ETV Bharat / state

ଆସିଲା ମାନସ ଦାସଙ୍କ କାରନାମାର ଆଉ ଗୋଟିଏ ଅଡିଓ, ଦେଉଥିଲେ ହତ୍ୟା ଧମକ

author img

By

Published : Sep 2, 2021, 6:04 PM IST

ମାନସ ଦାସଙ୍କ ନାଁରେ ଆସିଛି ଆଉ ଏକ ଏତଲା । ଖୋର୍ଦ୍ଧା ସଦର ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସଙ୍ଗଠନର ପୂର୍ବତନ ସଦସ୍ୟ ଶୁଭାଶିଷ ବେହେରା । ଅଧିକ ପଢନ୍ତୁ...

ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା
ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା

ଖୋର୍ଦ୍ଧା: ପୁଣି ଅଡୁଆରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଦାସ । ମାନବବାଦ ସଙ୍ଗଠନର ପୂର୍ବତନ ସଦସ୍ୟ ଶୁଭାଶିଷ ବେହେରା ତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସେ ସଙ୍ଗଠନକୁ ବୃଦ୍ଧି ନ କରିପାରିବାରୁ ତାଙ୍କୁ ମାରିଦେବାକୁ ଧମକ ଦିଆଯାଇଥିବା ସେ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛନ୍ତି ।

ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା

ଗତ 2019 ମସିହା ଜୁନ 13 ତାରିଖରେ ନିଜିଗଡ଼ ତାପଙ୍ଗ ଝିଙ୍କିଝାରି ଗ୍ରାମର ଶୁଭାଶିଷ ମାନସ ଦାସଙ୍କ ସଙ୍ଗଠନରେ ଜଡିତ ଥିଲେ । ତାଙ୍କୁ ସଂଗଠନକୁ ବୃଦ୍ଧି କରିବା ପାଇଁ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଏହାକୁ ସେ ନ କରିବାରୁ ଶୁଭାଶିଷଙ୍କୁ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଗାଳି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତେବେ ଏନେଇ ସେ ଆଜି(ଗୁରୁବାର) ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ ଆଣିଛନ୍ତି ।

ସେହିପରି ମାନସ ଏବଂ ମନୋରଞ୍ଜନ ତାଙ୍କୁ ଦେଇଥିବା ଧମକର ରେକର୍ଡ଼ିଂ ମଧ୍ୟ ସେ ଥାନାକୁ ଦେଇଥିବା କହିଛନ୍ତି । ମାନସଙ୍କ ମାନବବାଦ ସଙ୍ଗଠନ ଯାହା ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଭାବେ ଜଣାଯାଏ । ପୂର୍ବରୁ ଏହି ସଙ୍ଗଠନ ଅଭିମାନପୁରର ସତ୍ୟବ୍ରତ ନାୟକଙ୍କୁ ମାଡ଼ ମାରି ପୋଡିଦେବା ଓ କଡ଼ବ ଗ୍ରାମର ବାପ ପୁଅଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ଏହି ମାମଲାରେ ଅଭିଯୁକ୍ତ ମାନସଙ୍କୁ ପୋଲିସ ଆଜି ଗିରଫ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.