ETV Bharat / state

ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା, ମେ’ ୮ରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ - ଅର୍ଚ୍ଚନା ନାଗ ମାମଲା

ମେ' ୮ରେ କୋର୍ଟରେ ହାଜର ହେବେ ଶ୍ରଦ୍ଧାଞ୍ଜଳି । ପୁଣି ଆଳ ଦେଖାଇ ସମୟ ଗଡାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

୮ରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

author img

By

Published : May 3, 2023, 7:19 AM IST

ଭୁବନେଶ୍ବର: ଆଉ ଆଇନ ସହ ଲୁଚକାଳି ଖେଳି ପାରିବେନି ଶ୍ରଦ୍ଧାଞ୍ଜଳି । ଏଣିକି ହାଜର ନହେଲେ କଡା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ଅଦାଲତ । ଆସନ୍ତା ମେ' ୮ତାରିଖରେ କୋର୍ଟରେ ହାଜର ହେବାକୁ ମିଳିଲା ଡେଡଲାଇନ । ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଯାହାକି କୋର୍ଟରେ ହାଜର ନହେବାକୁ ସମୟ ଗଡ଼ାଇ ଚାଲିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବଡ ଝଟ୍‌କା ଦେଇଛି । ତେଣୁ ଆସନ୍ତା ୮ତାରିଖରେ ସେ ହାଜର ହେବା ନିଶ୍ଚିତ ନଚେତ ଆଗକୁ କୋର୍ଟଙ୍କ ଆଭିମୁଖ୍ୟ କ'ଣ ରହିବ ତାହା ପରେ ଜାଣିବେ ବୋଲି ଇଡି ଓକିଲ କହିଛନ୍ତି ।

ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ‌ ଇଡି କୋର୍ଟରେ ଚାର୍ଜସିଟ୍ ଦାଖଲ କରିସାରିଛି । ଚାର୍ଜସିଟରେ ପ୍ରଥମ ଅଭିଯୁକ୍ତ ଅର୍ଚ୍ଚନା ନାଗ, ଦ୍ବିତୀୟରେ ସ୍ବାମୀ ଜଗବନ୍ଧୁ ଚାନ୍ଦ, ତୃତୀୟରେ ସହଯୋଗୀ ଖଗେଶ୍ବର‌ ପାତ୍ର ସହ ଚତୁର୍ଥ ଅଭିଯୁକ୍ତ ଭାବେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମ ଉଲ୍ଲେଖ ରହିଛି । ଯେଉଁଥିରେ ଅର୍ଚ୍ଚନାର ଆର୍ଥିକ କେଳେଙ୍କାରୀର ତଦନ୍ତରୁ ମିଳିଥିବା ପ୍ରମାଣ ଆଦି ତଥ୍ୟ ଉପସ୍ଥାପନା କରାଯାଇଛି । ଏହି ମାମଲାର ଚାର୍ଜଫ୍ରେମ ହେବା ପୂର୍ବରୁ ଯେହେତୁ ଶ୍ରଦ୍ଧାଞ୍ଜଳିକୁ ଛାଡି ୩ ଅଭିଯୁକ୍ତ ଜେଲରେ ଅଛନ୍ତି, ତେଣୁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟରେ ହାଜର‌ ପାଇଁ ସମନ ହୋଇଥିଲା । କିନ୍ତୁ ସେ ବିଭିନ୍ନ କାରଣ ଦର୍ଶାଇ ଓକିଲ ଜରିଆରେ ସମୟ ଗଡ଼ାଇ ଚାଲିଥିଲେ ।

ଏପରିକି କୋର୍ଟରେ‌ ହାଜର‌ ନହେବା ପାଇଁ ସିବିଆଇ କୋର୍ଟକୁ ଚାଲେଞ୍ଜ କରି ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟ ତଳ କୋର୍ଟ ଅର୍ଥାତ୍ ସିବିଆଇ କୋର୍ଟରେ ପୁନଃବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଆଧାର କରି ଗତକାଲି(ମଙ୍ଗଳବାର) କୋର୍ଟରେ ମାମଲା ବିଚାର ବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ଆସନ୍ତା ୮ରେ ତୁରନ୍ତ ହାଜର‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ କହିଥିଲେ, ''ଯେହେତୁ ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ଇଡିର ସାକ୍ଷୀ ଅଛନ୍ତି, ଏଥିପାଇଁ ସାକ୍ଷୀ ଭାବେ ସମସ୍ତ ପ୍ରକାର ସହଯୋଗ କରିଛନ୍ତି । ତେଣୁ ସେ ହାଜର ହେବାର ଆବଶ୍ୟକତା ନାହିଁ । ତାଙ୍କ ପାଇଁ ଓକିଲଙ୍କ ପକ୍ଷରୁ କୋର୍ଟରେ‌‌ ହାଜର ହୋଇ ତଥ୍ୟ ରଖାଯାଉଛି । ତେଣୁ କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହା ଉପରେ ନିର୍ଭର କରୁଛି । ଏବେ ଆବଶ୍ୟକତା ନାହିଁ, ଆବଶ୍ୟକ ପଡିଲେ ଆଗକୁ ସେ ଆସିବେ କି ନାହିଁ ପରେ ଜଣାପଡ଼ିବ ।''

ତେବେ ଗତଥର ଅର୍ଚ୍ଚନା କୋର୍ଟରେ‌ ବ୍ୟକ୍ତିଗତ ଭାବେ ହାଜର‌ ବେଳେ‌ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଆପତ୍ତି ଉଠାଇଥିଲେ । ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହିଁ ବୋଲି ଆପତ୍ତି କରିଥିଲେ । ନ୍ୟାୟ ସମସ୍ତଙ୍କ ପାଇଁ । କାହିଁକି ସେ ବାରମ୍ବାର‌ କୋର୍ଟଙ୍କ ଅବମାନନା କରି ହାଜର ହେଉନାହାନ୍ତି ଏ ଦିଗରେ ଅଦାଲତ କିଛି ନିଷ୍ପତ୍ତି ନିଅନ୍ତୁ ବୋଲି କହିଥିଲେ । ଏପରିକି ଖଗେଶ୍ବରଙ୍କ ପକ୍ଷରୁ ମଧ୍ୟ ତାଙ୍କ ଓକିଲ ଜରିଆରେ ଏହି କେସରେ ସେଲିବ୍ରେସନ ସ୍ପିଲ୍ଟ ପିଟିସନ ଫାଇଲ କରାଯାଇଥିଲା । କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.