ETV Bharat / state

କାଲିଠୁ ବଜେଟ ଅଧିବେଶନ, ବିଧାନସଭା ଗ୍ୟାଲେରୀକୁ ଆସିବେ ଦର୍ଶକ - ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ସୁରୁଖୁରରେ ଗୃହ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ବୈଠକରେ ୧୫ଟି ଏଜେଣ୍ଡା ଉପରେ ହେଲା ଆଲୋଚନା । ଭିସି ମାଧ୍ୟମରେ ସଦସ୍ୟ ଉପସ୍ଥିତ ହୋଇ ପାରିବା ନିଷ୍ପତିକୁ ବିରୋଧ କରି ବୈଠକ ତ୍ୟାଗ କଲା ବିଜେପି । ଅଧିକ ପଢ଼ନ୍ତୁ

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଲା ସର୍ବଦଳୀୟ ବୈଠକ

author img

By

Published : Feb 20, 2023, 4:30 PM IST

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନ । ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଛି । କୋଭିଡ ନିୟନ୍ତ୍ରଣ ପରେ ଦର୍ଶକ ବିଧାନସଭା ଗ୍ୟାଲେରୀକୁ ଆସିବେ ବୋଲି ନିଷ୍ପତ୍ତି ହୋଇଛି । ତେବେ ଯେଉଁ ସଦସ୍ୟ ଚାହିଁବେ ଭିସି ମାଧ୍ୟମରେ ବିଧାନସଭା କାର୍ଯ୍ୟରେ ସାମିଲ ହେବାନେଇ ନିଷ୍ପତି ହୋଇଛି । ଏହାକୁ ବିରୋଧ କରି ଆଲୋଚନା ତ୍ୟାଗ କରିଛି ବିଜେପି ।

ସର୍ବଦଳୀୟ ବୈଠକ ଅନୁଷ୍ଠିତ
ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଆସନ୍ତା ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ସହିତ ଆଲୋଚନା କରିଛନ୍ତି ବାଚସ୍ପତି । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ୧୪ଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ତେବେ ଗୋଟିଏ ପ୍ରସଙ୍ଗରେ ସହମତି ପ୍ରକାଶ କରିନାହିଁ ମୁଖ୍ୟ ବିରୋଧି ବିଜେପି । ଯେଉଁ ସଦସ୍ୟ ଚାହିଁବେ, ଭିସି ଜରିଆରେ ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହେବାନେଇ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି । ଏହା ସହ ବୈଠକ ତ୍ୟାଗ କରିଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ।

ତେବେ ବଜେଟ ଅଧିବେଶନ ଯେପରି ସୁରୁଖୁରୁରେ ଚାଲିପାରିବ ଓ ଜନସାଧାରଣଙ୍କ ସମସ୍ୟା ବିସ୍ତୃତ ଭାବେ ଉପସ୍ଥାପନ ହେବ, ସେନେଇ ସ୍ରର୍ବ ଦଳୀୟ ବୈଠକରେ ଆଲୋଚନା ହୋଇଛି । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଆଇ(ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, "ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରାୟ ସମସ୍ତ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । କୋଭିଡ ନିୟନ୍ତ୍ରଣ ହୋଇଥିବାରୁ ଗତଥର ଠାରୁ ଗଣମାଧ୍ୟମକୁ ବିଧାନସଭା ଗୃହକୁ ଆସି ଖବର ସଂଗ୍ରହ ଲାଗି ଅନୁମତି ଦିଆଯାଇଥିଲା । ସେହିପରି ଚଳିତ ଥର ଅଧିବେଶନରେ ସାଧାରଣ ଦର୍ଶକଙ୍କ ପ୍ରବେଶ ଲାଗି ଅନୁମତି ପ୍ରଦାନ କରାଯାଇଛି । ବାଚସ୍ପତି ଓ ଦର୍ଶକ ଗ୍ୟାଲେରୀକୁ ସାଧାରଣ ଦର୍ଶକ ଆସିପାରିବେ । ଯେଉଁ ସଦସ୍ୟ ଚାହିଁବେ ଭିସି ଜରିଆରେ ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।

ତେବେ ବାଚସ୍ପତିଙ୍କ ଗୋଟିଏ ନିଷ୍ପତ୍ତିକୁ ବିରୋଧ କରି ବୈଠକ ତ୍ୟାଗ କରିଛି ବିରୋଧି ଦଳ ବିଜେପି । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ସଂଖ୍ୟା ଦୃଷ୍ଟିରୁ ମନମାନି କରୁଛି ଶାସକ ଦଳ । କୋଭିଡ ସ୍ଥିତି ଦୂର ହୋଇଥିବାରୁ ବିଧାନସଭାରେ ଭିସି ବ୍ୟବସ୍ଥାକୁ ବିରୋଧ କରିଛି ବିଜେପି । ମୁଁ ଅସୁସ୍ଥ ଅଛି, କିନ୍ତୁ ବିଧାନସଭା ଆସୁଛି । ସଂସଦ ଓ ଅନ୍ୟ ରାଜ୍ୟ ବିଧାନସଭାରେ ଆଉ ଭିସି ବ୍ୟବସ୍ଥା ନାହିଁ ।" ସେହିପରି ଭିସି ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବାଚସ୍ପତିଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି ସେ କହିଛନ୍ତି ।

ସେପଟେ ଭିସି ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, "ମୋତେ ୮୩ ବର୍ଷ ବୟସ ହେଲାଣି । ବିଧାନସଭା ଆସୁଛି । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସନ୍ତୁ ବୋଲି ଦାବି ଅଛି । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ଉଚିତ । ଏଥିରେ ମୁଁ ଏକମତ । ଅସୁସ୍ଥତା କାରଣରୁ ଯଦି କେହି ଭିସିରେ ସାମିଲ ହେବାକୁ ଚାହିଁବେ, ତେବେ କୌଣସି ସମସ୍ୟା ନାହିଁ । ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଭିସି ବ୍ୟବସ୍ଥା ହେଲାଣି । ବିଧାନସଭାରେ ହେଲେ ଅସୁବିଧା ନାହିଁ ।"

ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବୃଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ବିଧାନସଭା ବଜେଟ ଅଧିବେଶନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ । ବିଧାନସଭାରେ ବିରୋଧି ବିଜେପି ନବ ଦାସ ହତ୍ୟା ପ୍ରସଙ୍ଗରେ ସରକାରୀ ଦଳକୁ କାଠଗଡ଼ାରେ ଆଣିବାକୁ ଚେଷ୍ଟା କରିବ । ବିଶେଷ କରି ରାଜ୍ୟରେ ବିଗିଡି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିବ ଦଳ । ବିରୋଧି କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ପ୍ରୟାସ କରିବ । ସେହିପରି ସରକାରୀ ଦଳ ମଧ୍ୟ ଚାଉଳ କାଟ ପ୍ରସଙ୍ଗ ଉଠାଇ ବିରୋଧି ବିଜେପିକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.