ETV Bharat / state

ପୁଣି ବିବାଦରେ ଓଲିଉଡ, ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ

ଓଡ଼ିଆ ଫିଲ୍ମ ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛି ପ୍ରଡକ୍ସନ ସଂସ୍ଥା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 2, 2023, 10:28 PM IST

alligation against producer
ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ
ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ବିବାଦ ତୁଟୁ ନଥିବାବେଳେ ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ । ଏହି ଅଭିଯୋଗ ଆସିଛି 'ମାଲ୍ୟଗିରି' ଚଳଚ୍ଚିତ୍ର ପ୍ରଯୋଜକଙ୍କ ନାମରେ । ହେଲେ ପ୍ରଯୋଜକଙ୍କ ନାଁରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛି ପ୍ରଡକ୍ସନ ସଂସ୍ଥା । ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ପ୍ରଯୋଜକ । ବର୍ତ୍ତମାନ ଓଲିଉଡ କଳି ଓଡିଶାକୁ ଦୁଇଫାଳ କରିବାକୁ ବସିଥିବାବେଳେ ପ୍ରଯୋଜକଙ୍କ ନାଁରେ ଠକେଇ ଅଭିଯୋଗ ଆସିଛି । ଅଭିଯୋଗ ଆଣିଛନ୍ତି ଫିଲ୍ମରେ କାମ କରୁଥିବା କ୍ରିଉ ମେମ୍ବର । ପ୍ରଯୋଜକ ରିଙ୍କୁ ଜେନା, ପ୍ରଡକ୍ସନ ମ୍ୟାନେଜର ଚିତ୍ତରଞ୍ଜନ ପ୍ରଧାନ, ଡାଇରେକ୍ଟର ଶିଶିର ସାହୁ ଓ ପିନାକୀ ସିଂଙ୍କ ନାଁରେ ଅଭିଯୋଗ ଆସିଛି ।

ଏନେଇ ମାଲ୍ୟଗିରି ଫିଲ୍ମ ପ୍ରଯୋଜକ ନିରଞ୍ଜନ ନାୟକ ପ୍ରତିକ୍ରିୟା ରଖି କହିଛନ୍ତି, "ଅଭିଯୋଗରେ କୌଣସି ସତ୍ୟତା ନାହିଁ । କ୍ରିଉ ମେମ୍ବର ନୁହେଁ ବରଂ ସ୍ଥାନୀୟ କିଛି ଅସାମାଜିକ ଯୁବକ ଏହି ଅଭିଯୋଗ ଆଣିଛନ୍ତି । ସମସ୍ତ କ୍ରିଉ ମେମ୍ବରଙ୍କୁ ତାଙ୍କ ଟଙ୍କା ଦିଆଯାଇଛି । ଏହାସହ ଚେକ ବାଉଁଶର ଯେଉଁ ଅଭିଯୋଗ କରୁଛନ୍ତି ସେହି ଚେକ୍ ବାଉଁଶ ହୋଇନାହିଁ ବରଂ ଷ୍ଟକ୍ କରାଯାଇଛି ।" ନିରଞ୍ଜନଙ୍କ କହିବା ମୁତାବକ, କ୍ରିଉ ମେମ୍ବରଙ୍କ ସହ ପୂର୍ବରୁ କୌଣସି ଆଲୋଚନା ହୋଇନଥିଲା । ସେମାନେ ସେମାନଙ୍କ ପାରିଶ୍ରମିକ ବାବଦକୁ ଟଙ୍କା ପାଇସାରିଛନ୍ତି । କିନ୍ତୁ କିଛି ଅସାମାଜିକ ଯୁବକ ସୁଟିଂ ସମୟରେ ହଇରାଣ କରିଥିବାରୁ ତାଙ୍କୁ ପ୍ରଯୋଜକ ରିଙ୍କୁ ଜେନା ଓ ମ୍ୟାନେଜର ଚିତ୍ତରଞ୍ଜନ ପ୍ରଧାନ ସୁଟିଂ ସୁରୁଖୁରୁରେ ହେବା ପାଇଁ ସ୍ଥାନୀୟ ନେତୃବୃନ୍ଦ ଓ ପୋଲିସର ଅବଗତରେ ୧ ଲକ୍ଷର ଚେକ ଦେଇଥିଲେ ।

"ପରେ ସେଠାରୁ ଆସିବା ସମୟରେ ୨୦ ହଜାର ଟଙ୍କା ତାଙ୍କୁ ଦିଆଯିବାକୁ ଥିବାବେଳେ ଚେକକୁ ଷ୍ଟକ କରିଗଲା । ଯଦି ଚେକ ବାଉଁଶ ହେଇଛି, ତେବେ କାହିଁକି ସେ କେଶ କରୁନାହାନ୍ତି ?" ବୋଲି ପ୍ରଶ୍ନ କରିଛି ପ୍ରଡକ୍ସନ ସଂସ୍ଥା । ଅନ୍ୟପଟେ ଏଥର ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଦଶହରା ଭେଟି ଆଣିଦେଇଥିଲା ରେନଡ୍ରପ ପିକ୍ଚର ବାନରରେ ନିର୍ମିତ ଓଡ଼ିଆ ଫିଲ୍ମ 'ମାଲ୍ୟଗିରି' । ଏହି ଫିଲ୍ମଟି ଅନୁଗୋଳ ଜିଲ୍ଲା ପାଳଲହଡାରେ ଅବସ୍ଥିତ ଓଡ଼ିଶାର ତୃତୀୟ ଉଚ୍ଚତମ ଶୃଙ୍ଗ 'ମାଲ୍ୟଗିରି' ନାମରେ ନିର୍ମାଣ କରାଯାଇଥିଲା । ମାଲ୍ୟଗିରି ସହ ବିଭିନ୍ନ ଅଞ୍ଚଳରେ ସୁଟିଂ କରାଯାଇଥିଲା।

ଏହା ବି ପଢନ୍ତୁ...ଓଲିଉଡ କଳି: ଫିଟିଲାନି ସମାଧାନର ବାଟ, OFDC ବୈଠକକୁ ଆସିଲେନି ମନୋଜ ମିଶ୍ର

ଅଭିଯୋଗ ଅନୁସାରେ, "ଫିଲ୍ମ ସୁଟିଂ ପାଇଁ ସ୍ଥାନୀୟ ଯୁବକ ଅମିତ ସାହୁ, ସୁଶୀଲ ବାରିକ, ଭୂପେନ ନାଏକ, ପ୍ରହଲ୍ଲାଦ ପାତ୍ର, ଝସ ନାଏକ ଓ ତାଙ୍କ ସହଯୋଗୀମାନଙ୍କୁ ନିୟୋଜିତ କରାଯାଇଥିଲା । ହାତରୁ ଟଙ୍କା ସାରି ଫିଲ୍ମରେ ଆବଶ୍ୟକ ହେଉଥିବା ଜିନିଷ ପତ୍ର ଯୋଗାଇଥିଲେ। ଫିଲ୍ମ ସରିଲେ ହିସାବ କରି ଟଙ୍କା ଦିଆଯିବ କହି ଫିଲ୍ମ ଅଧାରୁ ଫେରାର ମାରିବାକୁ ଉଦ୍ୟମ କରିଥିଲେ ପ୍ରଯୋଜକ ଓ ମ୍ୟାନେଜର । ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଉଭୟଙ୍କୁ ପାଲଲହଡା ଥାନାକୁ ଅଣାଯାଇଥିଲା । ସେଠାରେ ସମସ୍ତ ଖର୍ଚ୍ଚ ଓ ପାରିଶ୍ରମିକ ବାବଦକୁ ୯୬ ହଜାର ୫୦୦ ଟଙ୍କାର ଗୋଟିଏ ଚେକ୍ ରିଙ୍କୁ ଜେନା ଅମିତ ସାହୁଙ୍କୁ ଦେଇଥିଲେ ।" ପରେ ବ୍ୟାଙ୍କରେ ଚେକ ଲଗେଇଲା ପରେ ଚେକଟି ବାଉନ୍ସ ହୋଇଥିଲା । କିନ୍ତୁ ରିଙ୍କୁ ଜେନା ଆଉ ଫୋନ ଉଠାଉନଥିବା ଅଭିଯୋଗ କରିଛନ୍ତି ଜଣେ ଯୁବକ । ସେପଟେ ଅଭିଯୋଗରେ ସଫେଇ ଦେଇଛନ୍ତି ଫିଲ୍ମର ଅନ୍ୟ ଜଣେ ପ୍ରଯୋଜକ ନିରଞ୍ଜନ ନାୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.