ETV Bharat / state

ସୁସ୍ଥ ଅଛନ୍ତି ଅର୍ଚ୍ଚନା, ପ୍ରତିକ୍ରିୟା ରଖିଲେ ଓକିଲ - ସୁସ୍ଥ ଅଛନ୍ତି ଅର୍ଚ୍ଚନା

ଅର୍ଥ ହେରଫେର ମାମଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରିଛି ଇଡି । ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା ନାଗଙ୍କ ଓକିଲ ଠାକୁର ସଂଗ୍ରାମ ସିଂ । ଅଧିକ ପଢ଼ନ୍ତୁ

Archana nag Advocate reaction on ED grill in money laundering case
ସୁସ୍ଥ ଅଛନ୍ତି ଅର୍ଚ୍ଚନା, ପ୍ରତିକ୍ରିୟା ରଖିଲେ ଓକିଲ
author img

By

Published : Dec 15, 2022, 10:18 PM IST

ସୁସ୍ଥ ଅଛନ୍ତି ଅର୍ଚ୍ଚନା, ପ୍ରତିକ୍ରିୟା ରଖିଲେ ଓକିଲ

ଭୁବନେଶ୍ବର: ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରିଛି ଇଡି । ପ୍ରଥମେ ଉଭୟଙ୍କୁ ପୃଥକ ପୃଥକ ରୁମ୍‌ରେ ଜେରା କରାଯାଇଥିଲା । ଏହାପରେ ଉଭୟଙ୍କୁ ମୁହାଁ ମୁହିଁ ମାରାଥାନ୍‌ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏତେ କମ୍‌ ସମୟରେ ଏତେ ଅର୍ଥ ଉପାର୍ଜନ କିଭଳି କଲେ ତାହାର ଖିଅ ଖୋଜୁଛି ଇଡି । ଜେରା ପରେ ଆଜି ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା ନାଗଙ୍କ ଓକିଲ ଠାକୁର ସଂଗ୍ରାମ ସିଂ ।

ଅର୍ଚ୍ଚନା ନାଗଙ୍କ ଓକିଲ ଠାକୁର ସଂଗ୍ରାମ ସିଂ କହିଛନ୍ତି, "ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ଯାହା ପ୍ରଶ୍ନ ପଚାରିଛନ୍ତି ତାହାର ଉତ୍ତର ସିଏ ରଖିଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି । କେଉଁ ପରିପ୍ରେକ୍ଷୀରେ ଅର୍ଚ୍ଚନା କଣ ଉତ୍ତର ଦେଇଛନ୍ତି ତାର ଉତ୍ତର ଅର୍ଚ୍ଚନା ହିଁ କହିପାରିବେ ।"

ଜେରା ବେଳେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀଙ୍କ ସାମ୍ନାରେ ପ୍ରଶ୍ନର ପାହାଡ଼ ରଖିଥିଲା ଇଡି । କେତେକ ଉତ୍ତର ମେଳ ଖାଇଥିବା ବେଳେ କେତେକ ଉତ୍ତର ଉଭୟଙ୍କ ମେଳ ଖାଇନଥିଲା । ତେବେ ଏହି ଜେରା ବେଳେ ଇଡି ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା ଆଲୋଚନା ହେଉଛି । ଜେରା ବେଳେ ଅର୍ଚ୍ଚନା ଅସୁସ୍ଥ ହୋଇ ପଡ଼ିଥିବା ଖବର ମିଳିଥିଲା । କ୍ୟାପିଟାଲ ହସ୍ପିଟାଲ୍‌ର ଏକ ଟିମ୍ ଇଡି ଅଫିସ୍‌ରେ ପହଞ୍ଚି ଅର୍ଚ୍ଚନାଙ୍କ ଚିକିତ୍ସା କରିଥିଲା । ଏହାପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଜଗବନ୍ଧୁଙ୍କୁ ୯ ଦିନ ଓ ଅର୍ଚ୍ଚନାଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ଆଣିଛି ଇଡି । ଆଗାମୀ ଦିନ ଜେରାରୁ ଇଡି ଆହୁରି ତଥ୍ୟ ମିଳିପାରେ ବୋଲି ଆଲୋଚନା ହେଉଛି । ସହଯୋଗୀ ଖଗେଶ୍ବର ମଧ୍ୟ ପୁଣି ଇଡି ଜେରାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.