ଖୋର୍ଦ୍ଧା: ପ୍ରଥମଥର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଜିଲ୍ଲାବାସୀଙ୍କ ନିକଟକୁ ଆସି ସେମାନଙ୍କ ଅଭିଯୋଗ ଶୁଣିଛନ୍ତି।
ଏହି ଅବସରରେ ସାଂସଦ କହିଛନ୍ତି ନିର୍ବାଚିତ ହେବା ପରେ ଦଳମତ ନିର୍ବିଶେଷରେ ଲୋକମାନଙ୍କର ଅଭିଯୋଗ ଶୁଣିବା ଓ ତାର ନିରକରଣ କରିବା ମୋର କର୍ତ୍ତବ୍ୟ । ମୋର ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ବରରେ ରହିଛି କିନ୍ତୁ ସେଠାକୁ ସମସ୍ତେ ଯାଇପାରୁନଥିବାରୁ ମୁଁ ସେମାନଙ୍କ ପାଖକୁ ଆସି ସେମାନଙ୍କ ଅଭିଯୋଗ ଶୁଣୁଛି ଏବଂ ତାର ନିରାକରଣ କରିବାକୁ ଯଥା ସମ୍ଭବ ଚେଷ୍ଟା ମଧ୍ୟ କରୁଛି ।
ଶୁକ୍ରବାର ଖୋର୍ଦ୍ଧା ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସାଂସଦଙ୍କ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ବ୍ଳକରୁ ସାଧାରଣ ଲୋକମାନେ ସେମାନଙ୍କର ଅଭିଯୋଗ ଆଣି ଆସିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ