ETV Bharat / state

ଖୋର୍ଦ୍ଧା ନଅରହୁଦାରେ ASIର ଖନନ, ଏଠାରେ ତାମ୍ର ଯୁଗର ସଭ୍ୟତା ଥିବା ଅନୁମାନ

ଖୋର୍ଦ୍ଧା ଜିଲ୍ଲା ତିରିମଲ୍ଲ ପଞ୍ଚାୟତର ନଅରହୁଦା ଠାରେ ଖନନ କରୁଛି ASI । ଏଠାରେ ତାମ୍ର ଯୁଗର ସଭ୍ୟତା ରହିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

author img

By

Published : Feb 17, 2023, 8:42 AM IST

ଖୋର୍ଦ୍ଧା ନଅରହୁଦାରେ ASIର ଖନନ
ଖୋର୍ଦ୍ଧା ନଅରହୁଦାରେ ASIର ଖନନ
ଖୋର୍ଦ୍ଧା ନଅରହୁଦାରେ ASIର ଖନନ

ଖୋର୍ଦ୍ଧା: ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା(ASI) ଭୁବନେଶ୍ବର ପକ୍ଷରୁ ଜଟଣୀ ବ୍ଲକ ତିରିମଲ୍ଲ ପଞ୍ଚାୟତର ନଅରହୁଦା ଠାରେ ଭୂଖନନ କରାଯାଉଛି । ଏଠାରେ ତାମ୍ର ଯୁଗର ସଭ୍ୟତା ରହିଥିବା ଜଣାପଡ଼ିଛି । ASI ସଂସ୍ଥାର ସୁପରିଟେଣ୍ଡେଣ୍ଟ ସୁଶାନ୍ତ କରଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍ ନଅରହୁଦା ଠାରେ ଖନନ କାର୍ଯ୍ୟ କରୁଛନ୍ତି । ଗତ ଜାନୁଆରୀରୁ ଏଏସ୍ଆଇ ପକ୍ଷରୁ ଏହି ଖନନ ଜାରି ରହିଛି । ପରସ୍ତ ପରସ୍ତ କରି ଗୋଟିଏ ପରେ ଗୋଟିଏ ସ୍ତରରେ ଖନନ ଚାଲିଛି । ପ୍ରାଥମିକ ପର୍ଯ୍ୟାୟରେ ଏଠାରୁ ଖପରା ଏବଂ ମନୁଷ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।

ଏଥିପାଇଁ ଏଏସ୍‌ଆଇ ପକ୍ଷରୁ ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ମାଟି ତଳୁ ଉଦ୍ଧାର ସାମଗ୍ରୀକୁ ଏକ ସ୍ଥାନରେ ରଖାଯାଇଛି । ଏହି ସାମଗ୍ରୀର ପରୀକ୍ଷଣ କରାଯିବ । ଏଏସ୍‌ଆଇ ପକ୍ଷରୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ପ୍ରକାଶଯୋଗ୍ୟ ଯେ, ଗତବର୍ଷ ଏଏସ୍‌ଆଇର ଏକ ଟିମ୍ ଦୀର୍ଘ ମାସ ଧରି ଉକ୍ତ ଅଞ୍ଚଳରେ କ୍ୟାମ୍ପ କରି ହୁଡା ସ୍ଥାନରେ ଖନନ କରିଥିଲେ । ତେବେ ଖନନରୁ କ’ଣ ହସ୍ତଗତ ହୋଇଥିଲା , ସର୍ଭେ କାର୍ଯ୍ୟ କେଉଁ ଦିଗରେ ଚାଲିଛି ଏଏସ୍‌ଆଇ ପକ୍ଷରୁ ସେହି ସମୟରେ କୌଣସି ସୂଚନା ଦିଆଯାଇ ନଥିଲା ।

ପୂର୍ବରୁ ମଧ୍ୟ ଏହା ନିକଟରେ ଥିବା ଅଁଳାଯୋଡି ମଧ୍ୟରେ ଖନନ କରାଯାଇଥିଲା । ପ୍ରାଥମିକ ସ୍ତରରେ ସେଭଳି କୌଣସି ସନ୍ଧାନ ମିଳିନଥିବା ଏବଂ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ସରିବା ପରେ ଜଣାପଡିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି । ତେବେ ଏହା କେଉଁ ଯୁଗର ସଭ୍ୟତା ବୋଲି କହିବା ସମ୍ଭବ ନୁହେଁ । ଏଠାରୁ ଖନନ ସମୟରେ ଯେଉଁ ତଥ୍ୟ ହାସଲ ହେବ, ତାହାର ତଜର୍ମା ପରେ ଜଣାପଡିବ ବୋଲି କୁହାଯାଇଛି । ଏବେ ପ୍ରାଥମିକ କାମ ଆରମ୍ଭ ହୋଇଥିବାରୁ କିଛି କହିବା ଠିକ୍ ହେବ ନାହିଁ ବୋଲି ଏଏସ୍‌ଆଇ କହିଛି ।

ଅନ୍ୟପଟେ ପୁରୀ ସର୍କଲର ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଡ.ଦିବିଶଦ ଗଡନାୟକଙ୍କ ତତ୍ତ୍ଵାବଧାନରେ ଗତ କିଛିଦିନ ହେବ ଶୁଖୁଆପଡାରେ ପ୍ରାଥମିକ ଅନୁସନ୍ଧାନ ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ କାମ ଚାଲିଛି । ସେଠାରେ ରତ୍ନଗିରି ସମସାମୟିକ ବୌଦ୍ଧ ସ୍ତୁପ ପାଇବା ସମ୍ଭାବନା ରଖୁଛି ଏଏସଆଇ । ଏଏସ୍ଆଇ ପକ୍ଷରୁ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଖନନ କରାଯାଇଛି । ଦୀର୍ଘ ଦିନ ଏଠାରେ ଖନନ କାର୍ଯ୍ୟ ଚାଲିଛି ।

ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ତତ୍କାଳୀନ ଖୋର୍ଦ୍ଧା ରାଜାଙ୍କ ଏହି ହୁଡ଼ାଠାରେ ନଅର ରହିଥିବା ବେଳେ ଅଁଳାଯୋଡିରେ ରାଣୀଙ୍କ ନଅର ରହିଥିଲା ବୋଲି କୁହାଯାଏ । ରାଜା ଘୋଡାରେ ଶିକାର କରିବାକୁ ଗଲା ବେଳେ ଏହି ହୁଡାରେ ବିଶ୍ରାମ ଲାଗି ନଅର କରିଥିଲେ । ସେହିପରି ଅଁଳାଯୋଡିରେ ମଧ୍ୟ ଅନୁରୂପ ଭାବେ ରାଣୀଙ୍କ ନଅର ରହିଥିଲା । ତେବେ କାଳଗର୍ଭରେ ନଅର ସ୍ଥିତି ନଥିବା ବେଳେ ହୁଡା ଏବେ ବି ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.