ETV Bharat / state

Budget Session: 5T ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ନିଶାନା, କହିଲେ କଣ 5ଟି ସବୁଠୁ ଊର୍ଦ୍ଧ୍ବରେ - 5T ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ

ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଶୂନ୍ୟକାଳରେ ଆଜି 5ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପୁଣି ବିରୋଧୀ ଦଳ ନେତା ଜୟନାରାୟଣ ନିଶାନା କରିଥିଲେ । ଅଧିକ ପଢନ୍ତୁ

Budget Session
assembly budget session
author img

By

Published : Mar 15, 2023, 1:51 PM IST

Updated : Mar 15, 2023, 2:17 PM IST

5T ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ନିଶାନା

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ସୁରୁଖୁରୁରେ ଆଲୋଚନା ହୋଇଥିଲା । ଶୂନ୍ୟକାଳରେ 5ଟି ଓ ବିଧାୟକଙ୍କ ଦରମା ପ୍ରସଙ୍ଗ ଉଠିଥିଲା । 5ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପୁଣି ବିରୋଧୀ ଦଳ ନେତା ଜୟନାରାୟଣ ନିଶାନା କରିଥିଲେ । ଶୂନ୍ୟକାଳରେ ବିରୋଧୀ ଦଳ ନେତା ନବଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାର ଓ 5-Tକୁ ଟାର୍ଗେଟ କରିଥିଲେ । କଣ 5ଟି ସବୁଠୁ ଊର୍ଦ୍ଧ୍ବରେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।

ଶୂନ୍ୟକାଳରେ 5T ପ୍ରସଙ୍ଗ ଉଠାଇ ଜୟ ନାରାୟଣ କହିଥିଲେ,''ସବୁ ବିଭାଗର ମାଲିକ କେମିତି ସେ ହୋଇ ଯାଉଛନ୍ତି । 5T କାହା ପାଖରେ ଉତ୍ତରଦାୟୀ, 5T କଣ ସବୁଠୁ ଊର୍ଦ୍ଧ୍ବରେ କି । ମୁଖ୍ୟ ସଚେତକ କହିଛନ୍ତି 5T ଏକ ଚିନ୍ତାଧାର, ଏକ ବିଚାରଧାରା ଯଦି ତାହା ବିଚାରଧାର ତେବେ ବିଚାରଧାରାରେ ରହୁ ।'' ଜୟ ନାରାୟଣ ଆହୁରି କହିଛନ୍ତି, ବିଜେଡି ନେତା ଅହଙ୍କାର ବୁଡି ରହିଛନ୍ତି ଦିନେ ଧ୍ବଂସ ପାଇଯିବେ । ବିଜେଡିକୁ କୌରବ ସହ ତୁଳନା କରିଛନ୍ତି ବିରୋଧୀ ଦଳ ନେତା ।

ନବ ଦାସ ହତ୍ୟାକାଣ୍ଡକୁ 45 ଦିନ ବିତିଲାଣି କିନ୍ତୁ ଆଜି ବି କାରଣ ଜଣାପଡୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଗୋଟେ ରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ଆଉ ଗୋଟେ । କେତେ ଦିନ ଭିତରେ ତଦନ୍ତ ଶେଷ ହେବ ବାଚସ୍ପତି ରୁଲିଂ ଦିଅନ୍ତୁ ସରକାର ସ୍ପଷ୍ଟ କରିବେ । ମୁଁ ଉଠାଇଥିବା 5T ପ୍ରସଙ୍ଗରେ ମୁଖ୍ୟ ସଚେତକ କହିଥିଲେ 5T ଏକ ଚିନ୍ତାଧାରା ଏକ ବିଚାରଧାରା । ଯଦି ତାହା ଏକ 5-T ବିଚାରଧାରା ତେବେ ତାହା ବିଚାରଧାରାରେ ରହୁ ସବୁ ବିଭାଗର ମାଲିକ କେମିତି ହେଇ ଯାଉଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ସେପଟେ ଜୟ ନାରାୟଣଙ୍କୁ ଜବାବ ଦେଇ ଅମର ଶତପଥି କହିଛନ୍ତି, 5T ଏକ ମଡେଲ । ଗଭର୍ଣ୍ଣନାସକୁ ଚଳାଇବା କରିବା ପାଇଁ 5T ବ୍ୟବସ୍ଥା । କେନ୍ଦ୍ର ସରକାର ବି ଓଡ଼ିଶାର ଗଭର୍ଣ୍ଣନାସକୁ ମଡେଲକୁ ପ୍ରଶଂସା କରିଛନ୍ତି । ତେଣୁ ଏହି 5T କଥା ବିରୋଧୀ ଦଳ ନେତାଙ୍କୁ କାହିଁକି ବାଧୁଛି । ସେ କେବଳ 5T ସଚିବ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାମ ବି କରୁଛନ୍ତି 5T ସଚିବ । ବିରୋଧୀଙ୍କୁ 5T ଭୂତ ଲାଗିଛି । ସେ ଝାଡି ଦିଅନ୍ତୁ । ଅଯଥା ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ କରନ୍ତୁ ନାହିଁ ।''

ଅନ୍ୟପଟେ,ତାରା ପ୍ରସାଦ ବାହିନୀପତି ବିଧାୟକ ଦରମା ବୃଦ୍ଧିକୁ ସମର୍ଥନ କରିଥିଲେ । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଅନୁସନ୍ଧାନ କରାଯାଇଛି । ଦରମା ବୃଦ୍ଧି ବିଲ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଆଗତ କରନ୍ତୁ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ ସମର୍ଥନ କରି ଅମର ଶତପଥୀ କହିଛନ୍ତି ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି ବୋଲି କହିଛନ୍ତି ।

ଏହା ବି ପଢନ୍ତୁ....5T Fight: ପୁଣି ଘେରିଲେ ଜୟ, ଜବାବ ଦେଲେ ଅରୁଣ

ପୂର୍ବରୁ ମଧ୍ୟ 5ଟିକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା । ଓଡିଶା ସରକାରଙ୍କ 5ଟି ଏକ ବିଭାଗ କରି? ଯଦି ବିଭାଗ ଏହାର କାର୍ଯ୍ୟାଳୟ କେଉଁଠି ? ଏହାର କେତେ କର୍ମଚାରୀ ଅଛନ୍ତି ? ଗତକାଲି (ମଙ୍ଗଳବାର) ବିଧାନସଭା ଶୂନ୍ୟକାଳରେ 5Tକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଆକ୍ରମଣ କରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 15, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.