ETV Bharat / state

Ambabhona PS Vandalism: ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ବିଜେପି ସଭାପତି - ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ବିଜେପି ସଭାପତି

ମନମୋହନ ସାମଲ କହିଛନ୍ତି, ‘‘ବିଜେଡି ରକ୍ଷକ ହେଇକି ଭକ୍ଷକ ସାଜିଛି । ଆଇନ ର ଉର୍ଦ୍ଧ୍ବରେ କେହି ନୁହଁନ୍ତି। ବିଜେପି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକୁ ଲୋକଲୋଚନକୁ ଆଣିଥିଲା। ହେଲେ ସରକାରଙ୍କର ଆନ୍ତରିକତା ନଥିଲା । କେମିତି ଖଲାସ ହେବ ଦୋଷୀ ତାକୁ ନେଇ ତତ୍ପର ହେଲେ। ବିଜେଡି ନିଜର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲ ନାହିଁ।" ଅଧିକ ପଢନ୍ତୁ

Ambabhona PS Vandalism: ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ବିଜେପି ସଭାପତି
Ambabhona PS Vandalism: ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ବିଜେପି ସଭାପତିAmbabhona PS Vandalism: ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ବିଜେପି ସଭାପତି
author img

By ETV Bharat Odisha Team

Published : Nov 8, 2023, 8:16 PM IST

ଭୁବନେଶ୍ବର: ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜାରୁ ଘଟଣାରେ ବିଜେପି ସଭାପତି ମନମୋହନ ସାମଲ ପୁଣି ଥରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ଵରେ ଅଛନ୍ତି ସୁଶାନ୍ତ ସିଂଙ୍କୁ ଗିରଫ କରନ୍ତୁ। ଆଇନର ଉର୍ଦ୍ଧ୍ବରୁ କେହି ନୁହଁନ୍ତି ବୋଲି କହିଛନ୍ତି ମନମୋହନ ।

ମନମୋହନ ସାମଲ କହିଛନ୍ତି, ‘‘ବିଜେଡି ରକ୍ଷକ ହେଇକି ଭକ୍ଷକ ସାଜିଛି। ଆଇନ ର ଉର୍ଦ୍ଧ୍ବରେ କେହି ନୁହଁନ୍ତି। ବିଜେପି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକୁ ଲୋକଲୋଚନକୁ ଆଣିଥିଲା। ହେଲେ ସରକାରଙ୍କର ଆନ୍ତରିକତା ନଥିଲା । କେମିତି ଖଲାସ ହେବ ଦୋଷୀ ତାକୁ ନେଇ ତତ୍ପର ହେଲେ। ବିଜେଡି ନିଜର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲ ନାହିଁ। ସିବିଆଇ ତଦନ୍ତ ପାଇଁ ଆଦେଶ ଦେଲେ କିଛି ସଫଳ ହେଲାନାହିଁ।"

ଅଧିକ ପଢନ୍ତୁ- ଓଡ଼ିଶାରେ ସରକାର କରିବ ବିଜେପି: ମନମୋହନ ସାମଲ

ସେହିଭଳି ବରଗଡ ଥାନା ଭଙ୍ଗାରୁଜା ପାଇଁ ସୁଶାନ୍ତ ସିଂ ନିଜେ କହିଥିଲେ ସମର୍ଥକଙ୍କୁ । ଏଠି ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ ତା ବାଟରେ ଯିବ। ସୁଶାନ୍ତ ସିଂଙ୍କୁ ଗିରଫ କରନ୍ତୁ। ଥାନା ଭାଙ୍ଗିବା କାହାର ଅଧିକାର ନାହିଁ। ଏପର୍ଯ୍ୟନ୍ତ ମୁଖ୍ୟ ଆସାମୀ ସୁଶାନ୍ତ ସିଂ ଗିରଫ ହୋଇନାହିଁ । ବିଜେପି ଦାବୀ କରୁଛି ତୁରନ୍ତ ସୁଶାନ୍ତ ସିଂ କୁ ଗିରଫ କରାଯାଉ। ଏହାକୁ ନେଇ ବରଗଡରେ ବିଜେପି ଏସପି ଅଫିସ ଘେରାଉ କରିଛି। ଜଣେ ଦାୟିତ୍ବବାନ ସରକାର ସେ ପ୍ରମାଣିତ କରାନ୍ତୁ। ସରକାର ହେଇନି ଆଇନ କୁ ହାତକୁ ନେବା ପାଇଁ। ସରକାର ନାହିଁ ଓଡ଼ିଶାରେ। ସରକାର ଥିଲେ ସୁଶାନ୍ତ ସିଂ ଏପରି କରି ନଥାନ୍ତେ ବୋଲି ମନମୋହନ କହିଛନ୍ତି ।

ବିଜେପି ସଭାପତି ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟାରେ ଶାସକ ଦଳର ନେତା, ମନ୍ତ୍ରୀମାନେ ଦୁଷ୍କର୍ମ, ଅପରାଧରେ ଲିପ୍ତ ରହୁଛନ୍ତି । ପୋଲିସ ମାନେ ମଧ୍ୟ ବିଜୁ ଜନତା ଦଳର କଥାରେ ଉଠବସ ହେଉଛନ୍ତି । ଯେଉଁ ପୋଲିସ ଏହାକୁ ବିରୋଧ କରୁଛି ତାର ଅବସ୍ଥା କ’ଣ ତାହା ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜାରୁ ସ୍ପଷ୍ଟ ଜଣାପଡୁଛି । ସେପଟେ ଗତକାଲି ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଗିରଫ ଦାବିରେ କଟକ ସ୍ଥିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପି।

ଅଧିକ ପଢନ୍ତୁ- Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ସୂଚନା ଥାଉକି, ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ସ୍ଥିତ ତାମଦେଇ ପର୍ଯ୍ୟଟନସ୍ଥଳୀକୁ ବ୍ଲକ ବାହାରର କିଛି ଯୁବକ ଭୋଜି କରିବାକୁ ଆସିଥିଲେ । ସେମାନେ ବ୍ରାଉନସୁଗାର, ଗଞ୍ଜେଇ ସମେତ ଅନ୍ୟ ନିଶା ସାମଗ୍ରୀ ବ୍ୟବହାର କରୁଥିବା ଅମ୍ବାଭୋନା ଆଇଆଇସି ଖବର ପାଇ ଚଢ଼ାଉ କରିଥିଲା । ପୋଲିସକୁ ବିଜୁ ଜନତା ଦଳର ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ମାନେ ବାଧା ଦେଇଥିଲେ । କିନ୍ତୁ ପୋଲିସ କୌଣସି କଥା ନଶୁଣିବାରୁ ସୁଶାନ୍ତ ସିଂହଙ୍କ ଗୁଣ୍ଡାମାନେ ଥାନାକୁ ଭାଙ୍ଗିଥିଲେ ବୋଲି ବିଜେପି ଅଭିଯୋଗ କରିଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.