ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଯୋଡି ହେଲା ନୂଆ ଇତିହାସର ଫର୍ଦ୍ଦ । ଓଡିଆ ଫିଲ୍ମ ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅଭିନେତା ଅନୁପମ ଖେର । ଏନେଇ ୫୩ ତମ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ଗୋଆ ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ପ୍ରଦର୍ଶନ ପରେ ଭାବବିହ୍ବଳ ହୋଇ ଘୋଷଣା କଲେ ଅଭିନେତା ଅନୁପମ ଖେର ।
ଆଉ ଫିଲ୍ମ ପ୍ରତୀକ୍ଷାର ହିନ୍ଦୀ ରିମେକ କରିବା ସହ ବାପା ଭୂମିକାରେ ନିଜେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ନିଶ୍ଚିତ କରିବା ସହିତ ୧୧ ଶହ ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି ।
-
▪️ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର
— PIB in Odisha (@PIBBhubaneswar) November 23, 2022 " class="align-text-top noRightClick twitterSection" data="
▪️ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଲେ ଘୋଷଣା
▪️ଆଇଏଫଏଫଆଇ ୫୩ରେ ପ୍ରଦର୍ଶିତ ହେଲା ପିତା-ପୁତ୍ରର ସମ୍ପର୍କକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାhttps://t.co/iOfQGd6ccj#IFFI53 #IFFI53Goa #IFFI53 pic.twitter.com/b3CKCfasP4
">▪️ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର
— PIB in Odisha (@PIBBhubaneswar) November 23, 2022
▪️ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଲେ ଘୋଷଣା
▪️ଆଇଏଫଏଫଆଇ ୫୩ରେ ପ୍ରଦର୍ଶିତ ହେଲା ପିତା-ପୁତ୍ରର ସମ୍ପର୍କକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାhttps://t.co/iOfQGd6ccj#IFFI53 #IFFI53Goa #IFFI53 pic.twitter.com/b3CKCfasP4▪️ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର
— PIB in Odisha (@PIBBhubaneswar) November 23, 2022
▪️ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଲେ ଘୋଷଣା
▪️ଆଇଏଫଏଫଆଇ ୫୩ରେ ପ୍ରଦର୍ଶିତ ହେଲା ପିତା-ପୁତ୍ରର ସମ୍ପର୍କକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାhttps://t.co/iOfQGd6ccj#IFFI53 #IFFI53Goa #IFFI53 pic.twitter.com/b3CKCfasP4
ତେବେ ଏହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଆଉ ଏକ ନୂଆ ଇତିହାସର ଫର୍ଦ୍ଦ ଯୋଡି ହେବା ଖବର ନିଶ୍ଚିତ ଭାବେ ଆନନ୍ଦ ଆଣିଦେଇଛି l ଏପରିକି ଏହାକୁ ନେଇ ସୁନିଶ୍ଚିତ ହୋଇଯାଇଛି ଯେ ଓଡ଼ିଆ ଚଳଚିତ୍ର ପ୍ରତୀକ୍ଷା ହିନ୍ଦୀ ଭାଷାରେ ପ୍ରସ୍ତୁତ ହେବ l ଅନ୍ୟପଟେ ଏନେଇ ପିଆଇବି ପକ୍ଷରୁ ମଧ୍ୟ ଏକ ଟ୍ବିଟ କରାଯାଇଛି l
ସୂଚନା ଯୋଗ୍ୟ, ଚଳଚ୍ଚିତ୍ର ପ୍ରତୀକ୍ଷା ଏକ ନିଚ୍ଛକ ମୌଳିକ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଓଡିଆ ଘରର କାହାଣୀକୁ ନେଇ ଓଡିଆତ୍ବର ବାସ୍ନାରେ ନିର୍ମିତ ହୋଇଛି ଏହି ଫିଲ୍ମ । ଏଥିରେ ଜଣେ ମଧ୍ୟବିତ୍ତ ପରିବାର ଯୁବକର ସରକାରୀ ଚାକିରି ପାଇଁ ସଂଘର୍ଷର କାହାଣୀ ଏହି ଚଳଚ୍ଚିତ୍ରରେ ପରିବେଷଣ କରିଛନ୍ତି ପ୍ରଯୋଜକ ।
ଇଟିଭି ଭାରତ, ଭୁବନେଶ୍ବର