ETV Bharat / state

ବେଆଇନ ମାଙ୍କଡା ଖଣି ଚାଲାଣ ଅଭିଯୋଗ - illegal stone supply khurda

ଦିନ ଦ୍ବିପହରେ ଖୋର୍ଦ୍ଧାବେ ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଚାଲିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବେଆଇନ ମାଙ୍କଡା ଖଣି ଚାଲାଣ ଅଭିଯୋଗ
ବେଆଇନ ମାଙ୍କଡା ଖଣି ଚାଲାଣ ଅଭିଯୋଗ
author img

By

Published : Aug 4, 2021, 3:02 PM IST

Updated : Aug 4, 2021, 7:57 PM IST

ଖୋର୍ଦ୍ଧା: ଜିଲ୍ଲା ତହସିଲ ଅଞ୍ଚଳରେ ରାଜସ୍ୱ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ । ଦିନ ଦ୍ବିପହରେ ଜେସିବି ଓ ଟ୍ରାକ୍ଟର ଲଗାଇ ଖୋଳୁଛନ୍ତି ବେଆଇନ ଖଣି । କାଜୁ ଜଙ୍ଗଲ କାଟି ଲୁଟୁଛନ୍ତି ଶହ ଶହ ଟ୍ରିପ ମାଙ୍କଡା ପଥର । ଯାହା ଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ଏହା ସବୁ ରାଜସ୍ୱ କର୍ମଚାରୀ ଏବଂ ପୋଲିସ ଜାଣତରେ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ବେଆଇନ ମାଙ୍କଡା ଖଣି ଚାଲାଣ ଅଭିଯୋଗ

କାଜୁ ଜଙ୍ଗଲ ଓ ଗୋଚର ଜମିରେ ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଟାଙ୍ଗିଆପଡା, ନିଆଳ, ଅରାଙ୍ଗ,ପଣସବସ୍ତ ଆଦି ମୌଜାର ଜନସାଧାରଣ ଗୋ ଚରାଇ ଏବଂ ଜଙ୍ଗଲରୁ ଜାଳ ସଂଗ୍ରହ କରି ଚଳୁଥିବାବେଳେ ଏବେ ଖଣି ମାଫିଆମାନେ ଖଣି ଖୋଳି ସମସ୍ୟା ସୃଷ୍ଟି କରିଥିବା ସ୍ଥାନୀୟ ଲୋକ କହିଛନ୍ତି । ଦିନ ଦ୍ବିପହରେ କାହା ସାହାସରେ ଏପରି ବେଧଡକ ଖଣି ଖୋଳା ଚାଲିଛି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ଖଣି ଖନନ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବଡ଼ ବଡ଼ ଖାଲ ହୋଇ ଗାଈଗୋରୁ ପଡି ମୃତ୍ୟୁବରଣ କରୁଥିବା ବେଳେ ପ୍ରଶାସନ ହାତଗୁଞ୍ଜ ନେଇ ମାଫିଆଙ୍କ ଉପରେ ସେଭଳି ଅଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ସେପଟେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର କହିଛନ୍ତି ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବିଗୁଡୁଛି । ସେହିପରି ବେଆଇନ ଖଣି ମାଫିଆ ମାନେ ଯେପରି କାଜୁ ଜଙ୍ଗଲ କାଟି ପଥର ଲୁଟୁଛନ୍ତି ସେମାନଙ୍କ ଉପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 4, 2021, 7:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.