ଖୋର୍ଦ୍ଧା: ସବୁବେଳେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ବର ରାଓ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବଡଦିନ ଅବସରରେ କାଚ ବୋତଲ ଭିତରେ ଚର୍ଚ୍ଚ ନିର୍ମାଣ କରିଛନ୍ତି ।
ଏହି ସୂକ୍ଷ୍ମ କଳାକୃତି ପାଇଁ ତାଙ୍କୁ ସାତ ଦିନ ସମୟ ଲାଗିଛି । ସେ ଏହି କାରୁକାର୍ଯ୍ୟରେ ମାଟି, କାଗଜ ଏବଂ କାଚ ଖଣ୍ଡ ବ୍ୟବହାର କରିଛନ୍ତି। ଏହି ସୂକ୍ଷ୍ମ କଳାକୃତିର ଉଚ୍ଚତା ସାଢେ ଛଅ ଇଞ୍ଚ ଥିବାବେଳେ ଚଉଡା ସାଢେ ତିନି ଇଞ୍ଚ ରହିଛି ।
ତେବେ ଏହି ଅବସରରେ ପ୍ରଭୁ ଯୀଶୁଙ୍କ ନିକଟରେ ବିଶ୍ଵରୁ କୋରୋନା ମହାମାରୀକୁ ନିପାତ କରିବାପାଇଁ ସେ ପ୍ରାର୍ଥନା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ