ETV Bharat / state

ଅଙ୍ଗନଓ୍ବାଡିରେ ମିଳୁଛି ଅସ୍ବାସ୍ଥ୍ୟକର ଖାଦ୍ୟ ସାମଗ୍ରୀ, ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲାରେ ଅଙ୍ଗନାଓ୍ବାଡି କେନ୍ଦ୍ରରେ ଅସ୍ବାସ୍ଥ୍ୟକର ଖାଦ୍ୟ ମିଳୁଥିବା ଅଭିଯୋଗ କରି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । ପ୍ରଶାସନ ଦୃଷ୍ଟି ନଦେଲେ ଅଙ୍ଗନାଓ୍ବାଡି ବନ୍ଦ କରିବାକୁ ଚେତାବନୀ । ଅଧିକ ପଢନ୍ତୁ...

author img

By

Published : Jul 21, 2021, 8:55 AM IST

ଅଙ୍ଗନଓ୍ବାଡିରେ ମିଳୁଛି ଅସ୍ବାସ୍ଥ୍ୟକର ଖାଦ୍ୟ ସାମଗ୍ରୀ, ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅଭିଯୋଗ

ଖୋର୍ଦ୍ଧା : ସରକାର ଛୋଟପିଲାଙ୍କ ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ପ୍ରଦାନ କରୁଛନ୍ତି ବହୁ ପୁଷ୍ଟିକର ଖାଦ୍ୟ । କିନ୍ତୁ ପ୍ରଦାନ କରାଯାଉଛି ଅସ୍ବାସ୍ଥ୍ୟକର ଖାଦ୍ୟ ସାମଗ୍ରୀ । କେଉଁଟି ପୋକ ବାହାରୁଛି ତ କେଉଁଟି ଆଦୌ ଖାଇବା ଉପଯୋଗୀ ନୁହେଁ । ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଚଟୁଆ ଗ୍ରାମରୁ ।ଏପରି କରି କୁନି କୁନି ପିଲାଙ୍କ ସ୍ବାସ୍ଥ୍ୟ ସହ ଖେଳାଯାଉଥିବା ଅଭିଯୋଗ କରି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ,ବୋଲଗଡ଼ ସିଡିପିଓ,ସୁପରଭାଇଜର,ଅଙ୍ଗନଓ୍ବାଡି କର୍ମୀ ଓ ଛତୁଆ ପ୍ରସ୍ତୁତକାରୀ ସଂସ୍ଥାର ମଧୁ ଚନ୍ଦ୍ରିକାରେ ଏଭଳି କରାଯାଇ କୋମଳମତି ଶିଶୁଙ୍କ ସ୍ବାସ୍ଥ୍ୟ ସହ ଖେଳାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ନିମ୍ନମାନର ଛତୁଆ,ସୁଜି ଓ ଅଣ୍ଡାକୁ ଦୁଇମାସ ଧରି ଗ୍ରାମବାସୀମାନେ ଗ୍ରହଣ କରିନଥିବା ମଧ୍ୟ କହିଛନ୍ତି । ଆଉ ଏ ସମ୍ପର୍କରେ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କୁ ଭେଟି ଏହାର ତଦନ୍ତ ଦାବି କରିବା ସହ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ବୋଲଗଡ଼ ସିଡିପିଓ କ୍ରିଷ୍ଣାପ୍ରିୟା ପ୍ରଧାନ ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ଗାଁ ଲୋକଙ୍କ ମଧ୍ୟରେ ଥିବା ମନାନ୍ତର ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓ ଏହାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.