ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

author img

By ETV Bharat Odisha Team

Published : Oct 19, 2023, 10:37 AM IST

Updated : Oct 19, 2023, 1:09 PM IST

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯାଗ । ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀ ଓ ପୋଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା । ଅଧିକ ପଢ଼ନ୍ତୁ

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯାଗ କରି ପରିବାର ଚିକିତ୍ସାଳୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେପଟେ ଗଣ୍ଡଗୋଳ ଓ ପାଟିତୁଣ୍ଡ ଭିତରେ ଆମ୍ବୁଲାନ୍ସ ଭିତରେ ଶିଶୁପୁତ୍ରର ମୃତଦେହ ପାଖାପାଖି ୫ ଘଣ୍ଟା ପଡ଼ି ରହିଥିଲା । ଏନେଇ ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀ ଓ ପୋଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ତେବେ ଜଙ୍କିଆ ଥାନା ଅଚ୍ୟୁତପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପ୍ରସନ୍ନ କୁମାର ତାଡ଼ଙ୍କ ୬ ବର୍ଷ ପୁଅ ଆରବ ତାଡ଼ଙ୍କର ହଠାତ ଦେହ ଖରାପ ହୋଇଥିଲା । ପରିବାର ଲୋକ ତାଙ୍କୁ ପ୍ରଥମେ ବଡ଼ପୋଖରିଆ ଡାକ୍ତରଖାନାକୁ ନେଇଥିଲା । ହେଲେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ କହିଥିଲେ । ଏହାପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ପରିବାର ଲୋକେ ଏକ ଭଡ଼ା ନେଇଥିଲେ । ହେଲେ ସେଠାରେ ମଧ୍ୟ ଚିକିତ୍ସା କରୁଥିବା ଡାକ୍ତର ଆରବଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହି ଭୁବନେଶ୍ୱର ରେଫର କରିଥିଲେ । ଏହାପରେ ପରିବାର ଲୋକେ ପୁଣି ଥରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ପରେ ଆମ୍ବୁଲାନ୍ସ ଆରବକୁ ଭୁବନେଶ୍ଵର ନେବାକୁ ଆସିଥିଲା । ତେବେ ଆମ୍ବୁଲାନ୍ସରେ ଶିଶୁକୁ ଆଣିବା ବାଟରେ ହିଁ ଶିଶୁଟିର ପ୍ରାଣବାୟୁ ଉଡିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ରାସ୍ତାରୋକ ସହ କ୍ଷତିପୂରଣ ଦାବି

ଏହି ଘଟଣା ପରେ ଚିକିତ୍ସାରେ ଅବହେଳା ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ବହୀନତା ଫଳରେ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏଥିସହ ଡାକ୍ତର ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହୋ ହାଲ୍ଲା କରିଥିଲେ । ଏନେଇ ଖବରପାଇ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଜୀବନାନନ୍ଦ ଆଚାର୍ଯ୍ୟ, ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସ, ଥାନା ଅଧିକାରୀ ତାରିକ ଅହମ୍ମଦ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଶିଶୁଟିର ପରିବାର ଏବଂ ସମ୍ପର୍କୀୟମାନେ ଦାୟିତ୍ଵରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ । ଶେଷରେ ମୃତକ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତଦନ୍ତ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ପରିବାର ଲୋକେ ଆରବ ମୃତଦେହକୁ ବିଳମ୍ବିତ ରାତିରେ ନେଇ ଗ୍ରାମକୁ ଫେରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Oct 19, 2023, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.