ETV Bharat / state

ନିଶା ଛଡେଇବା ଆଳରେ ନିର୍ଘାତ ମାଡ଼, ହତ୍ୟା ଉଦ୍ୟମ ମାମଲାରେ ୩ ଗିରଫ - ହତ୍ୟା ଉଦ୍ୟମ ମାମଲାରେ ୩ଜଣ ଗିରଫ

ରାଜଧାନୀରେ ନିଶା ନିବାରଣ କେନ୍ଦ୍ରରେ ଚାଲିଛି ଅକଥନୀୟ ଅତ୍ୟାଚାର । ନିଶା ଛଡ଼ାଇବେ କହି ଦେଉଛନ୍ତି ନିର୍ଘାତ ମାଡ଼ । 3 ଗିରଫ । ଅଧିକ ପଢ଼ନ୍ତୁ

seviour torture in anti  drug center
ନିଶା ଛଡେଇବା ଆଳରେ ନିର୍ଘାତ ମାଡ଼
author img

By

Published : Feb 2, 2023, 10:16 AM IST

ନିଶା ନିବାରଣ କେନ୍ଦ୍ରରେ ଅତ୍ୟାଚାର

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଅତ୍ୟାଚାର ! ନିଶା ଛଡେଇବା ଆଳରେ ନିର୍ଘାତ ମାଡ଼ ମାରୁଛନ୍ତି । ଶେଷରେ ସୀମା ଲଙ୍ଘିଲା ଅତ୍ୟାଚାର ଆଇସିୟୁରେ ଭର୍ତ୍ତି ହେଲେ ଅନ୍ତେବାସୀ। ଏନେଇ ଅନ୍ତେବାସୀଙ୍କ ପତ୍ନୀ ଥାନାରେ ଅଭିଯୋଗ ପରେ ସାମ୍ନାକୁ ଆସିଲା ଅତ୍ୟାଚାରର ସାଙ୍ଘାତିକ ଚିତ୍ର। ସିସିଟିଭି ଥାଇ ବନ୍ଦ କରି ଅତ୍ୟାଚାର ଦେଇଥିଲେ ୩ ଜଣ । ଏନେଇ ମଞ୍ଚେଶ୍ବର ସାଇକୃପା ନିଶା ନିବାରଣ କେନ୍ଦ୍ରର ୩ଜଣକୁ ଗିରଫ କରିଛି ପୋଲିସ ।

ସେମାନଙ୍କ ମଧ୍ୟରେ ସେହି କେନ୍ଦ୍ରର ମାଲିକ ସମେତ ଦୁଇ ସହଯୋଗୀ ରହିଛନ୍ତି । ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ମଧ୍ୟରେ ଅଛନ୍ତି ସାଇକୃପା ନିଶା ନିବାରଣ କେନ୍ଦ୍ର ମାଲିକ ଅନିରୁଦ୍ଧ ରାୟଙ୍କ ସମେତ ଦୁଇ ସହଯୋଗୀ ଅଙ୍କିତ ରାଉତ ସହ ଅନ୍ତର୍ଯ୍ୟାମୀ ମିଶ୍ର । ଏହି ୩ଜଣ ସିସିଟିଭି ଥାଇ ବନ୍ଦ କରି ଅତ୍ୟାଚାର କରିଥିଲେ । ଏମାନଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଆହତ ବ୍ୟକ୍ତି ଜଣକ ହେଉଛନ୍ତି ପଥରବନ୍ଧ ବସ୍ତିର ସର୍ବେଶ୍ୱର ବେହେରା ।

ଗତ ବର୍ଷ ଡିସେମ୍ବର ୨୭ତାରିଖରେ ସର୍ବେଶ୍ୱରଙ୍କୁ ତାଙ୍କ ପରିବାର ଲୋକେ ନିଶା ଛଡ଼ାଇବାକୁ ମଞ୍ଚେଶ୍ୱର ଭୋଟପଡା ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ୨୯ତାରିଖ ରାତି ପ୍ରାୟ ସାଢ଼େ ୨ଟା ସମୟରେ କୌଣସି କାରଣକୁ କେନ୍ଦ୍ରକରି ସର୍ବେଶ୍ୱରଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ଆଉ ମାଡ଼ ମାରିବା ବେଳେ ସିସିଟିଭିକୁ ବନ୍ଦ କରି ଦେଇଥିଲେ ।

ଏନେଇ ସର୍ବେଶ୍ୱରଙ୍କ ପତ୍ନୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ବେଳେ ଆଇନକୁ ହାତକୁ ନେଇ ମାଲିକ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ଜୋନାଲ ଏସିପି କହିଛନ୍ତି ''ନିଶା ନିବାରଣ କେନ୍ଦ୍ରକୁ ନେଇ କୌଣସି ଗାଇଡ ଲାଇନ ନାହିଁ । କିନ୍ତୁ ଏପରି ଆଇନକୁ ହାତକୁ ନେବା ନେଇ ଏହା ଉପରେ ଏଥର ନଜର ରଖାଯିବ । ସ୍ଥାନୀୟ ଥାନା ଜରିଆରେ ଏସବୁ ଦିଗରେ ସମୟ ସମୟରେ ନିବାରଣ କେନ୍ଦ୍ର ପରିଦର୍ଶନ କରାଯିବ।'' ତେବେ ନିଶା ନିବାରଣ କେନ୍ଦ୍ରରେ ଅତ୍ୟାଚାର ଘଟଣା ଏହା ଗୋଟିଏ ନାହିଁ । ଏନେଇ ପୂର୍ବରୁ ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ଅତ୍ୟାଚାର ଅନେକ ଘଟଣା ଦେଖିବାକୁ ମିଳିଛି ।

ଗତ ନଭେମ୍ବର ୧ତାରିଖରେ ଖଣ୍ଡଗିରି କୋଳଥିଆ ହାଉସିଂ ବୋର୍ଡଏମ ଆଇଜି ୮୨ରେ ଥିବା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ରାଜୀବ ଶ୍ରୀଚନ୍ଦନଙ୍କ ମୃତ୍ୟୁକୁ ନେଇ ସେତେବେଳେ ଦେଖାଦେଇଥିଲା ଉତ୍ତେଜନା । ରାଜୀବ ସେକ୍ରେଟାରିୟଟରେ କାମ କରୁଥିବା ବେଳେ କିଛି ଦିନ ହେବ ମଦ୍ୟପାନ ଛଡାଇବାକୁ ସେଠାରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କର ସନ୍ଦେହଜନକ ମୃତ୍ୟୁ ପାଇଁ ସାଥୀ ଓ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଥିଲେ ।

ଗତ ୧୭ ସେପ୍ଟେମ୍ବରରେ ଇନଫୋଭ୍ୟାଲି ଥାନା ଜାଆଁଳାର ପାଟଣାସାହି ଲକ୍ଷ୍ୟ ଫାଉଣ୍ଡେସନସ ଦ୍ବାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ଜଣ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ସେତେବେଳେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ନିଶା ନିବାରଣ କେନ୍ଦ୍ରର ନିର୍ଯାତନା ଘଟଣା । ଏନେଇ ପୋଲିସ କିଛି କର୍ମଚାରୀଙ୍କୁ ପଚରାଉଚରା କରିବା ସହ କିଛି କର୍ମଚାରୀଙ୍କୁ ଅଟକ ରଖି ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.