ETV Bharat / state

ଫୋକସରେ 24 ନିର୍ବାଚନ, ଖୋର୍ଦ୍ଧାରେ ଅପରାଜିତା ବନାମ ଶ୍ରୀମୟୀ - ଖୋର୍ଦ୍ଧାରେ ଶ୍ରୀମୟୀ ମିଶ୍ରଙ୍କ ପ୍ରଚାର

Aparajita Sarangi VS Shreemayee Mishra: ଆଉ ସାଧାରଣ ନିର୍ବାଚନକୁ କିଛି ମାସ ବାକି । ଏହାମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଦେଖାଗଲାଣି ବିଜେପି ଓ ବିଜେଡିର ରଣନୀତି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଖୋର୍ଦ୍ଧାରେ ଜୋରଦାର ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଲାଣି । ଅଧିକ ପଢନ୍ତୁ

Aparajita Sarangi VS Shreemayee Mishra
ଖୋର୍ଦ୍ଧାରେ ଅପରାଜିତା ବନାମ ଶ୍ରୀମୟୀ
author img

By ETV Bharat Odisha Team

Published : Dec 11, 2023, 1:58 PM IST

ଖୋର୍ଦ୍ଧାରେ ଅପରାଜିତା ବନାମ ଶ୍ରୀମୟୀ

ଖୋର୍ଦ୍ଧା: ଫୋକସରେ 24 ନିର୍ବାଚନ । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ରାଜ୍ୟରେ ପ୍ରମୁଖ ଦଳମାନଙ୍କ ଆରମ୍ଭ ହୋଇଗଲାଣି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତି । ଭୋଟରଙ୍କୁ ଆକୃଷ୍ଟ କରି ପାଇଁ ଘର ଘର ବୁଲି ପ୍ରଚାର ଶୋଭାଯାତ୍ରାରେ ଲାଗି ପଡ଼ିଲେଣି ନେତା । ଏହାମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ରାଜନୈତିକ ଉଷ୍ମତା ଅଧିକ ଦେଖିବାକୁ ମିଳୁଛି । କାରଣ ବିଜେପି ଓ ବିଜେଡିର 2 ଟାଣୁଆ ନେତା ଅପରାଜିତା ଷଡ଼ଙ୍ଗୀ ଓ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ଖୋର୍ଦ୍ଧାରେ ଟକରାଟକରି ଦେଖିବାକୁ ମିଳିଲାଣି ।

ଏହାମଧ୍ୟ ପଢନ୍ତୁ..NCRB ରିପୋର୍ଟକୁ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ କାଉଣ୍ଟର କଲା ବିଜେଡି

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସଂସଦୀୟ କ୍ଷେତ୍ରରେ ନିଜକୁ ଲୋକଙ୍କ ଆହୁରି ନିକଟତର କରି ଆଗାମୀ ନିର୍ବାଚନରେ ବିଜୟୀ ହେବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ଅପରାଜିତା । ଯେଉଁଥିପାଇଁ ଖୋର୍ଦ୍ଧାରେ ବିଭିନ୍ନ ଛୋଟ ବଡ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଚାର ଶୋଭାଯାତ୍ରା କରି ଭୋଟରମାନଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଘର ଘର ବୁଲି କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସମସ୍ୟା ପଚାରି ବୁଝୁଛନ୍ତି ବିଜେପି ନେତ୍ରୀ । ଦଳୀୟ କର୍ମୀମାନଙ୍କ ସହ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଦେଲେଣୀ ସାଂସଦ । ପ୍ରତି ନିର୍ବାଚନ ମଣ୍ଡଳୀରେ ଖେଳ ଉପକରଣ ବାଣ୍ଟି ଯୁବଗୋଷ୍ଠୀଙ୍କ ନିକଟତର ହୋଇଥିବା ବେଳେ ଏବେ ମହିଳା ସମାବେଶ ମାଧ୍ୟମରେ ମହିଳାଙ୍କ ଭୋଟ ହେତେଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ସେହିପରି ବେଗୁନିଆ ଠାରେ ହେଉଥିବା ଅପରାଜିତାଙ୍କ ମହିଳା ସମାବେଶରେ ହଜାର ହଜାର ମହିଳା ଯୋଗ ଦେଇଥିବା ବେଳେ ଅପରାଜିତାଙ୍କ ପ୍ରତି ଲୋକମାନଙ୍କ ଆସ୍ଥା ବଢୁଥିବା ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ.. ଆକ୍ରାମକ ମୁଡରେ ବିଜେପି ସାଂସଦ; ସଚିବଙ୍କ ଜିଲ୍ଲା ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ

ସେପଟେ ବିଜେଡି ନେତ୍ରୀ ତଥା ରାଜ୍ୟ ସରକାରଙ୍କ କୋଠାବାଡ଼ି ଶ୍ରମିକ ବୋର୍ଡ ଅଧକ୍ଷ ଶ୍ରୀମୟୀ ମିଶ୍ର ବି ଆରମ୍ଭ କରିଦେଲେଣି ନିଜ ଷ୍ଟ୍ରାଟେଜି । ଶତାଧିକ ଦଳୀୟ କର୍ମୀଙ୍କ ସହ ଘରଘର ବୁଲି ଲୋକମାନଙ୍କ ଆସ୍ଥା ଭାଜନ ହେବାକୁ ଆରମ୍ଭ କରିଦେଲେଣି ରଣନୀତି । ଖୋର୍ଦ୍ଧାରେ ଗାଁ ଗାଁ ବୁଲି ଲୋକମାନଙ୍କ ନିକଟରେ ପହଞ୍ଚୁଛନ୍ତି ଶ୍ରୀମୟୀ ମିଶ୍ର । ତେବେ ଗତ ଗତ 2019 ନିର୍ବାଚନରେ ବିଜେଡି ଏଠି ହାର ସ୍ବୀକାର କରିଥିବା ବେଳେ ପୂର୍ବ ଭୁଲକୁ ସୁଧାରିବାକୁ କୌଶଳ ଆରମ୍ଭ କରିଦେଲେଣି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା 7 ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଆରମ୍ଭ କଲେଣି ଶ୍ରୀମୟୀ । ତେବେ ଆଗାମୀ ନିର୍ବାଚନରେ କାହାର ଷ୍ଟ୍ରାଟେଜି କାମ କରୁଛି ଓ କିଏ ଲୋକମାନଙ୍କ ଆସ୍ଥାଭାଜନ ହେବ ତାହା ନିର୍ବାଚନ ଫଳାଫଳରୁ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.