ଖୋର୍ଦ୍ଧା : ଜିଲ୍ଲାରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବା । ବୁଧବାର ସ୍ଥାନୀୟ ବିଡିଏ କଲ୍ୟାଣମଣ୍ଡପ ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପିପୁଲ ଫୋରମ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ମିଳିତ ସହଯୋଗରେ ଏହାର ଶୁଭାରମ୍ଭ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ଆମ୍ବୁଲାନ୍ସ ସେବା ମୁଖ୍ୟତଃ ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇବ । ଏଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ମାତୃ ଶିଶୁ ବିଭାଗର ବିଶେଷଜ୍ଞ ଡାକ୍ତର ବିଭିନ୍ନ ପଞ୍ଚାୟତ ବୁଲି ସେବା ଯୋଗାଇବ ବୋଲି ପିପୁଲ ଫୋରମ ସମ୍ପାଦକ ଗୋବିନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଏଥିରେ ଶତାଧିକ ମହିଳା ଯୋଗଦେଇ ମାଗଣାରେ ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ।
ଜିଲ୍ଲାପାଳଙ୍କ ବ୍ୟତିତ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ