ETV Bharat / state

ମହିଳାଙ୍କୁ ଆତ୍ମନିର୍ଭର ଓ ସ୍ଵାବଲମ୍ବୀ କରାଇବାକୁ କଳିଙ୍ଗ ସ୍ଵରାଜ ମହିଳା ସଂଗଠନର ପ୍ରୟାସ

author img

By

Published : Jan 8, 2023, 10:24 PM IST

କଳିଙ୍ଗ ସ୍ଵରାଜ ମହିଳା ସଂଗଠନ ପାଳୁଛି ବାର୍ଷିକ ଉତ୍ସବ । କଳିଙ୍ଗ ସ୍ଵରାଜ ମହିଳା ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ ୨୬ ହଜାର ମହିଳା । ଅଧିକ ପଢ଼ନ୍ତୁ

Annual function of the Kalinga Swaraj Woman association
କଳିଙ୍ଗ ସ୍ଵରାଜ ମହିଳା ସଂଗଠନ
କଳିଙ୍ଗ ସ୍ଵରାଜ ମହିଳା ସଂଗଠନ

ଭୁବନେଶ୍ବର : ମହିଳାମାନଙ୍କୁ ଆତ୍ମନିର୍ଭର ଓ ସ୍ଵାବଲମ୍ବୀ କରିବା ଦିଗରେ ନିରନ୍ତର କାର୍ଯ୍ୟରତ କଳିଙ୍ଗ ସ୍ଵରାଜ ମହିଳା ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସଂଗଠନର ସଦସ୍ୟମାନେ ପ୍ରଥମେ ପରସ୍ପରକୁ ନୂଆ ବର୍ଷ ୨୦୨୩ର ଶୁଭେଚ୍ଛା ଜଣାଇଥିଲେ । ଏହାସହ କଳିଙ୍ଗ ସ୍ଵରାଜ ମହିଳା ସଂଗଠନକୁ ଆଗକୁ ନେବା ନେଇ ସଂକଳ୍ପ କରିଛନ୍ତି ।

ଏହି ଅବସରରେ ସଂଗଠନ ଦ୍ୱାରା ମହିଳାମାନଙ୍କୁ ନେଇ ବିଭିନ୍ନ ନୃତ୍ୟ, ଫ୍ୟାଶନ ସୋ' ଓ ଅନ୍ୟାନ୍ୟ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଓଡ଼ିଆ ସିନେ ଜଗତର ଅଭିନେତା ସାବ୍ୟସାଚୀ ମିଶ୍ର ଓ ଗୀତିକାର ସୋନମ ଦାସ ପ୍ରମୁଖ ଯୋଗ ଦେଇ ସଂଗଠନର ଲକ୍ଷ୍ୟ ସମ୍ପର୍କରେ କହିଥିଲେ ।

ଓଡ଼ିଶାର ପାରମ୍ପାରିକ ଖାଦ୍ୟ ସାଙ୍ଗକୁ ଓଡ଼ିଆ ଘରର ରୀତିନୀତି ଏବଂ ପର୍ବପର୍ବାଣୀକୁ ଲୋକଲୋଚନକୁ ଆଣିବା ଏହି ମହିଳା ସଂଗଠନର ମୂଳ ଲକ୍ଷ୍ୟ । ତେବେ ଏହି କାର୍ଯ୍ୟକ୍ରମରେ କେବଳ ଓଡ଼ିଶାରୁ ନୁହେଁ ସାରା ବିଶ୍ଵରୁ ପ୍ରାୟ ୨୬ହଜାର ଓଡ଼ିଆ ମହିଳାମାନେ ସାମିଲ ହୋଇଥିଲେ ।

ଏ ସମ୍ପର୍କରେ ସଂଗଠନର ସଦସ୍ୟ ସସ୍ମିତା ମିଶ୍ର କହିଛନ୍ତି, "ରାଜ୍ୟର ସଂସ୍କୃତିର ଗର୍ବ ଅର୍ଜନ କରିବା ଏବଂ ସମଗ୍ର ବିଶ୍ୱରେ ସମସ୍ତ ଓଡିଆ ମହିଳାଙ୍କ ପାଇଁ ସୁନାମ ଅର୍ଜନ କରିବା ଉପରେ ଧ୍ୟାନ ଦେଉଛି ଏହି ସଂଗଠନ । ଏହି ସଂଗଠନର ପରିଚୟ ସମସ୍ତେ ଏକାଠି ହେବାସହ ଆଗକୁ ବଞ୍ଚିବା ପାଇଁ ଶିଖିବା । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ଓ ପରାମର୍ଶ ଦେବା ଭଳି କାର୍ଯ୍ୟ କରିବା । ଏହା ହିଁ ହେଉଛି ସଂଗଠନର ମୂଲ ଲକ୍ଷ୍ୟ । ଯାହାକୁ ପୂରଣ କରିବେ ସଂଗଠନର ମହିଳାମାନେ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.