍‌ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ ଲିଃ ସର୍ବାଧିକ ୬୫୭.୫୨ କୋଟି ଟଙ୍କା ବକେୟା ରଖିଛି । ସେହିପରି ବିପିଏମଇ ଲିଃ ୬୧୮.୭୩ କୋଟି ଓ ୧୯୩.୭୮ କୋଟି ଟଙ୍କା, ବିକେ ମହାନ୍ତି ୩୮୪.୭୪ କୋଟି, ଜିଏସଆଇ ଲିଃ ୨୬୭.୧୨ କୋଟି, ଏସ ପ୍ରଧାନ ୧୨୩.୦୬ କୋଟି ଓ ୯୨.୭୯ କୋଟି, ବିସି ଦେବ ୧୧୬.୮୪ କୋଟି, ବିକେ ଦାସ ୩୫.୪୦ କୋଟି, ଏସଏନ ଦାସମହାପାତ୍ର ୪.୮୩ କୋଟି, ଜେନିଥ ମାଇନିଂ ୩୪.୮୫ କୋଟି, ଅର୍ଜୁନ ଲୋଧା ୬୩.୪୨ କୋଟି, ବିଏସ ମିଶ୍ର ୨.୧୦ କୋଟି, ରାଜ କୁମାର ଅଗ୍ରୱାଲ ୧୯.୦୮ କୋଟି, ବାସୁଦେବ ଅଗ୍ରୱାଲ ୮.୪୮ କୋଟି, ଓଏମଏମ ପ୍ରାଃ ଲିମିଟେଡ ୮୦.୬୫ କୋଟି ଓ ୩.୦୮ କୋଟି, ଟିବି ଲାଲ ଆଣ୍ଡ୍‌ କୋ ୯୩.୦୩ କୋଟି ଓ ୬.୩୧ ଲକ୍ଷ ଟଙ୍କା ବକେୟା ରଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଦୀର୍ଘ ୭ ବର୍ଷ ହେବ ଜୋରିମାନା ଦେଉନଥିବା ଖଣି କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କର ଏତେ ଦରଦ କାହିଁକି ? ସାର୍ଟଫିକେଟ କେସ କରି ସରକାର କାହିଁକି ଚୁପ୍‌ ହୋଇ ବସିଛନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.