ଖୋର୍ଦ୍ଧା: ଜଟଣୀରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ। ଦିବ୍ୟାଙ୍ଗଙ୍କ ପାଇଁ ଥିବା ସ୍ବତନ୍ତ୍ର ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଗୁରୁବାର ନିଯୁକ୍ତି ମେଳାର ଆୟୋଜନ ହୋଇଛି। ବିଭିନ୍ନ ସଂସ୍ଥାରେ ଦିବ୍ୟାଙ୍ଗଙ୍କ ପାଇଁ ଖାଲିଥିବା ମୋଟ 2900 ପଦବୀ ପୂରଣ ପାଇଁ ହୋଇଥିବା ଏହି ଆୟୋଜନରେ ରାଜ୍ୟର 17ହଜାର ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯାଇଥିବା ଜଣାପଡିଛି ।
ଏହି ନିଯୁକ୍ତି ମେଳାରେ ମୋଟ 21ଟି ସଂସ୍ଥା ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି।ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଉଦଘାଟନ କରିଥିବା ବେଳେ ଏଥିରେ ଜାତୀୟ ରିକ୍ୟୁର୍ମେଣ୍ଟ ସହକାରୀ ନିର୍ଦ୍ଦେଶକ ରାମ କିଶୋର ଶର୍ମା ଯୋଗ ଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ