ETV Bharat / state

Jharsuguda By Poll: ‘ବିଜେଡି ପ୍ରୋ ଇନକମ୍ୱେନ୍ସିରେ ନିର୍ବାଚନ ଜିତିବ’ - ଏକ ପାଖିଆ ଜିତିବା ନେଇ ବିଜେଡିର ଦୃଢ଼ୋକ୍ତି

ଝାରସୁଗୁଡ଼ା ଉପନିର୍ବାଚନରେ ହେବାକୁ ଯାଉଥିବା ତ୍ରିମୁଖୀ ଲଢ଼େଇରେ ଆଗରେ ରହିଛି ବିଜେଡି । ବିଜେଡି ପାଇଁ ବ୍ରାଣ୍ଡ ନବୀନ ଓ ବିଜେପି ପାଇଁ ଧର୍ମେନ୍ଦ୍ର ପ୍ରଧାନ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ସେପଟେ କଂଗ୍ରେସର ଭୋଟ ବ୍ୟାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ତେବେ ସରକାର ବିରୋଧି ହାୱା ଉପନିର୍ବାଚନରେ କାମ ଦେବନାହିଁ ବୋଲି ବରିଷ୍ଠ ସାମ୍ବାଦିକ ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ

Jharsuguda By Poll
Jharsuguda By Poll
author img

By

Published : May 6, 2023, 9:26 PM IST

Jharsuguda By Poll

ଭୁବନେଶ୍ବର: ପାଖେଇ ଆସୁଛି ଉପନିର୍ବାଚନ । ଝାରସୁଗୁଡ଼ା ବିଗ ଫାଇଟ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ । ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । ଆଉ ଏହି ତ୍ରିମୁଖୀ ଲଢେଇରେ ଆଗରେ ରହିଛି ଶାସକ ବିଜେଡି । ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଏହି ଆସନରେ ହେଉଛି ଉପନିର୍ବାଚନ । ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ କୌଶଳ ଆପଣାଇ ପ୍ରଚାର ଜାରି ରଖିଛନ୍ତି ସମସ୍ତ ଦଳର ହେଭିୱେଟ ନେତା । ତେବେ ଉପନିର୍ବାଚନରେ ସରକାରୀ ବିରୋଧି ହାୱାର ପ୍ରଭାବ ନଥାଏ । ପୂର୍ବରୁ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡ଼ିକରେ ଏହା ପ୍ରମାଣିତ ହୋଇସାରିଛି । ତେବେ ଝାରସୁଗୁଡ଼ାରେ ଏହାର ପ୍ରଭାବ କେମିତି ରହିବ, ତାହା ଉପରେ ସମସ୍ତଙ୍କ ନଜର ।

ପ୍ରୋ ଇନ୍‌କମ୍ବାନ୍ସି ଫ୍ୟାକ୍ଟରରେ ନିର୍ବାଚନ ଲଢ଼ିବ ବିଜେଡି: ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଝାରସୁଗୁଡ଼ା ଉପନିର୍ବାଚନରେ କେମିତି ହେବ ଭୋଟ ସେୟାରିଂ । ୨୦୧୪ ନିର୍ବାଚନରେ ନବ ଦାସ ପାଇଥିଲେ ୫୦ ପ୍ରତିଶତ ଭୋଟ । ୨୦୧୯ରେ ସେ ପାଇଥିଲେ ୫୫ ପ୍ରତିଶତ ଭୋଟ । ଏବେ ୨୦୨୩ରେ କଂଗ୍ରେସ ତାର ଭୋଟ ବ୍ୟାଙ୍କକୁ କିପରି ସଂରକ୍ଷିତ ରଖୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଯଦି କଂଗ୍ରେସ ତାର ନିଜସ୍ବ ଭୋଟକୁ ସଂରକ୍ଷିତ ରଖେ, ତେବେ ଏହା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ପୁଣି ରହିଛି ସରକାର ବିରୋଧୀ ହାୱା । ସରକାର ବିରୋଧୀ ଭୋଟ ଯଦି ବିଜେପି ଓ କଂଗ୍ରେସ ମଧ୍ୟରେ ଭାଗ ଭାଗ ହୋଇଗଲା, ତେବେ ବିଜେଡି ନିର୍ବାଚନ ଜିତିବାର ମାର୍ଜିନ କମିବାର ସମ୍ଭାବନା ରହିଛି । କିନ୍ତୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ଉପ ନିର୍ବାଚନରେ ସରକାର ବିରୋଧୀ ଫ୍ୟାକ୍ଟର ରହେ ନାହିଁ । ବିଜେଡି ପ୍ରୋ ଇନ୍‌କମ୍ବାନ୍ସି ଫ୍ୟାକ୍ଟରରେ ନିର୍ବାଚନ ଲଢ଼ିବ । ଏହାରି ଭିତରେ ବିଜେଡି ମୁଖପାତ୍ର ଦୃଢ଼ତାର ସହିତ କହିଛନ୍ତି ଝାରସୁଗୁଡ଼ା ଉପନିର୍ବାଚନ ଏକ ପାଖିଆ ହେବ ଏବଂ ବିଜେଡି ଜିତିବ ।

କଂଗ୍ରେସ ଭୋଟ ବ୍ୟାଙ୍କ ଉପରେ ନଜର: ଅନ୍ୟପଟେ ପୂର୍ବ ନିର୍ବାଚନରେ କଂଗ୍ରେସ ହରାଇଥିଇବା ୩୪ ପ୍ରତିଶତ ଭୋଟରୁ ୧୭ ପ୍ରତିଶତ ବିଜେପି ଏବଂ ୧୭ ପ୍ରତିଶତ ବିଜେଡି ହାତକୁ ଚାଲିଯାଇଥିଲା । ଏଥର ଯଦି କଂଗ୍ରେସ ନିଜ ଭୋଟ ଫେରି ପାଇବା ସହିତ ଆଉ କିଛି ଭୋଟ ବିଜେଡି ଖାତାରୁ ନେଇଆସେ, ତେବେ କଂଗ୍ରେସ ମଧ୍ୟ ଭଲ ସ୍ଥିତିକୁ ଆସିପାରେ । କଂଗ୍ରେସ ଯଦି ବିଜେପିରୁ ୧୭ ପ୍ରତିଶତ ଭୋଟ ଫେରାଇ ଆଣେ କଂଗ୍ରେସକୁ ଜିତିବାରେ ଏହା ସହାୟକ ହେବ । ବଡ଼କଥା ହେଲା ସ୍ବର୍ଗତ ବୀରେନ୍ଦ୍ର ପାଣ୍ଡେ ୩ ଥର ଏହି ଆସନରୁ ଜିତିଛନ୍ତି । ଏବେ ତାଙ୍କ ପୁଅ ତରୁଣ ପାଣ୍ଡେ ଛିଡ଼ା ହୋଇଛନ୍ତି । ନବ ଦାସ ମଧ୍ୟ ୨ ଥର କଂଗ୍ରେସରୁ ଜିତିଛନ୍ତି । ତେଣୁ କଂଗ୍ରେସର ନିଜସ୍ବ ଭୋଟ ବ୍ୟାଙ୍କ ରହିଛି । କଂଗ୍ରେସ ଯଦି ନିଜସ୍ବ ଭୋଟ ବ୍ୟାଙ୍କକୁ ସଂରକ୍ଷିତ ରଖିପାରେ, ଏହା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।

ରୋଡ଼ ସୋ' କରିବେ ଧର୍ମେନ୍ଦ୍ର: ସେପଟେ ବିଜେପିର ଜିଲ୍ଲା ସଭାପତି ବିଜେପି ଛାଡି ବିଜେଡିରେ ମିଶିବା ବିଜେପି ପାଇଁ ବଡ଼ ଝଟକା ହୋଇଛି । ନୂଆ କରି ମଙ୍ଗ ସମ୍ବାଳୁଥିବା ମନମୋହନ ସାମଲ ଏବଂ ପର୍ଯ୍ୟବେକ୍ଷକ ସୁନୀଲ ବଂଶଲଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଏପରି ସ୍ଥିତିରେ ବିଜେପି କି ରଣନୀତି ଆପଣାଉଛି ତା ଉପରେ ମଧ୍ୟ ନଜର ରହିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡ ସୋ'ରେ ବାହାରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ତେବେ ଯଦି ଝାରସୁଗୁଡ଼ାରେ ଭୋଟ ବ୍ୟାଙ୍କକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଫାଇଟ ହୁଏ, ଏହାର ଫାଇଦା ସିଧା ବିଜେଡି ହାତକୁ ଚାଲିଯିବ ।

ମୈଦାନକୁ ଓହ୍ଲାଇବେ ନବୀନ: ଏବେ ଦେଖିବାର କଥା ଝାରସୁଗୁଡାବାସୀ କାହା ଉପରେ ଆସ୍ତା ପ୍ରକଟ କରୁଛନ୍ତି । ନବ ଦାସଙ୍କ ହତ୍ୟା ପରେ ତାଙ୍କ ଝିଅ ଦିପାଳୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦିପାଳୀଙ୍କ ପାଇଁ ରହିଛି ସମବେଦନା ଭୋଟ, ବ୍ରାଣ୍ଡ ନବୀନ, ବିଜେଡିର ପୁରା ସଂଗଠନ ଏବଂ ସରକାରୀ କଳ । ନେତା, ମନ୍ତ୍ରୀ ଓ ବିଧାୟକ ଗଡ ଜଗିଛନ୍ତି । ଖାଲି ସେତିକି ନୁହେଁ, ନବୀନ ଆସନ୍ତାକାଲି ପ୍ରଚାର ମୈଦାନକୁ ମଧ୍ୟ ଓହ୍ଲାଉଛନ୍ତି । ସେପଟେ ଧର୍ମେନ୍ଦ୍ର ମଧ୍ୟ ରୋଡ ସୋ' କରିବେ । ଦେଖିବାର କଥା ଝାରସୁଗୁଡାବାସୀଙ୍କ ମନ ଜିତିବାରେ କିଏ ସମର୍ଥ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର/ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.