ETV Bharat / state

Mgnrega Yojna: ପୋଖରୀ ଖୋଳା କାର୍ଯ୍ୟରେ ଦୁର୍ନୀତିର ଅଭିଯୋଗ ଆଣିଲେ ଗ୍ରାମବାସୀ

ଖୋର୍ଦ୍ଧା ଜିଲ୍ଲାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟରେ ଘୋଟଲା ଅଭିଯୋଗ । ଅଧିକ ପଢନ୍ତୁ

Mgnrega Yojna: ପୋଖରୀ ଖୋଳା କାର୍ଯ୍ୟରେ ଦୁର୍ନୀତିର ଅଭିଯୋଗ ଆଣିଲେ ଗ୍ରାମବାସୀ
Mgnrega Yojna: ପୋଖରୀ ଖୋଳା କାର୍ଯ୍ୟରେ ଦୁର୍ନୀତିର ଅଭିଯୋଗ ଆଣିଲେ ଗ୍ରାମବାସୀ
author img

By

Published : May 15, 2022, 6:26 PM IST

ଖୋର୍ଦ୍ଧା: ଜିଲ୍ଲାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟରେ ଘୋଟଲା ଅଭିଯୋଗ । ପ୍ରାୟ 11ଲକ୍ଷ ଟଙ୍କା ବ୍ୟୟରେ ଏନଆରଇଜିଏସ ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟକୁ ମେସିନରେ କରାଯାଇଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତରୁ ।

Mgnrega Yojna: ପୋଖରୀ ଖୋଳା କାର୍ଯ୍ୟରେ ଦୁର୍ନୀତିର ଅଭିଯୋଗ ଆଣିଲେ ଗ୍ରାମବାସୀ

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗାଁର ଲୋକଙ୍କ ପାଇଁ 2020-21 ଏବଂ 2021-22 ଆର୍ଥିକ ବର୍ଷରେ ପୋଖରୀ ଖୋଳା ସହ ଟ୍ରେଞ୍ଚ ନିର୍ମାଣ ଓ ପାହାଚ ନିର୍ମାଣ ପାଇଁ ସରକାରୀ ତହବିଲରୁ 11ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଫଳକରେ ଲେଖାଯାଇଛି । ଆଉ ସମସ୍ତ କାର୍ଯ୍ୟ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଦର୍ଶାଯାଇଛି । କିନ୍ତୁ ଏହି କାମକୁ ବାସ୍ତବରେ ମେସିନ ଦ୍ବାରା କରାଯାଇ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସେହିପରି ପୋଖରୀ ଖୋଳା ଯାଇଥିଲେ ମଧ୍ୟ ଏଥିରେ ପାଣି ନ ଥିବା ଦ୍ବାରା ଏହା ଲୋକଙ୍କ କାମରେ ଆସୁନି । ସେହିଭଳି ଏହା ପୋଖରୀ ଖୋଳା ହେବା ଦ୍ବାରା ଏଥିରୁ ବାହାରିଥିବା ସହ ସହ ଟ୍ରିପ ମୋରମକୁ ନିଲାମ ନ କରି ଅନ୍ୟ ଏକ ରାସ୍ତାରେ ଲଗାଯାଇ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ବିଲ କରି ହରିଲୁଟ ହୋଇଥିବା ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.