ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାରେ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲ୍ୟାବ । 'ଇନୋଭେର ଗ୍ଲୋବାଲ ସମ୍ମିଳନୀ'ରେ ଏହି ଘୋଷଣା କରାଯାଇଛି । ଦେଶ ବିଦେଶ ତଥା ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରାଯିବା ପାଇଁ ନିଆଯିବାକୁ ଥିବା ଆବଶ୍ୟକୀୟ ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଅତ୍ୟାଧୁନିକ ଶିଳ୍ପ ପ୍ରଯୁକ୍ତି ବିଦ୍ୟା ଏବଂ AI ସହ ML ପରି ବୈଷୟିକ ପ୍ରଗତି ଉପରେ ଧ୍ୟାନ ଦେଇ ବିଭିନ୍ନ ଆଲୋଚନା କରାଯାଇଛି । ତେବେ ଆମେରିକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତମାନର ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଉଛି । ଏହାରି ମଧ୍ୟରେ 2015 ମସିହାରେ ଭୁବନେଶ୍ୱରରେ ଏହାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ।
ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଗ୍ଲୋବାଲ ସମ୍ମିଳନୀ ଆୟୋଜନ ହୋଇଛି । ତେବେ ଶିଳ୍ପ ବିଶେଷଜ୍ଞ ଏବଂ ଦେଶ ବିଦେଶରୁ ଆସିଥିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିମାନେ ଏଥିରେ ସାମିଲ ହୋଇଛନ୍ତି । ଏହି କମ୍ପାନି ଆସନ୍ତା ଦିନରେ ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶରେ ଏହାର ବ୍ୟବସାୟ ପ୍ରତିଷ୍ଠା ନେଇ ଯୋଜନା କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲ୍ୟାବ ପ୍ରତିଷ୍ଠା ପାଇଁ କମ୍ପାନୀ ଓଡିଶା ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ସୂଚନା ଅନୁଯାୟୀ, ଖୁବଶୀଘ୍ର ଏହାର କାମ ଆରମ୍ଭ କରାଯିବ । ସହଯୋଗ ବୃଦ୍ଧି, ଜ୍ଞାନର ଆଦାନ ପ୍ରଦାନ ଏବଂ ବୈଷୟିକ ବିଦ୍ୟାର ଉତ୍କୃଷ୍ଟତା ବଢାଇବା ପାଇଁ ଶିଳ୍ପକୁ ପ୍ରେରଣା ଦେବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇଛି । କୋଭିଡ ମହାମାରୀ ଠାରୁ ଆରମ୍ଭ କରି ବିଭିନ୍ନ ରୋଗକୁ କିଭଳି ମୁକାବିଲା କରିବା ସହ ଲୋକମାନେ ସଚେତନ ରହିବେ ସେନେଇ ପ୍ରୟାସ ଜାରି ରଖିଛି । ଏପରିକି ଅନେକ ସମୟରେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି ।
ଏହା ବି ପଢନ୍ତୁ...BSKYରେ ସାମିଲ ହେଲା ଆଉ 155ଟି ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍
ରୋଗୀମାନେ ସରକାରୀ ହସ୍ପିଟାଲରେ କିଭଳି ଉତ୍ତମ ଭାବରେ ରୋଗୀ ସେବା ପାଇବେ ସେନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ସହ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଥିବା ହସ୍ପିଟାଲ ଗୁଡିକକୁ ମଧ୍ୟ ବିଶ୍ଵସ୍ତରୀୟ ହସ୍ପିଟାଲରେ ପରିଣତ କରାଯାଇଛି । 'ମୋ ହସ୍ପିଟାଲ' କାର୍ଯ୍ୟକ୍ରମରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ହସ୍ପିଟାଲର ଭିତ୍ତିଭୂମିରୁ ଆରମ୍ଭ କରି ଡାକ୍ତର ନିଯୁକ୍ତି ଆଦି ଦିଗରେ ଗୁରୁତ୍ବ ଦିଆଯାଇ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର